୨୪ ନଭେମ୍ବର, ଶୁକ୍ରବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ବେପାର ବାଣିଜ୍ୟରେ ଲାଭ ପାଇବେ

ମେଷ : ନୂତନ ବେପାର ବଣିଜ ଆରମ୍ଭ ହୋଇପାରେ। ଧର୍ମ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । କୌଣସି ଧ୍ୟାର୍ମିକ ବ୍ୟକ୍ତିଙ୍କ ଉପଦେଶ ଶୁଣି ମନରେ ପରିବର୍ତନ ଆସିବ । ବନ୍ଦ ଥିବା କାର୍ଯ୍ୟ ପୁନଃ ପ୍ରାରମ୍ଭ ହେବ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଠାରୁ ଉପହାର ପ୍ରାପ୍ତ ହେବ । ବନ୍ଧୁମାନଙ୍କ ସହଯୋଗ ପ୍ରାପ୍ତି ହେବ । ଧନ ପ୍ରାପ୍ତିର ନୂତନ ଅବସର ପ୍ରାପ୍ତି ହେବ । ବୃଷ: ଧନ ଆୟ କରିବାର ସୁଯୋଗ […]

zodaic

zodaic

Rakesh Mallick
  • Published: Friday, 24 November 2017
  • Updated: 24 November 2017, 05:52 AM IST

Sports

Latest News

ମେଷ : ନୂତନ ବେପାର ବଣିଜ ଆରମ୍ଭ ହୋଇପାରେ। ଧର୍ମ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । କୌଣସି ଧ୍ୟାର୍ମିକ ବ୍ୟକ୍ତିଙ୍କ ଉପଦେଶ ଶୁଣି ମନରେ ପରିବର୍ତନ ଆସିବ । ବନ୍ଦ ଥିବା କାର୍ଯ୍ୟ ପୁନଃ ପ୍ରାରମ୍ଭ ହେବ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଠାରୁ ଉପହାର ପ୍ରାପ୍ତ ହେବ । ବନ୍ଧୁମାନଙ୍କ ସହଯୋଗ ପ୍ରାପ୍ତି ହେବ । ଧନ ପ୍ରାପ୍ତିର ନୂତନ ଅବସର ପ୍ରାପ୍ତି ହେବ ।

ବୃଷ: ଧନ ଆୟ କରିବାର ସୁଯୋଗ ମିଳିବ । ପରିବାରରେ ସୁଖଶାନ୍ତି ଅନୁଭବ କରିବେ । ବହୁ ଦିନର ପ୍ରଚେଷ୍ଠା ସଫଳ ହେବ। ଧର୍ମକାର୍ଯ୍ୟରେ ନିଜକୁ ସାମିଲ କରିବେ । ଧର୍ମପରାୟଣ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ପାଇବେ । ପିଲା ମାନଙ୍କର ସ୍ୱାସ୍ଥ୍ୟ ଉତମ ରହିବ । କୌଣସି ଦୁର୍ଲଭ ବସ୍ତୁ ପ୍ରାପ୍ତ କରିବାର ଅବସର ପ୍ରାପ୍ତ ହେବ । ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ । ଘରେ ଅସନ୍ତୋଷର ବାତାବରଣ ବଢିବ ।

ମିଥୁନ: ଧ୍ୟାର୍ମିକ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିବେ । ତୀର୍ଥ ସ୍ଥାନକୁ ଯାତ୍ରା କରିବେ । ନିଜର ଭାଗ୍ୟ ବଳରେ ବହୁ ପ୍ରତୀକ୍ଷିତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଅତ୍ୟଧିକ ଅର୍ଥବ୍ୟୟ ମୁଣ୍ଡବିନ୍ଧାର କାରଣ ହେବ । ଶାରୀରିକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ । ଶରୀରରେ ଥଣ୍ଡା କଫ ପ୍ରବଳ ବଢିବ । ଘରେ କୌଣସି ଶୁଭ ଅନୁଷ୍ଠାନ ଅନୁଷ୍ଠିତ ହେବ । ପରିବାରରେ ଶାନ୍ତି ମୈତ୍ରୀର ବାତାବରଣ ରହିବ । ଉତ୍ତମ ଧନ ପ୍ରାପ୍ତି ଏବଂ ଧନ ସଂଚୟର ଅବସର ରହିବ  ନୂତନ ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ ।  ନାରୀମାନେ ଶାରୀରିକ ଅସୁସ୍ଥତା ଲକ୍ଷ୍ୟ କରିବେ ।

