ପପୁ କେଳେଙ୍କାରୀ ମାମଲା: ନାବାଳିକାଙ୍କ ମାଆ କହିଲେ କଥା ଆଗକୁ ବଢାଇବାକୁ ଚାହୁଁନୁ

ଭୁବନେଶ୍ୱର: ପପୁ ପମ୍‌ପମ୍‌ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତକାଲି ନାବାଳିକାଙ୍କ ବାପା ପୋଲିସ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଆଜି ତାଙ୍କ ମାଆ ମାମଲା ଆଗକୁ ନ ବଢାଇବାକୁ କହିଛନ୍ତି। “ଘଟଣାର ଆପୋଷ ସମାଧାନ ହୋଇ ସାରିଥିବାରୁ ଆମେ ମାମଲାକୁ ଆଗକୁ ବଢାଇବାକୁ ଚାହୁଁ ନାହୁଁ” ବୋଲି କହିଛନ୍ତି। ନାବାଳିକାଙ୍କ ମାଆ ବାପାଙ୍କ ଏପରି ବୟାନ ପରେ ଘଟଣା ଆଗକୁ କେଉଁ ଆଡକୁ ଯାଉଛି ତାକୁ ନେଇ […]

papu1

Rakesh Mallick
  • Published: Wednesday, 06 July 2016
  • , Updated: 06 July 2016, 10:30 PM IST

ଭୁବନେଶ୍ୱର: ପପୁ ପମ୍‌ପମ୍‌ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତକାଲି ନାବାଳିକାଙ୍କ ବାପା ପୋଲିସ ବିରୋଧରେ ଅଭିଯୋଗ ଆଣିଥିବା ବେଳେ ଆଜି ତାଙ୍କ ମାଆ ମାମଲା ଆଗକୁ ନ ବଢାଇବାକୁ କହିଛନ୍ତି। “ଘଟଣାର ଆପୋଷ ସମାଧାନ ହୋଇ ସାରିଥିବାରୁ ଆମେ ମାମଲାକୁ ଆଗକୁ ବଢାଇବାକୁ ଚାହୁଁ ନାହୁଁ” ବୋଲି କହିଛନ୍ତି।

ନାବାଳିକାଙ୍କ ମାଆ ବାପାଙ୍କ ଏପରି ବୟାନ ପରେ ଘଟଣା ଆଗକୁ କେଉଁ ଆଡକୁ ଯାଉଛି ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଅନ୍ୟପକ୍ଷରେ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ରିପୋର୍ଟରେ ନାବାଳିକାଙ୍କୁ ପପୁ ନିର୍ଯାତନା ଦେଇଥିବା ଉଲ୍ଲେଖ କରିଛନ୍ତି। ଆବଶ୍ୟକ ହେଲେ ନାବାଳିକାଙ୍କୁ ନିଜ ହେପାଜତକୁ ମଧ୍ୟ ନେଇ ପାରେ ବୋଲି ସମିତି ପକ୍ଷରୁ କୁହାଯାଇଛି।

ନାବାଳିକାଙ୍କ ବାପା ମାଆ ମାମଲା ଆଗକୁ ବଢାଇବାକୁ ଚାହୁଁ ନାହାନ୍ତି। ପୋଲିସ ବୟାନ ରେକର୍ଡ କରିଥିବା ପିଲା ତାଙ୍କ ଝିଅ ନୁହେଁ ବୋଲି ପୀଡିତାଙ୍କ ବାପା କହିଛନ୍ତି। ବୟାନ ରେକର୍ଡ ହୋଇଥିବା ଝିଅ ନାବାଳିକା ବୋଲି ପୋଲିସ କହୁଛି। ଏପରି ସ୍ଥିତିରେ କିଏ ସତ କହୁଛି, କିଏ ମିଛ କହୁଛି, ମାମଲାକୁ ରଫାଦଫା କରିବାକୁ କିଛି ଡିଲ୍‌ ହୋଇଛି କି, ଏ ନେଇ ଚର୍ଚ୍ଚା ଜୋର ଧରିଛି।

ଶିଶୁ କଲ୍ୟାଣ ସମିତି ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି, ୨୦୧୪ ନଭେମ୍ବର ୨୪ରେ ଏକ ଫିଲ୍ମ ସମ୍ପର୍କରେ କଥାବାର୍ତ୍ତା କରିବାକୁ ନାବାଳିକାଙ୍କୁ କାରରେ ବସାଇ ପପୁ ନେଇଥିଲେ। ପପୁଙ୍କ ସାଙ୍ଗ ଗିଟୁ କାର ଚଳାଉଥିଲା। ପଛ ସିଟ୍‌ରେ ପପୁ ଓ ନାବାଳିକା ବସିଥିଲେ। ଭୁବନେଶ୍ୱର ଡେଲଟା ଛକରେ ଗିଟୁ ଗାଡ଼ିରୁ ଓହ୍ଲାଇଗଲେ। ଏହି ସମୟରେ ପପୁ ନାବାଳିକାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ପପୁଙ୍କ ଏପରି ବ୍ୟବହାରରେ ନାବାଳିକା ଜଣଙ୍କ ଚକିତ ହୋଇଯିବା ସହ କାନ୍ଦି ପକାଇ ଥିଲେ। ମହିଳା ଥାନାରେ ପ୍ରାଥମିକ ତଦନ୍ତ ପରେ ଘଟଣାର ତଦନ୍ତ କରୁଥିବା ସିଡବ୍ଲ୍ୟୁସି  ତା’ର ରିପୋର୍ଟରେ ଏହା ଉଲ୍ଲେଖ କରିଛି। ନାବାଳିକାଙ୍କ ବୟାନ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସିଡବ୍ଲ୍ୟୁସି ସଦସ୍ୟ କହିଛନ୍ତି, “କୋର୍ଟକୁ ସେ ଝିଅ ଯାଇଥିଲା। ତା’ ପରେ ୧୬୪ରେ ନାବାଳିକାର ବୟାନ ରେକର୍ଡ ହେଲା। ୫ଟି ସ୍ତରରେ ସେ ଗୋଟିଏ ଝିଅର ବୟାନ ରେକର୍ଡ ହୋଇଛି। ଜିଲାପାଳଙ୍କ ସହ ଆଲୋଚନା କରୁଛୁ। ପିଲାଟି ଅସୁରକ୍ଷିତ ବୋଲି ଆମେ ଅନୁଭବ କଲେ ତାକୁ ଉଦ୍ଧାର କରି ନିଜ ହେପାଜତକୁ ଆଣିବୁ। ସେ କେଉଁଠି ରହିବ ତା’ର ବ୍ୟବସ୍ଥା କରିବୁ।”

Related story