କାନବିନ୍ଧା କଷ୍ଟ ଦେଉଛି କି? ଆପଣାନ୍ତୁ କିଛି ଘରୋଇ ଉପଚାର

କାନରେ ପାଣି ଜମାହେବା କାରଣରୁ ମଇଳା ଜମା ହୋଇଯାଏ। ଏହି କାରଣରୁ ସଂକ୍ରମଣ ସମସ୍ୟା ଓ ଟନ୍ସିଲ୍‌ ବଢିଯାଇ କାନ ଦରଜ ହୋଇଯାଏ। ଫଳରେ କମ୍‌ ଶୁଣିବା ସହ ମୁଣ୍ଡ ବିନ୍ଧା ପ୍ରବଳ ହୋଇଥାଏ। ଏପରି ସମସ୍ୟା ଦେଖାଦେଲେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି କାନ ଦରଜ ହେଲେ କିଛି ଘରୋଇ ଉପଚାର ରହିଛି,  ଯାହାକୁ ଆପଣେଇଲେ ଆରାମ ପାଇପାରିବେ। ଆସନ୍ତୁ ଜାଣିବା କାନବିନ୍ଧାର କିଛି ଘରୋଇ ଉପଚାର ସଂପର୍କରେ। ସୋରିଷ ତେଲକୁ ଅଳ୍ପ […]

ear

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 09:50 AM IST

କାନରେ ପାଣି ଜମାହେବା କାରଣରୁ ମଇଳା ଜମା ହୋଇଯାଏ। ଏହି କାରଣରୁ ସଂକ୍ରମଣ ସମସ୍ୟା ଓ ଟନ୍ସିଲ୍‌ ବଢିଯାଇ କାନ ଦରଜ ହୋଇଯାଏ। ଫଳରେ କମ୍‌ ଶୁଣିବା ସହ ମୁଣ୍ଡ ବିନ୍ଧା ପ୍ରବଳ ହୋଇଥାଏ। ଏପରି ସମସ୍ୟା ଦେଖାଦେଲେ ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି କାନ ଦରଜ ହେଲେ କିଛି ଘରୋଇ ଉପଚାର ରହିଛି,  ଯାହାକୁ ଆପଣେଇଲେ ଆରାମ ପାଇପାରିବେ। ଆସନ୍ତୁ ଜାଣିବା କାନବିନ୍ଧାର କିଛି ଘରୋଇ ଉପଚାର ସଂପର୍କରେ।

  • ସୋରିଷ ତେଲକୁ ଅଳ୍ପ ଉଷୁମ କରି କିଛି ବୁନ୍ଦା କାନରେ ପକାନ୍ତୁ। କିଛି ସମୟ ପରେ ଆରାମ ଅନୁଭବ କରିବେ। ସୋରିଷ ତେଲ ବଦଳରେ ଆପଣ ବାଦାମ ତେଲ ମଧ୍ୟ ବ୍ୟବହାର କରିପାରିବେ।
  • ସଂକ୍ରମଣ କାରଣରୁ କାନ ବିନ୍ଧା ହେଉଥିଲେ ପିଆଜର ବ୍ୟବହାର କରିପାରିବେ। ପିଆଜ ରସକୁ ଗରମ କରି କିଛି ବୁନ୍ଦା କାନରେ ପକାଇଲେ ଆରାମ ମିଳିବ।
  • ଆପଲ୍‌ ସାଇଡର୍‌ ଭିନେଗାର (apple cider vinegar) କିଛି ବୁନ୍ଦା କାନରେ ପକାଇବା ଦ୍ୱାରା କାନରେ ବ୍ୟାକ୍ଟେରିଆ  ନଷ୍ଟ ହୋଇ ଯାଇଥାଏ।

Related story