କର୍କଟ: ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ବେପାର ବାଣିଜ୍ୟରେ ଉତମ ଲାଭ ପ୍ରାପ୍ତ କରିବେ । ଶାରୀରିକ ଅସୁସ୍ଥତା ଲାଗି ରହିବ । ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆପଣଙ୍କୁ ଭାଗ୍ୟ ବଳରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଦୀର୍ଘଦିନରୁ ସ୍ଥଗିତ ରହିଥିବା କାର୍ଯ୍ୟ କାର୍ଯ୍ୟକାରୀ ହେବ । କୌଣସି ଧ୍ୟାର୍ମିକ କାର୍ଯ୍ୟ ସମାପନ କରିବେ । ଧନ ଆୟରେ ବୃଦ୍ଧି ଘଟିବ ।  ଦୀର୍ଘକାଳୀନ ରୋଗରୁ ଉପଶମ ପାଇବେ ।

ସିଂହ: ଶାରୀରିକ ଅସୁସ୍ଥତାର ଶିକାର ହୋଇପାରନ୍ତି । ଅତ୍ୟଧିକ ଅର୍ଥହାନି କାରଣରୁ ମନ ଅଶାନ୍ତ ରହିବ । ବାଦ ବିବାଦର ସମ୍ଭାବନା ଅଧିକ ରହିବ । ଶରୀର ପ୍ରାୟତଃ ସୁସ୍ଥ ରହିବ । ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା  ରହିବ । ମନ ଭିତରେ ଅସ୍ଥିରତା ବଢିବ । କୌଣସି ପର୍ଯ୍ୟଟକ ସ୍ଥଳକୁ ଯାତ୍ରା କରିପାରନ୍ତି । ବେପାର ବାଣିଜ୍ୟରେ ଆଶାନୁରୂପ ସଫଳତା ପାଇବେ ।

କନ୍ୟା: ଶାରୀରିକ ଅସୁସ୍ଥତା ଲାଗି ରହିବ । ବେପାର ବାଣିଜ୍ୟରେ କ୍ଷତି ସହିବାକୁ ପଡ଼ିବ । ଦୁର୍ଘଟଣା ହେବାର ସମ୍ଭାବନା ରହିଛି । ଦୀର୍ଘଦିନର ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। କୌଣସି ବିଶ୍ୱସ୍ଥ ଲୋକଠାରୁ ସାହାଯ୍ୟ ପ୍ରାପ୍ତ ହେବ । ମାନସିକ ସ୍ତରରେ ସୁସ୍ଥ ରହିବେ । ଦାନ ଧର୍ମ ଇତ୍ୟାଦିରେ ମନ ବଳାଇବେ ।

ତୁଳା: ଦୀର୍ଘଦିନର ଥିବା ସମସ୍ୟାର ସମାଧାନ ହେବ । ଦୁର୍ଲଭ ବସ୍ତୁ ପ୍ରାପ୍ତ କରିବେ । ବନ୍ଧୁଙ୍କ ସହଯୋଗରେ ନୂତନ ବେପାର ଆରମ୍ଭ କରିପାରିବେ । ପତ୍ନୀଙ୍କ ସହିତ ମଧୁର ସମ୍ପର୍କ ରହିବ । ଦୀର୍ଘଦିନର ଥିବା ସମ୍ପର୍କରେ ଫାଟ ସୃଷ୍ଟି ହେବ । ପରିବାରରେ ଅସନ୍ତୋଷର ବାତାବରଣ ରହିବ ।

ବିଛା: ପ୍ରତିଯୋଗିତା ପରୀକ୍ଷାରେ ସଫଳତା ଅର୍ଜନ କରିବେ । ଅଚାନକ ଶତ୍ରୁ ବୃଦ୍ଧି ପାଇବେ । ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବେ । ମନ ଭିତରେ ଭାବପ୍ରବଣତା ଅଧିକ ବଢିବ । ଭାତୃବିବାଦ ବଢିବ । ସ୍ୱାସ୍ଥ୍ୟ ଉତମ ରହିବ ।  କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ମନ ମୁତାବକ କର୍ମ ପ୍ରାପ୍ତି କରିବେ । ବହୁ ଦିନର ବନ୍ଧୁଙ୍କ ସହିତ ସାକ୍ଷାତ କରିବାର ଅବସର ପାଇବେ । ଅଚାନକ ଶତ୍ରୁ ବୃଦ୍ଧି ପାଇବେ । କୌଣସି ବଡ଼ଧରଣର କ୍ଷତି ସହିବାକୁ ପଡ଼ିବ ।

