୧୯ ମେ’ ଶନିବାର: ଜାଣନ୍ତୁ, ଆଜି କେଉଁମାନେ ପାରିବାରିକ ସମ୍ପର୍କ ଉପରେ ଧ୍ୟାନ ଦେବା ଉଚିତ

Bମେଷ: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ। ବୃଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧାଁଦୌଡରେ ଦିନଟି କଟିବ। ଚାକିରି କ୍ଷେତ୍ରରେ ଭଲ ଖବର ପାଇବେ। ମିଥୁନ: ଲାଗି ରହିଥିବା ପରିବାରିକ ସମସ୍ୟା ଦୂର ହେବ। ପିଲାମାନେ ଉନ୍ନତି କରିବେ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। କର୍କଟ: ପାରିବାରିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଅନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖାଇବା, ପିଇବା […]

Rasiphala

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 07:22 AM IST

Bମେଷ: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

ବୃଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧାଁଦୌଡରେ ଦିନଟି କଟିବ। ଚାକିରି କ୍ଷେତ୍ରରେ ଭଲ ଖବର ପାଇବେ।

ମିଥୁନ: ଲାଗି ରହିଥିବା ପରିବାରିକ ସମସ୍ୟା ଦୂର ହେବ। ପିଲାମାନେ ଉନ୍ନତି କରିବେ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି।

କର୍କଟ: ପାରିବାରିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଅନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖାଇବା, ପିଇବା ବସ୍ତୁ ଦାନ କରନ୍ତୁ।

ସିଂହ: ଧନପ୍ରାପ୍ତିର ଯୋଗ ରହିଛି। ପିଲାମାନଙ୍କ ପାଖରୁ ଭଲ ଖବର ପାଇବେ। ନିଜ ସ୍ୱଭାବରେ ପରିବର୍ତ୍ତନ କରନ୍ତୁ।

କନ୍ୟା: ପାରିବାରିକ ଜୀବନ ଭଲ ରହିବ। ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ। ଅଟକି ରହିଥିବା କାମ ହୋଇଯିବାର ଯୋଗ ରହିଛି।

ତୁଳା: ଅଟକି ରହିଥିବା କାମ ହୋଇଯିବ। ଦୂରଯାତ୍ରା କରିପାରନ୍ତି। ସନ୍ତାନପ୍ରାପ୍ତିର ଯୋଗ ରହିଛି।

ବିଚ୍ଛା: ବୈବାହିକ ଜୀବନରେ ବାଧା ଉପୁଯିବାର ଯୋଗ ରହିଛି। ଧନହାନୀ ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ଧନୁ: ପ୍ରୀୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ। ଖାଇବା, ପିଇବା ଉପରେ ଧ୍ୟାନ ଦିଅନ୍ତୁ। ଏହାସହ ଅନ୍ୟମାନଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରନ୍ତୁ।

ମକର: ନୂଆ ଦାୟିତ୍ୱ ପାଇପାରନ୍ତି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଦିନଟି ଧାଁଦୌଡ଼ରେ କଟିବ।

କୁମ୍ଭ: ମାନ-ସମ୍ମାନ ବଢ଼ିବ। ଧନପ୍ରାପ୍ତିର ଯୋଗ ରହିଛି। ଆଧ୍ୟାତ୍ମିକ କଥା ଚିନ୍ତା କରନ୍ତୁ।

ମୀନ: ଦୁର୍ଘଟଣାର ଯୋଗ ରହିଛି। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପିଲାମାନଙ୍କୁ ନେଇ ସମସ୍ୟାରେ ପଡ଼ିପାରନ୍ତି।

Related story