ଆଇଆଇଏମ୍ ସମ୍ୱଲପୁରରେ ପାଠପଢ଼ା ଆରମ୍ଭ ନେଇ ଅନିଶ୍ଚିତତା

ସମ୍ୱଲପୁର: ଆଇଆଇଏମ୍ ସମ୍ୱଲପୁରରେ ପାଠପଢ଼ା ଆରମ୍ଭ ନେଇ ଅନିଶ୍ଚିତତା ଦେଖାଦେଇଛି। ଆସନ୍ତା ୨୩ରେ କ୍ଲାସ ଆରମ୍ଭ ନେଇ ମେଣ୍ଟର୍ ଆଇଆଇଏମ ଇନ୍ଦୋର୍ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସମସ୍ୟା ହେଉଛି ସମ୍ୱଲପୁରରେ ଆଇଆଇଏମରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଛାତ୍ରାଛାତ୍ରୀ। ଆଇଆଇଏମ ସମ୍ୱଲପୁରରେ କ୍ଲାସ ଆରମ୍ଭ ନେଇ ଚିନ୍ତାରେ ସରକାର ଓ ମେଣ୍ଟର ଇନଷ୍ଟିଚ୍ୟୁଟ୍। ସମ୍ବଲପୁର ଆଇଆଇଏମରେ ମୋଟ୍ ସିଟ୍ ସଂଖ୍ୟା ୬୦ ରହିଥିଲା ବେଳେ କାଉନସେଲିଂରେ ପରେ ମାତ୍ର ୧୨ ଛାତ୍ରଛାତ୍ରୀ ଆଡମିଶନ କଲେ। […]

IIM1

IIM1

Rakesh Mallick
  • Published: Tuesday, 01 September 2015
  • Updated: 01 September 2015, 02:35 PM IST

Sports

Latest News

ସମ୍ୱଲପୁର: ଆଇଆଇଏମ୍ ସମ୍ୱଲପୁରରେ ପାଠପଢ଼ା ଆରମ୍ଭ ନେଇ ଅନିଶ୍ଚିତତା ଦେଖାଦେଇଛି। ଆସନ୍ତା ୨୩ରେ କ୍ଲାସ ଆରମ୍ଭ ନେଇ ମେଣ୍ଟର୍ ଆଇଆଇଏମ ଇନ୍ଦୋର୍ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସମସ୍ୟା ହେଉଛି ସମ୍ୱଲପୁରରେ ଆଇଆଇଏମରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ଛାତ୍ରାଛାତ୍ରୀ। ଆଇଆଇଏମ ସମ୍ୱଲପୁରରେ କ୍ଲାସ ଆରମ୍ଭ ନେଇ ଚିନ୍ତାରେ ସରକାର ଓ ମେଣ୍ଟର ଇନଷ୍ଟିଚ୍ୟୁଟ୍। ସମ୍ବଲପୁର ଆଇଆଇଏମରେ ମୋଟ୍ ସିଟ୍ ସଂଖ୍ୟା ୬୦ ରହିଥିଲା ବେଳେ କାଉନସେଲିଂରେ ପରେ ମାତ୍ର ୧୨ ଛାତ୍ରଛାତ୍ରୀ ଆଡମିଶନ କଲେ। ଆଉ ଚିନ୍ତାର କାରଣ ହେଉଛି ଏମାନଙ୍କ ମଧ୍ୟରୁ ୫ଜଣ ଏବେ ସମ୍ୱଲପୁର ଆସିବାକୁ ରାଜି ହେଉନାହାନ୍ତି। ଏ ନେଇ ସେମାନେ ଆଇଆଇଏମ ଇନ୍ଦୋରକୁ ଅବଗତ ବି କରିଛନ୍ତି।

ଓଟିଭିକୁ ମିଳିଥିବା ସୂଚନା ଅନୁସାରେ ଏତେ କମ ପିଲାଙ୍କୁ ନେଇ କ୍ଲାସ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ଇନ୍ଦୋର କର୍ତ୍ତୃପକ୍ଷ। ଏବେ ସମ୍ୱଲପୁର ସିଲିକନ୍ ଇଂଜିନିୟରିଂ କଲେଜରେ ଅସ୍ଥାୟୀ ଭାବେ କ୍ଲାସ ଆରମ୍ଭ ହେବ ବୋଲି ନିଷ୍ପତି ହୋଇସାରିଛି। ବର୍ଷକୁ ଭଡା ବାବଦରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ ବି ହେବ। ହେଲେ ଅସ୍ଥାୟୀ କ୍ୟାମ୍ପସରେ ବି ସେଭଳି ଆନୁସଙ୍ଗିକ ସୁବିଧା କରାଯାଇନାହିଁ। ଖାଲି ସେତିକି ନୁହେଁ ସ୍ଥାୟୀ କ୍ୟାମ୍ପସ ନେଇ ଚିହ୍ନଟ ଜାଗା ମଧ୍ୟ ଆଇଆଇଏମ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିନାହାନ୍ତି ରାଜ୍ୟ ସରକାର। ଏଭଳି ସ୍ଥିତିରେ ଆସନ୍ତା ୭ ତାରିଖରେ ଉନ୍ନୟନ କମିଶନର ଏକ ବୈଠକ ଡାକିଛନ୍ତି। ଏଥିରେ ବୈଷୟିକ ଶିକ୍ଷା ଓ ତାଲିମ ସଚିବ, ଆଇଆଇଏମ ଇନ୍ଦୋର ନିର୍ଦ୍ଦେଶକଙ୍କ ସମେତ ରାଜ୍ୟ କୃଷି ଓ ଜଳ ସମ୍ପଦ ସଚିବ ଉପସ୍ଥିତ ରହିବେ। ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍। ତେବେ ବର୍ତ୍ତମାନ ସ୍ଥିତିରେ କ୍ଲାସ ଆରମ୍ଭ ନେଇ ଦେଖାଦେଇଛି ଅନିଶ୍ଚିତତା। ଖାଲି ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ଓ ଅଧ୍ୟାପିକା ବି ଆଇଆଇଏମ୍ ସମ୍ୱଲପୁରରେ ପାଠ ପଢାଇବାକୁ ଆଗ୍ରହ ଦେଖାଉ ନାହାନ୍ତି। ଏହାର କାରଣ କଣ ହେଇପାରେ ଭିତ୍ତିଭୂମିର ଅଭାବ ନା ବିମାନସେବାରେ ସମସ୍ୟା। ଓଡିଶା ଆଇଆଇଏମକୁ ନେଇ ଆରମ୍ଭରୁ ଦେଖାଦେଇଛି ସମସ୍ୟା। ପ୍ରଥମରୁ ଜାଗା ଚିହ୍ନଟକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ କ୍ଲାସ ଆରମ୍ଭକୁ ନେଇ ସୃଷ୍ଟି ହୋଇଛି ସମସ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos