୨ ମେ’ ବୁଧବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତି ଯାତ୍ରା ସମୟରେ ସାବଧାନ ରହିବା ଜରୁରୀ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ପାରିବାରିକ ଦାୟିତ୍ୱ ଉଠାଇବାକୁ ପଡିବ। ଅର୍ଥ କାରାବାରରେ ଲାଭ ପାଇବେ। ବୃଷ: ଜୀବନସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବେପାର ବାଣିଜ୍ୟ କରୁଥିବା ଲୋକେ ଲାଭ ପାଇବେ। ମିଥୁନ: ଘରେ ସୁଖ ଶାନ୍ତିର ବାତାବରଣ ଲାଗି ରହିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢିପାରେ। କର୍କଟ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ପ୍ରେମୀଯୁଗଳ ପାଇଁ ଦିନଟି ଏତେ ଭଲ […]

Rasiphala-image-2-840x440-1-1

Rakesh Mallick
  • Published: Wednesday, 02 May 2018
  • , Updated: 02 May 2018, 03:19 PM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ। ପାରିବାରିକ ଦାୟିତ୍ୱ ଉଠାଇବାକୁ ପଡିବ। ଅର୍ଥ କାରାବାରରେ ଲାଭ ପାଇବେ।

ବୃଷ: ଜୀବନସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବେପାର ବାଣିଜ୍ୟ କରୁଥିବା ଲୋକେ ଲାଭ ପାଇବେ।

ମିଥୁନ: ଘରେ ସୁଖ ଶାନ୍ତିର ବାତାବରଣ ଲାଗି ରହିବ। ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢିପାରେ।

କର୍କଟ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ପ୍ରେମୀଯୁଗଳ ପାଇଁ ଦିନଟି ଏତେ ଭଲ ନାହିଁ। ଚାକିରି କ୍ଷେତ୍ରରେ ଦିନଟି ଅନୁକୁଳ ରହିବ।

ସିଂହ: ବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ରହିବ। ନିଜ ଲୋକଙ୍କ ସହ ଦେଖା କରିପାରନ୍ତି। ପରିବାରର କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

କନ୍ୟା: ଅନାବଶ୍ୟକ କାମ ଠାରୁ ଦୂରେଇ ରୁହନ୍ତୁ। ବାପା ମା’ ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଏଥିରୁ ମୁକ୍ତି ପାଇବା ପାଇବା ପାଇଁ ଧଳା ବସ୍ତୁ ଦାନ କରନ୍ତୁ

ତୁଳା: ଦୁର୍ଘଟଣାର ଯୋଗ ରହିଛି। ଦେଖିଚାହିଁ ଘରୁ ବାହାରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ୟା ଲାଗି ରହିବ।

ବିଚ୍ଛା: ସ୍ୱାସ୍ଥ୍ୟ ଭଲ ରହିବ। ଧାରକରଜରୁ ମୁକ୍ତି ମିଳିବ। ଅଟକି ରହିଥିବା କାମ ହୋଇଯିବ।

ଧନୁ: ଚାକିରିରେ ପରିବର୍ତ୍ତନ କରନ୍ତୁ ନାହିଁ। ବିବାହକୁ ନେଇ ତିକ୍ତତା ବଢିପାରେ। ଧୈର୍ଯ୍ୟର ସହ କାମ କରନ୍ତୁ।

ମକର: ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମାନସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା କାମ ହୋଇଯିବ।

କୁମ୍ଭ: ଲାଗି ରହିଥିବା ମକଦ୍ଦମା ସମାଧାନ ପାଇଁ ସହମତିର ବାଟ ଫିଟିବ। ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ଲାଭ ମିଳିବ।

ମୀନ: ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଗାଡି ଚଲାନ୍ତୁ ନାହିଁ। ଆଖି ସମସ୍ୟାରେ ପଡ଼ି ପାରନ୍ତି।

 

Related story