୧୫ ମାର୍ଚ୍ଚ, ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଦୂରସ୍ଥାନକୁ ଯାତ୍ରା କରିବେ

ମେଷ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ମାନସିକ ଅଶାନ୍ତିରେ ରହିପାରନ୍ତି। ବୃଷ: ଆଜି ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ । ଆର୍ଥିକସ୍ଥିତିର ସୁଧାର ଆସିବ। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସିଂହ:  ଜୀବନସାଥୀଙ୍କ ସହ […]

Rasiphala-image-2-1-1-1-1-768x402

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 07:39 AM IST

ମେଷ: ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ମାନସିକ ଅଶାନ୍ତିରେ ରହିପାରନ୍ତି।

ବୃଷ: ଆଜି ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ । ଆର୍ଥିକସ୍ଥିତିର ସୁଧାର ଆସିବ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ସିଂହ:  ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। କୌଣସି କାମ କଲାବେଳେ ଧୌର୍ଯ୍ୟ ସହ କରନ୍ତୁ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟରରେ ସଫଳତା ମିଳିବ।

ତୁଳା: ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ନୂଆ କାମ ଆରମ୍ଭ କରିବା ପାଇଁ ସୁଯୋଗ ପାଇପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା:  ଆଜି ଦିନଟି ଅଶାନ୍ତିରେ କଟିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଫଳ ଦାନ କରନ୍ତୁ।

ଧନୁ: ପିତାମାତାଙ୍କ ସହଯୋଗ ମିଳିବ। ଜମିଜମାକୁ ଚାଲିଥିବା ମକଦ୍ଦମାରେ ସଫଳତା ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ବୈବାହିକ ଜୀବନରେ ସୁଖଶାନ୍ତି ମିଳିବ। ବ୍ୟବସାୟରେ ଅଧିକ ଲାଭ ମଳିବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: ମାନ-ସମ୍ମାନ ବଢ଼ିବ। କ୍ୟାରିୟରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ମୀନ: ସନ୍ତାନର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ତରବରିଆ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

Related story