ଶିଳ୍ପପତି ଓ ଖଣିମାଫିଆ ନିଜକୁ ଚାଷୀ ନେତା ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ: ସମୀର ଦାଶ

ଭୁବନେଶ୍ୱର: ଆଜକାଲି ଶିଳ୍ପପତି ଓ ଖଣି ମାଫିଆମାନେ ନିଜକୁ ଚାଷୀ ନେତା ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ପରିତାପର ବିଷୟ ବୋଲି କହିଛନ୍ତି ବିଜେଡି ମୁଖ୍ୟପାତ୍ର ସମୀର ଦାଶ। ଗତକାଲି ନବନିର୍ମାଣ କୃଷକ ସଂଗଠନର ସମାବେଶ ପ୍ରସଙ୍ଗରେ ପ୍ରତିକ୍ରିୟାର ରଖି ସେ ଏହା କହିଛନ୍ତି। ସମୀର ଦାଶ କହିଛନ୍ତି,“ଖଣିମାଫିଆ ଓ ଶିଳ୍ପପତିମାନେ ନିଜକୁ ଚାଷୀ ବୋଲି ପରିଚୟ ଦେବା ଆରମ୍ଭ କଲେଣି। ସେମାନଙ୍କର ଚାଷ ସହିତ କେବେ ସଂପର୍କ ନ ଥିଲା କି ଆଜି ବି […]

samirdash

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 02:06 PM IST

ଭୁବନେଶ୍ୱର: ଆଜକାଲି ଶିଳ୍ପପତି ଓ ଖଣି ମାଫିଆମାନେ ନିଜକୁ ଚାଷୀ ନେତା ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ପରିତାପର ବିଷୟ ବୋଲି କହିଛନ୍ତି ବିଜେଡି ମୁଖ୍ୟପାତ୍ର ସମୀର ଦାଶ। ଗତକାଲି ନବନିର୍ମାଣ କୃଷକ ସଂଗଠନର ସମାବେଶ ପ୍ରସଙ୍ଗରେ ପ୍ରତିକ୍ରିୟାର ରଖି ସେ ଏହା କହିଛନ୍ତି।

ସମୀର ଦାଶ କହିଛନ୍ତି,“ଖଣିମାଫିଆ ଓ ଶିଳ୍ପପତିମାନେ ନିଜକୁ ଚାଷୀ ବୋଲି ପରିଚୟ ଦେବା ଆରମ୍ଭ କଲେଣି। ସେମାନଙ୍କର ଚାଷ ସହିତ କେବେ ସଂପର୍କ ନ ଥିଲା କି ଆଜି ବି ନାହିଁ। ଚାଷୀମାନଙ୍କ ପ୍ରତି ସେମାନଙ୍କର ସାମାନ୍ୟତମ ଦରଦ ନାହିଁ। କେବଳ କ୍ଷମତା ଲୋଭରେ ସେମାନେ ସରଳ ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ରାଜ୍ୟର ଚାଷୀ ସମାଜ ଏହାକୁ ବୁଝିବା ଦରକାର।”

ଅନ୍ୟପକ୍ଷରେ ତାଙ୍କର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ନବନିର୍ମାଣ କୃଷକ ସଂଗଠନ ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି,“ରାଜ୍ୟ ସମ୍ପର୍କରେ ସମୀର ବାବୁଙ୍କ କିଛି ଜ୍ଞାନ ନାହିଁ। କିଏ ଚାଷୀ କିଏ ଖଣି ମାଫିଆ ସରକାର ଜାଣି ପାରୁ ନାହାନ୍ତି, ରାଜ୍ୟର ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଏକଚାଟିଆ ଅଧିକାର ନାହିଁ। ଥରେ ଅଟକାଇ ଦେଲେ ଚାଷୀ ଆନ୍ଦୋଳନ ଥମିବ ନାହିଁ। ସବୁ ବ୍ଲକ୍ ଓ ପଞ୍ଚାୟତରେ ଚାଷୀଙ୍କ ଘରେ କଳାପତାକା ଉଡ଼ିବ।”

ଗତକାଲି ନବନିର୍ମାଣ କୃଷକ ସଂଗଠନ ଭୁବନେଶ୍ୱରରେ ଏକ ସମାବେଶର ଯୋଜନା କରିଥିଲା। ତେବେ ସରକାର ଏହାକୁ ଭଣ୍ଡୁର କରି ଦେଇଥିଲେ। ଆବଶ୍ୟକ ଅନୁମତି ନ ଥିବା ଦେଖାଇ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଚାଷୀଙ୍କୁ ପୋଲିସ ଅଟକ ରଖିବା ସହ ସମାବେଶ ସ୍ଥଳରେ ୧୪୪ ଧାରା ଜାରି କରିଥିଲା।

Related story