ପ୍ରେମ ଏମିତି: ସ୍ତ୍ରୀଙ୍କ ପାଇଁ ୨୪ ଦିନରେ ବୁଲି ଆସିଲେ ୬୫ ଗାଁ

ଆଜି ହେଉଛି ପ୍ରେମର ଦିନ। ବିଶେଷ କରି ଯୁବକଯୁବତୀମାନେ ଆଜି ଦିନଟିକୁ ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରୁଛନ୍ତ। କିଏ ଗିଫ୍ଟ ଦେଇ ତ ଆଉ କିଏ ଫୁଲ ଦେଇ ଅଥବା ଆଉ କିଏ ଚକଲେଟ ଦେଇ ପ୍ରେମ ନିବେଦନ କରିଥାନ୍ତି। କିନ୍ତୁ ବାସ୍ତବରେ ପ୍ରେମ କ’ଣ ଓ ତା’ର ତାତ୍ପର୍ଯ୍ୟ କ’ଣ, ତା’ର ଗହିରତାକୁ ପ୍ରମାଣିତ କରିଛନ୍ତି ଜଣେ ୪୨ ବର୍ଷର ଦିନ ମଜୁରିଆ। ଝାଡ଼ଖଣ୍ଡର ଏହି ଶ୍ରମିକ ନିଜର ନିଖୋଜ ପତ୍ନୀଙ୍କୁ ୬୦୦ କିମି […]

love

love

Rakesh Mallick
  • Published: Wednesday, 14 February 2018
  • Updated: 14 February 2018, 06:06 PM IST

Sports

Latest News

ଆଜି ହେଉଛି ପ୍ରେମର ଦିନ। ବିଶେଷ କରି ଯୁବକଯୁବତୀମାନେ ଆଜି ଦିନଟିକୁ ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରୁଛନ୍ତ। କିଏ ଗିଫ୍ଟ ଦେଇ ତ ଆଉ କିଏ ଫୁଲ ଦେଇ ଅଥବା ଆଉ କିଏ ଚକଲେଟ ଦେଇ ପ୍ରେମ ନିବେଦନ କରିଥାନ୍ତି। କିନ୍ତୁ ବାସ୍ତବରେ ପ୍ରେମ କ’ଣ ଓ ତା’ର ତାତ୍ପର୍ଯ୍ୟ କ’ଣ, ତା’ର ଗହିରତାକୁ ପ୍ରମାଣିତ କରିଛନ୍ତି ଜଣେ ୪୨ ବର୍ଷର ଦିନ ମଜୁରିଆ। ଝାଡ଼ଖଣ୍ଡର ଏହି ଶ୍ରମିକ ନିଜର ନିଖୋଜ ପତ୍ନୀଙ୍କୁ ୬୦୦ କିମି ପର୍ଯ୍ୟନ୍ତ ବାଇକ୍‌ରେ ଖୋଜିଥିଲେ। ଏମିତି ୨୪ ଦିନ ଧରି ଖୋଜିବା ପରେ ଶେଷରେ ସେ ପଶ୍ଚିମବଙ୍ଗ ଖରାଗପୁରରେ ତାଙ୍କ ପତ୍ତା ମିଳିଥିଲା। ଆସନ୍ତୁ ଜାଣିବା ଏହି ଏହି ଦିନ ମଜୁରିଆଙ୍କ ପ୍ରେମ କାହାଣୀ।

