ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିଙ୍କ ଅର୍ଥ ପ୍ରାପ୍ତିର ଯୋଗ ରହିଛି

ମେଷ :ଏହି ରାଶି ର ବ୍ୟକ୍ତି ମାନଙ୍କ ର ମନ ଭଲ ନ ରହିଥିବାରୁ ଆଘାତ ପାଇଁ ପାରନ୍ତି ଏବଂ ସାଙ୍ଗଠନିକ କାର୍ଯ୍ୟରେ ଜନହିତକର କାର୍ଯ୍ୟ କାରଣ ରୁ ସର୍ବସାଧାରଣ ରେ ବେଶ ପ୍ରସଂଶିତ ହେବେ। ବୃଷ:ଏହି ରାଶିର ବ୍ୟକ୍ତି ମାନଙ୍କୁ ଅତୀତ ର ଅନେକ ସମସ୍ୟା ମନ କୁ ବ୍ୟସ୍ତ କରିଦେଇଛି । ସନ୍ତାନ ସମସ୍ୟା ଓ ବ୍ୟବସାୟ ରେ ପ୍ରତିବନ୍ଧକ ଯୋଗୁ ଅନେକ କାମ ଅଟକି ରହିଛି। ଆପଣ ମନ ରେ ସାହସ ବାନ୍ଧି […]

ok-2

Rakesh Mallick
  • Published: Friday, 01 June 2018
  • , Updated: 01 June 2018, 06:05 AM IST

ମେଷ :ଏହି ରାଶି ର ବ୍ୟକ୍ତି ମାନଙ୍କ ର ମନ ଭଲ ନ ରହିଥିବାରୁ ଆଘାତ ପାଇଁ ପାରନ୍ତି ଏବଂ ସାଙ୍ଗଠନିକ କାର୍ଯ୍ୟରେ ଜନହିତକର କାର୍ଯ୍ୟ କାରଣ ରୁ ସର୍ବସାଧାରଣ ରେ ବେଶ ପ୍ରସଂଶିତ ହେବେ।

ବୃଷ:ଏହି ରାଶିର ବ୍ୟକ୍ତି ମାନଙ୍କୁ ଅତୀତ ର ଅନେକ ସମସ୍ୟା ମନ କୁ ବ୍ୟସ୍ତ କରିଦେଇଛି । ସନ୍ତାନ ସମସ୍ୟା ଓ ବ୍ୟବସାୟ ରେ ପ୍ରତିବନ୍ଧକ ଯୋଗୁ ଅନେକ କାମ ଅଟକି ରହିଛି। ଆପଣ ମନ ରେ ସାହସ ବାନ୍ଧି କୌଣସି କାମ କରିବାକୁ ଚେଷ୍ଟା କରନ୍ତୁ ଦେଖିବେ ନିଶ୍ଚିତ ରୂପେ ସଫଳ ହେବେ ।

ମିଥୁନ: ପାପ ଗ୍ରହଙ୍କ ପ୍ରଭାବ କାରଣ ରୁ ଘର ଓ ଅଫିସ କାର୍ଯ୍ୟ ରେ ଦୁଶ୍ଚିନ୍ତା ଲାଗି ରହିବ ।  ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

କର୍କଟ: ଚନ୍ଦ୍ର ଓ ଶନିଙ୍କ ର ନିକଟତର ହେବାରୁ ପ୍ରତୋକ କାମ ସମସ୍ୟା ଓ ବିଳମ୍ୱ ହେଇପାରେ ।  ମନ ଅଶାନ୍ତି କାରଣରୁ ଆପଣ କୌଣସି ଏକ ସ୍ଥାନ ରେ ରହି ପାରିବେ ନାହିଁ।ସିଂହ: ଆଜି କୌଣସି ସାମାନ୍ୟ କଥା ରେ କୌଣସି ବ୍ୟକ୍ତିଙ୍କ ସହ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ପରିବାର ରେ ଅଶାନ୍ତି କାରଣରୁ ମନରେ ଦୁଶ୍ଚିନ୍ତା ଲାଗି ରହିବ ।କନ୍ୟା :ଏହି ରାଶି ର ବ୍ୟକ୍ତି ମାନେ ଅନ୍ୟ ଵ୍ୟକ୍ତିଙ୍କ ଦ୍ୱାରା ନୂତନ ବ୍ୟବସାୟ ପାଁଇ ପ୍ରେରିତ ହେବେ । ଜଣେ ନିକଟତର ବନ୍ଧୁ ଆପଣଙ୍କର ମାର୍ଗ ଦର୍ଶକ ହୋଇପାରନ୍ତି ।

ତୁଳା: ଏହି ରାଶିର ବ୍ୟକ୍ତି ମାନଙ୍କ ର ମନ ଅଧିକାଂଶ ସମୟ ରେ ଅସ୍ଥିର ରହିବ । କୋର୍ଟକଚେରୀ ଦ୍ୱାରା ସବୁ କଥା ସହଜ ରେ ସମାଧାନ ହେଇ ପାରିବ ।

ବିଛା: ବୁଧ ଓ ବୃହସ୍ପତି ଙ୍କ ଉପସ୍ତିତି ଆପଣଙ୍କୁ ଅର୍ଥ ଓ ସମାନ ଆଦି ପ୍ରଦାନ କରିବ । କଥା ରେ ମତାନ୍ତର ହେବାରୁ ବିତର୍କ ସୃଷ୍ଟି ହେଇପାରେ । ଅପୂରଣୀୟ ଆଶା ମନ କୁ ବିଚଳିତ କରିବ ।

ଧନୁ: ଆଜି ଏହି ରାଶିର ବ୍ୟକ୍ତି ମାନଙ୍କର ଅର୍ଥ ପ୍ରାପ୍ତି ଓ ଦୂର ଯାତ୍ରାର ଯୋଗ ରହିଛି ଏବଂ ରହୂଙ୍କ ପ୍ରଭାବ ରେ ପାର୍ଶ୍ଵ ରେ ଭୁଲ ବୁଝାମଣା ଦେଖାଦେବ I କାହାରି କଥା ଆପଣ ଙ୍କ ମନ ରେ ଆଘାତ ଦେଇପାରେ ।

ମକର: ଆଜି ଯାହା କରିବାକୁ ଇଚ୍ଛା କରିବେ ସେଥିରେ ବନ୍ଧୁ ଙ୍କ କଥା ମାନି ଚାଲିଲେ ବହୁତ ଭଲ ହେବ । ଲେଖାପଢ଼ା ,ସାହିତ୍ୟ , କଳା ଆଦି କ୍ଷେତ୍ରରେ ବହୁତ ଲାଭ ପାଇବେ କୁମ୍ଭ: ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ପାଇବେ କିନ୍ତୁ ପତିଟି କ୍ଷେତ୍ରରେ ଆପଣ ସବୁ ଲୋକଙ୍କ ଉପରେ ସନ୍ଧେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ନେଇ ଚିନ୍ତିତ ରହିବେ ।

ମୀନ: ଆପଣ ଙ୍କ ଚିନ୍ତାଧାରା ପରିସ୍ଥିତି କୁ ନେଇ ବଦଳିଯିବ । ଯାହା ଭାବୁଥିବେ ତାହା କରିବାରେ ଆପଣ ଅସମର୍ଥ ହେବେ । ସହକର୍ମୀ ଙ୍କ ସହ କର୍ମ କ୍ଷେତ୍ରରେ ବିବାଦ ସୃଷ୍ଟି କରିବ ।

Related story