ଧନୁ:  ମାନସିକ ଅସ୍ଥିରତା ଲାଗି ରହିବ । ପ୍ରତ୍ୟେକ ପରିସ୍ଥିତିକୁ ସୁଧାରିବାରେ ସକ୍ଷମ ରହିବେ । ପାରିବାରିକ ଅଶାନ୍ତି ଦେଖାଯିବ । କର୍ମକ୍ଷେତ୍ରରେ ଅପବାଦ ବଢିବ । ସମ୍ମାନ ହାନି ହେବ । ଧାର୍ମିକ ସ୍ଥଳକୁ ଯାତ୍ରା କରିବେ । ବହୁକାଳରୁ ପୀଡ଼ିତ ଥିବା ରୋଗରୁ ଉପଶମ ପାଇବେ । ବନ୍ଧୁ ସହଯୋଗରୁ ବଂଚିତ ହେବେ । ଶତ୍ରୁ ବୃଦ୍ଧି ପାଇବେ । ମାନସିକ ଅଶାନ୍ତି ଏବଂ ଅସ୍ଥିରତା ଲକ୍ଷ୍ୟ କରିବେ ।

ମକର: ପିଲାମାନଙ୍କର ଶିକ୍ଷା ଉଚ୍ଚକୋଟୀର ରହିବ । ନୂତନ ବ୍ୟବସାୟ ପ୍ରାରମ୍ଭ କରିବେ ।  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବ । ସ୍ୱାସ୍ଥ୍ୟ ଅଚାନକ ଖରାପ ରହିବ । କୌଣସି ଶୁଭ ସମ୍ବାଦ ପ୍ରାପ୍ତ ହେବ । ପତ୍ନୀଙ୍କ ସହ ସାମାନ୍ୟ କଳହ ରହିବ । ପରେ ଆପୋଷ ବୁଝାମଣାରେ ସମାଧାନ କରିବେ । ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସାମାନ୍ୟ ପ୍ରୟାସ କରି ସଫଳତା ପାଇବେ । କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିପାରନ୍ତି । ଧର୍ମ ଏବଂ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ପିଲାମାନେ ରୋଗମୁକ୍ତ ରହିବେ ।

କୁମ୍ଭ: ଭୋଗ ବିଳାସରେ କାଟିବାକୁ ଇଚ୍ଛା କରିବେ । ନିଜର ଅଜାଣତାରେ କୌଣସି ଅପରାଧ କରି ବସିବେ । ପ୍ରବଳ ମୁଣ୍ଡବ୍ୟଥା ରହିବ । ଅତ୍ୟଧିକ ପ୍ରୟାସ ଏବଂ ପରିଶ୍ରମ ଆପଣଙ୍କୁ ସଫଳତା ଆଣିଦେବ । କର୍ମକ୍ଷେତ୍ରରେ ବିବାଦ ଉପୁଜିବାର ଆଶଙ୍କା ରହିବ ।ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।  ଧନ ପ୍ରାପ୍ତି ଏବଂ ଧନ ସଂଚୟର ଉତମ ଯୋଗ ରହିବ । ଶାରୀରିକ ଯନ୍ତ୍ରଣା ଅନୁଭବ କରିବେ । ମାନସିକ ସ୍ତରରେ ଦୁର୍ବଳ ରହିବ । ପ୍ରେମସମ୍ପର୍କରେ ବିଫଳ ହେବେ

ମୀନ: ଦୀର୍ଘଦିନରୁ ପ୍ରୟାସ କରୁଥିବା କାର୍ଯ୍ୟରେ ବିଫଳ ହେବେ । ନୂତନ ବାହନ ପ୍ରାପ୍ତି କରିବେ । ବ୍ୟବସାୟରେ ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ମହିଳାମାନେ ସମାଜରେ ପ୍ରତିଷ୍ଠିତ ସମ୍ମାନିତ ହେବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ଇତ୍ୟାଦିରେ ସଫଳ ହେବେ । ଦୀର୍ଘଦିନ ଧରି ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ମନରେ ପ୍ରବଳ ଅସ୍ଥିରତା ବୃଦ୍ଧି ପାଇବ । ପରିବାରରେ ଅଶାନ୍ତି ବଢିବ । ନିଜର ନିଷ୍ଠା ଏବଂ ଧୈର୍ଯ୍ୟ ଦ୍ୱାରା ସମସ୍ତ କର୍ମରେ ଲାଭବାନ ହୋଇପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos