ଅଗଷ୍ଟରେ କମିଛି ବର୍ଷା: ବୌଦ୍ଧ ଜିଲ୍ଲାରେ ସବୁଠାରୁ କମ୍‌

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ୧୭.୪ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ସ୍ୱାଭାବିକ ଭାବେ ୩୫୬ ମିଲିମିଟର ବର୍ଷା ହେବା ପରିବର୍ତ୍ତେ ରାଜ୍ୟରେ ହାରାହାରି ୨୯୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱତନ୍ତ୍ର ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୯୩.୮ ମିଲିମିଟର ଏବଂ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୯୨.୦ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିପରି ଏ ବର୍ଷ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୭.୭ […]

Rakesh Mallick
  • Published: Friday, 01 September 2017
  • , Updated: 01 September 2017, 10:49 AM IST

ଭୁବନେଶ୍ୱର: ଚଳିତ ବର୍ଷ ଅଗଷ୍ଟ ମାସରେ ଓଡ଼ିଶାରେ ୧୭.୪ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ସ୍ୱାଭାବିକ ଭାବେ ୩୫୬ ମିଲିମିଟର ବର୍ଷା ହେବା ପରିବର୍ତ୍ତେ ରାଜ୍ୟରେ ହାରାହାରି ୨୯୩.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱତନ୍ତ୍ର ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୯୩.୮ ମିଲିମିଟର ଏବଂ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୧୯୨.୦ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି। ସେହିପରି ଏ ବର୍ଷ ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୭.୭ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।
ଏହି ୩ ମାସ ମଧ୍ୟରେ କେବଳ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୧୯ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଥିବାବେଳେ ୧୮ଟି ଜିଲ୍ଲାରେ ସ୍ୱାଭାବିକ ବୃଷ୍ଟିପାତ ହୋଇଛି। ସେଗୁଡ଼ିକ ହେଲା ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, ପୁରୀ, ଝାରସୁଗୁଡ଼ା, ଦେବଗଡ଼, ଜଗତସିଂହପୁର, ସୁନ୍ଦରଗଡ଼, କଟକ, କେନ୍ଦ୍ରାପଡ଼ା, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, ସମ୍ବଲପୁର ଓ ଭଦ୍ରକ। ବାକି ୧୦ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ଠାରୁ ୧୯ରୁ ୩୯ ପ୍ରତିଶତ କମିଛି।

ବ୍ଲକ୍ଓ୍ୱାରୀ ବୃଷ୍ଟିପାତ ତଥ୍ୟ ଅନୁଯାୟୀ, ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ୬୨ଟି ବ୍ଲକରେ ୧୯ ପ୍ରତିଶତ ଅଧିକ, ୧୫୧ଟି ବ୍ଳକରେ ସ୍ୱାଭାବିକ ଏବଂ ୭୫ଟି ବ୍ଲକକ୍‌ରେ ୧୯ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି। ଅନ୍ୟ ୨୪ଟି ବ୍ଲକ୍‌ରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୩୯ରୁ ୫୯ ପ୍ରତିଶତ କମ୍ ରହିଛି। ତେବେ ଢେଙ୍କାନାଳ ଜିଲ୍ଲାର ଓଡ଼ପଡ଼ା ଓ ଅନୁଗୋଳ ଜିଲ୍ଲାର କଣିହା ବ୍ଲକ୍‌ର ୫୯ ପ୍ରତିଶତରୁ ମଧ୍ୟ ଆହୁରି କମ୍ ପରିମାଣରେ ବୃଷ୍ଟିପାତ ରେକର୍ଡ ହୋଇଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨ତାରିଖରେ ଏସ୍ଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ଜୁନ୍ ମାସରେ ରାଜ୍ୟରେ ୨୧୬.୫ ମିମି ବର୍ଷା ହେବାକୁ ଥିବା ବେଳେ ୨୦୭.୯ ମିମି ହୋଇଥିଲା। ୮ଟି ଜିଲ୍ଲାରେ ୧୯ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ କମ୍ ବର୍ଷା ରେକର୍ଡ କରାଯାଇଥିଲା। ଏହି ୮ଟି ଜିଲ୍ଲା ଥିଲା ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, କେନ୍ଦୁଝର, ନୟାଗଡ଼, କଟକ, ମୟୂରଭଂଜ ଓ ଜଗତସିଂହପୁର। ତେବେ ଢେଙ୍କାନାଳରେ ସର୍ବାଧିକ ୪୪ ପ୍ରତିଶତ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।

Related story