କଥାରେ ଅଛି ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ। ଅର୍ଥାତ ଜନ୍ମ ଓ ମୃତ୍ୟୁ ଦୁନିଆର ଏକ ଚିରନ୍ତର ସତ୍ୟ। ମଣିଷର ଯେପରି ଜନ୍ମ ଅଛି ସେପରି ମୃତ୍ୟୁ ବି। ଭଗବାନଙ୍କ ଅବତାରରେ ବି ଜନ୍ମ-ମୃତ୍ୟୁ ସୁନିଶ୍ଚିତ। ଯୁଗେ ଯୁଗେ ପ୍ରଭୁ ଅସୁରମାନଙ୍କର ସଂହାର ଓ ପାପର ନାସ କରିବାକୁ ଧରିତ୍ରୀରେ ଅବତରଣ କରିଥାଆନ୍ତି। ଆଉ ନିଜ କାର୍ଯ୍ୟସମାପ୍ତ ପରେ ସେମାନେ ଏ ଧରାପୃଷ୍ଠରୁ ବିଦାୟ ନେଇ ଯାଆନ୍ତି। ଏହି ପରିପ୍ରେକ୍ଷୀରେ ଆମେ ଜାଣିବା ଭଗବାନ୍ ବିଷ୍ଣୁଙ୍କ ଅବତାର ଶ୍ରୀରାମଚନ୍ଦ୍ରଙ୍କର କିଭଳି ମୃତ୍ୟୁ ହୋଇଥିଲା।
ପୌରାଣିକ ତଥ୍ୟ ଅନୁଯାୟୀ, ଭଗବାନ୍ ଶ୍ରୀରାମଙ୍କ ମୃତ୍ୟୁରେ ବାଧକ ସାଜିଥିଲେ ତାଙ୍କର ପରମ ଭକ୍ତ ହନୁମାନ୍। କାହିଁକିନା ହନୁମାନ ଉପସ୍ତିତିରେ ଯମରାଜ କେବେବି ଶ୍ରୀ ରାମଙ୍କୁ ଯମଲୋକ ନେଇପାରି ନ ଥାନ୍ତେ। ସେଥିପାଇଁ ଭଗବାନ୍ ଶ୍ରୀରାମ ଏକ ଉପାୟ ପାଞ୍ଚିଥିଲେ। ଯେମିତିକି ପ୍ରତ୍ୟେକ ମଣିଷର ମୃତ୍ୟୁ ହୋଇଥାଏ। ସେହିଭଳି ଭଗବାନ୍ ଶ୍ରୀରାମଙ୍କ ମୃତ୍ୟୁ ବି ସୁନିଶ୍ଚିତ ଥିଲା। କିନ୍ତୁ ହନୁମାନଙ୍କ ଭୟରେ ଯମରାଜ ଅଯୋଧ୍ୟାରେ ପହଞ୍ଚିପାରୁ ନ ଥିଲେ। ସେଥିପାଇଁ ଭଗବାନ୍ ଶ୍ରୀରାମ୍ଙ୍କୁ ନିଜ ପ୍ରାଣ ଦେବାଲାଗି ଯମ ଲୋକ ଯିବାକୁ ଯୋଜନା କରିଥିଲେ।
ଥରେ ଶ୍ରୀରାମ ନିଜ ମୁଦିକୁ ଚଟାଣରେ ଏକ ଗାତ କରି ପକେଇଦେଇଥିଲେ। ହନୁମାନଙ୍କୁ ଖୋଜି ଆଣିବାକୁ କହିଥିଲେ। କିନ୍ତୁ ଏଥିପାଇଁ ହନୁମାନ୍ଙ୍କୁ ନିଜ ଆକାର ଛୋଟ କରିବାକୁ ପଡ଼ିଥିଲା। ସେଥିପାଇଁ ହନୁମାନ ଭଅଁର ରୂପ ଧାରଣ କରି ସେହି ଗାତ ଭିତରକୁ ଯାଇଥିଲେ। କିନ୍ତୁ ତାହା କୌଣସି ସାଧାରଣ ଗାତ ନଥିଲା ତାହା ଏମିତି ଏକ ଲମ୍ବ ସୁଡ଼ଙ୍ଗ ଥିଲା ଯାହା କି ସିଧା ନାଗ ଲୋକ ସହିତ ସଂଯୋଗ ଥିଲା। ଯେଉଁ ସୁଡ଼ଙ୍ଗରେ ସେହି ମୁଦି ଥିଲା ସେଥିରେ ଆହୁରି ଅନେକ ରାମଙ୍କ ନାଁର ମୁଦି ଥିଲା। ତାକୁ ଦେଖି ହନୁମାନ ଚିନ୍ତାରେ ପଡ଼ିଗଲେ। ସେ ସମୟରେ ହନୁମାନଙ୍କ ମନରେ ଧାରଣ ଆସିଲା ଯେ ବୋଧ ହୁଏ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଥିଲା। ଏତିକି ଭାବି ସେଠାରୁ ଫେରିବା ପୂର୍ବରୁ ଯମରାଜ ଶ୍ରୀରାମଙ୍କୁ ନେଇ ଆସିଥିଲେ। ତେବେ ଏହା ଏକ କାରଣ କୁହାଯାଉଥିବା ବେଳେ ଶ୍ରୀରାମଙ୍କ ମୃତ୍ୟୁକୁ ନେଇ ଅନେକ କାହାଣୀ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।