ଯଦି ଓଡ଼ିଶା ଗରିବ, କେନ୍ଦ୍ର ସ୍ୱତନ୍ତ୍ର ଦୃଷ୍ଟି ଦେଉନାହିଁ କାହିଁକି: ନରସିଂହ ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ହୋହାଲ୍ଲା ହୋଇଥିଲା। ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇବା ସହ ଏକ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। ମୋଦିଙ୍କ ଭାଷାରେ ଓଡ଼ିଶା ଯଦି ଗରିବ ତେବେ କେନ୍ଦ୍ର ସ୍ୱତନ୍ତ୍ର ଦୃଷ୍ଟି କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ଶାସକ ଦଳର ସଦସ୍ୟମାନେ ସମର୍ଥନ ଜଣାଇଥିଲେ। ହୋହାଲ୍ଲା ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ […]

narashingha

Rakesh Mallick
  • Published: Monday, 27 February 2017
  • , Updated: 27 February 2017, 03:31 PM IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ହୋହାଲ୍ଲା ହୋଇଥିଲା। ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇବା ସହ ଏକ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। ମୋଦିଙ୍କ ଭାଷାରେ ଓଡ଼ିଶା ଯଦି ଗରିବ ତେବେ କେନ୍ଦ୍ର ସ୍ୱତନ୍ତ୍ର ଦୃଷ୍ଟି କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ଶାସକ ଦଳର ସଦସ୍ୟମାନେ ସମର୍ଥନ ଜଣାଇଥିଲେ। ହୋହାଲ୍ଲା ଲାଗି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଥିଲେ।

ନରସିଂହ କହିଛନ୍ତି,“ମୋଦିଙ୍କ ମନୋଭାବ ଗରିବ ବିରୋଧୀ। ୩ ବର୍ଷ ପରେ କ’ଣ ମୋଦି ଜାଣିଲେ ଓଡ଼ିଶା ଗରିବ ବୋଲି ? ୮ଟି କେନ୍ଦ୍ରୀୟ ଯୋଜନା କାହିଁକି ବନ୍ଦ କରାଗଲା ଓ ୩୩ଟି ଯୋଜନାରୁ ଅନୁଦାନ କମାଗଲା ତାହାର ଉତ୍ତର ପ୍ରଧାନମନ୍ତ୍ରୀ ରଖନ୍ତୁ।”

Related story