କୋର୍ଟରେ ହାଜର ପରେ ଜେଲକୁ ଫେରିଲେ ପାର୍ଥସାରଥୀ ମିଶ୍ର

କଟକ: ଆଇଏଏସ୍‌ ଅଧିକାରୀ ପାର୍ଥସାରଥୀ ମିଶ୍ରଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କଟକ ଦ୍ୱିତୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। କୋର୍ଟରେ ହାଜର ବେଳେ ପାର୍ଥ କହିଛନ୍ତି,“କେତେକ କର୍ମଚାରୀ ମୋତେ ଫସାଇ ଦେଇଛନ୍ତି। ମୋର ସବୁ ସମ୍ପତ୍ତି ଧଳା।” ପାର୍ଥଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ୬ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜଣେ ଲେଖାଏଁ ଡିଏସ୍‌ପି ଏହି ଟିମ୍‌ର ନେତୃତ୍ୱ […]

parthasarathi

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 05:01 PM IST

କଟକ: ଆଇଏଏସ୍‌ ଅଧିକାରୀ ପାର୍ଥସାରଥୀ ମିଶ୍ରଙ୍କ ଦୁଇ ଦିନିଆ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କଟକ ଦ୍ୱିତୀୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। କୋର୍ଟରେ ହାଜର ବେଳେ ପାର୍ଥ କହିଛନ୍ତି,“କେତେକ କର୍ମଚାରୀ ମୋତେ ଫସାଇ ଦେଇଛନ୍ତି। ମୋର ସବୁ ସମ୍ପତ୍ତି ଧଳା।”

ପାର୍ଥଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ୬ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଜଣେ ଲେଖାଏଁ ଡିଏସ୍‌ପି ଏହି ଟିମ୍‌ର ନେତୃତ୍ୱ ନେବେ।

ଗତ ଶନିବାର ପାର୍ଥସାରଥୀଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଖାରଜ କରି ଦେଇଥିଲେ। ତାଙ୍କୁ ସରକାର ଚାକିରିରୁ ନିଲମ୍ବନ ମଧ୍ୟ କରିଛନ୍ତି। ସେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଥିଲେ।

ଆୟ ବହିର୍ଭୂତ ସମ୍ପତ୍ତିର ଖିଅ ଖୋଜୁଥିବା ଭିଜିଲାନ୍ସ ହାତରେ ଲାଗିଛି ପାର୍ଥ ସାରଥୀଙ୍କ ସୌଖୀନ ଆଲିସାନ୍‌ ବଙ୍ଗଳା ଓ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ସଂପର୍କରେ ତଥ୍ୟ । ତାଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। କଟକ, ପୁରୀ ଓ ଭୁବନେଶ୍ୱରରେ ତାଙ୍କର ଅଢ଼େଇ କୋଟି ଟଙ୍କାର ୩ଟି ଆଲିସାନ୍‌ ଘର ରହିଛି। ସେହିପରି ସେ ଅନେକ ଥର ବିଦେଶ ଭ୍ରମଣରେ ମଧ୍ୟ ଯାଇଛନ୍ତି।

ପାର୍ଥ ସାରଥୀଙ୍କ ନାଁରେ ଅଭିଯୋଗ ଆସିବା ପରେ କିଛି ମାସ ହେବ ସେ ଭିଜିଲାନ୍ସ ନଜରରେ ଥିଲେ। ଗତ ବୁଧବାର ତାଙ୍କ ଗାଡ଼ିରୁ ୨ଲକ୍ଷ୧୪ ହଜାର ଟଙ୍କା ଜବତ ହୋଇଥିଲା। ପରେ ତାଙ୍କ ଭୁବନେଶ୍ୱର ସରକାରୀ ଘର, କଟକ ଅଫିସ ଓ ଘରେ  ଭିଜିଲାନ୍ସ ଚଢ଼ାଉ କରିଥିଲା। ଗୁରୁବାର ପାର୍ଥ ସାରଥୀଙ୍କୁ ଗିରଫ କରାଯାଇଥିଲା।

Related story