ଜଗତସିଂହପୁର: ୨ ପୁଅଙ୍କୁ ବିଷ ପିଆଇ ମା’ର ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁନଙ୍ଗ ମୁଣ୍ଡା ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମା’ ତାର ଦୁଇ ପୁଅଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ସାନ ପୁଅର ମୃତ୍ୟୁ ଘଟିଥିବା ବେଳେ ବଡ଼ପୁଅ ଓ ମା’ର ଅବସ୍ଥା ଉଦ୍‌ବେଗଜନକ ରହିଛି। ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି। ଏମାନଙ୍କ ଘର କେନ୍ଦୁଝର ଜିଲ୍ଲା ଶଗଡ଼ପଡ଼ା ପଞ୍ଚାୟତର ଖଡ଼ିବାଡ଼ିଗାଁ […]

jagasingpur

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 02:51 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁନଙ୍ଗ ମୁଣ୍ଡା ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମା’ ତାର ଦୁଇ ପୁଅଙ୍କୁ ବିଷ ପିଆଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩ ବର୍ଷର ସାନ ପୁଅର ମୃତ୍ୟୁ ଘଟିଥିବା ବେଳେ ବଡ଼ପୁଅ ଓ ମା’ର ଅବସ୍ଥା ଉଦ୍‌ବେଗଜନକ ରହିଛି। ପାରିବାରିକ କଳହରୁ ଏପରି ଘଟିଥିବା ଅନୁମାନ କରାଯାଉଛି।

ଏମାନଙ୍କ ଘର କେନ୍ଦୁଝର ଜିଲ୍ଲା ଶଗଡ଼ପଡ଼ା ପଞ୍ଚାୟତର ଖଡ଼ିବାଡ଼ିଗାଁ ହୋଇଥିବାବେଳେ ମୁଣ୍ଡାସାହିରେ ଦୀର୍ଘ ଦିନ ଧରି ରହୁଛନ୍ତି।

Related story