ମୁସାବାନୀ ବାଲିଗୋଡା ଗାଁରେ ରହୁଥିବା ମନୋହର ନାୟକଙ୍କ ପତ୍ନୀ ଅନୀତା କୁମାସୋଲା ଗାଁରୁ ଗତ ଜାନୁଆରୀ ୧୪ ତାରିଖରେ ନିଖୋଜ ହୋଇଯାଇଥିଲେ। ଅନୀତା ବାପ ଘରକୁ ମକର ସଂକ୍ରାନ୍ତି ପାଇଁ ଯାଇ ନିଖୋଜ ହୋଇଥିଲେ। ବନ୍ଧୁ ପରିଜନରେ ପଚରାଉଚରା କରି ନିରାଶ ହେବା ପରେ ମନୋହର ତାଙ୍କୁ ନିଜେ ଖୋଜିବାକୁ ମନସ୍ଥ କରିଥିଲେ। ଏହାପରେ ନିଜ ଭଙ୍ଗା ବାଇକ୍‌କୁ ସଜାଡି ଅନୀତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। ପ୍ରତିଦିନ ୨୫ କିଲୋମିଟର ବାଇକ୍‌ରେ ବୁଲି ଅନୀତାଙ୍କୁ ଖୋଜିବାରେ ଲାଗିଥିଲେ। ଏହା ଭିତରେ ୨୪ ଦିନ ବିତିଗଲା ଓ ସେ ୬୫ଟି ଗାଁରେ ବୁଲି ଆସିଲେ, ହେଲେ ପତ୍ନୀଙ୍କର କୌଣସି ସୂଚନା ପାଇଲେ ନାହିଁ। ପରେ ସେ ଅନୀତାଙ୍କ ନିଖୋଜ ସମ୍ପର୍କରେ ଫଟୋ ସହ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ଏହାକୁ ଦେଖି କିଛି ଲୋକ ଖଡ଼ଗପୁର ରାସ୍ତାରେ ଅନୀତା ବସିଥିବା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଫେବ୍ରୁଆରୀ ୧୧ ତାରିଖରେ ତାଙ୍କୁ ଉଦ୍ଧାର କରିଥିଲା।

ଅନୀତାଙ୍କ ନିଖୋଜ ସମ୍ପର୍କରେ ମନୋହର କୁହନ୍ତି, ‘‘ମୁଁ ତାଙ୍କୁ ବହୁତ ଭଲ ପାଏ। ସେ ମାନସିକ ଭିନ୍ନକ୍ଷମ ଓ ଠିକ୍‌ରେ କଥା କହିପାରନ୍ତି ନାହିଁ। ଯେବେ ସେ ଦୁଇଦିନ ପର୍ଯ୍ୟନ୍ତ ଘରକୁ ଫେରିଲେ ନାହିଁ, ମୁସାବାନୀ ଓ ଦୁମିୟାରିୟା ପୋଲିସ୍‌ ଷ୍ଟେସନରେ ଏତଲା ଦେଇଥିଲି। ହେଲେ ପୋଲିସ୍‌ ତାଙ୍କର କୌଣସି ସୂଚନା ପାଇଲା ନାହିଁ। ଏହାପରେ ମୁଁ ନିଜେ ତାଙ୍କୁ ଖୋଜି ବାହାର କରିବାକୁ ଅଣ୍ଟା ଭିଡିଥିଲି। ସେ କେଉଁଠିକୁ ଯାଇଥିବେ, କେଉଁଠି ଥିବେ କିଛି ଧାରଣା ନଥିଲା। ତଥାପି ହାର ନମାନି ଗାଁରୁ ଗାଁ ବୁଲି ତାଙ୍କୁ ଖୋଜିଥିଲି। ଭଗବାନଙ୍କ କୃପାରୁ ଭଲରେ ଭଲରେ ସେ ମୋ ପାଖକୁ ଫେରି ଆସିଛନ୍ତି।’’

ସେ ଆହୁରି କହିଛନ୍ତି,“ମୁଁ ଜଣେ ଦିନ ମଜୁରିଆ। ଓଡ଼ିଶାକୁ ଆସି ଏଠାରେ ରହି କାମ କରି ପରିବାର ଚଳାଉଛି। ସଂସ୍କାର କହିଲେ ଅନୀତା ହିଁ ମୋର ସବୁକିଛି। ତାଙ୍କୁ ଖୋଜିବାକୁ ଯେବେ ବାହାରିଲି ବହୁତ ହଇରାଣ ହୋଇଛି। କାମକୁ ନଯିବାରୁ ପାଖରେ ଟଙ୍କା ବି ନଥିଲା। ଯାହା ଯେମିତି ହେଉ ଧାର ଉଧାର କରି ବହୁତ ଖୋଜାଖୋଜି କରିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story