ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚିହ୍ନଟ ହିତାଧିକାରୀଙ୍କୁ ଜାନୁୟାରୀରୁ ମିଳିବ କିରୋସିନ

ଭୁବନେଶ୍ୱର: କାର୍ଡ ନୁହେଁ ଏଣିକି ମୁଣ୍ଡପିଛା କିରୋସିନ୍ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚିହ୍ନଟ ହିତାଧିକାରୀଙ୍କୁ ଜାନୁୟାରୀଠାରୁ ଏପରି ଭାବେ ସରକାର କିରୋସିନ ବଣ୍ଟନ କରିବେ। ଏହି ନୂଆ ବ୍ୟବସ୍ଥାକୁ ରାଜ୍ୟ ସରକାର ଅନୁମୋଦନ ଦେଇସାରିଛନ୍ତି। ଶୀଘ୍ର ଯୋଗାଣ ବିଭାଗ କିରୋସିନ ବଣ୍ଟନ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବ। ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଖାଦ୍ୟଶସ୍ୟ ଭଳି କିରୋସିନ୍ ଦିଆଯିବ। ଆଜି ବି ରାଜ୍ୟର ବହୁ ଗାଁକୁ ବିଜୁଳି ଆଲୁଅ ପହଞ୍ଚି […]

kirosin

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 04:17 PM IST

ଭୁବନେଶ୍ୱର: କାର୍ଡ ନୁହେଁ ଏଣିକି ମୁଣ୍ଡପିଛା କିରୋସିନ୍ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚିହ୍ନଟ ହିତାଧିକାରୀଙ୍କୁ ଜାନୁୟାରୀଠାରୁ ଏପରି ଭାବେ ସରକାର କିରୋସିନ ବଣ୍ଟନ କରିବେ। ଏହି ନୂଆ ବ୍ୟବସ୍ଥାକୁ ରାଜ୍ୟ ସରକାର ଅନୁମୋଦନ ଦେଇସାରିଛନ୍ତି। ଶୀଘ୍ର ଯୋଗାଣ ବିଭାଗ କିରୋସିନ ବଣ୍ଟନ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବ। ଏଥିରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଖାଦ୍ୟଶସ୍ୟ ଭଳି କିରୋସିନ୍ ଦିଆଯିବ।

ଆଜି ବି ରାଜ୍ୟର ବହୁ ଗାଁକୁ ବିଜୁଳି ଆଲୁଅ ପହଞ୍ଚି ପରିନାହିଁ। ଲୋକେ ଡିବିରି ଉପରେ ନିର୍ଭର କରିଥାନ୍ତି। ପିଲାମାନଙ୍କୁ ଡିବିରି ଆଲୁଅରେ ପଢିବାକୁ ପଢୁଛି। ଏପରି ସ୍ଥିତିରେ ହିତାଧିକାରୀଙ୍କ ପାଖରେ ସହଜରେ କିରୋସିନ ପହଞ୍ଚା ଯିବା ଓ ସ୍ୱଚ୍ଛତା ରହିବ ତାହାକୁ ଦୃଷ୍ଟି ରଖି ଜାନୁୟାରୀରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି।

ଏବେ କେନ୍ଦ୍ର ସରକାର ରାଜ୍ୟର କୋଟା ବାବଦକୁ ମାସକୁ ୩ କୋଟି ୨୪ ଲକ୍ଷ ଲିଟର କିରୋସିନ ଦେଉଛି। ହିତାଧିକାରୀଙ୍କୁ କାର୍ଡ ପିଛା ୪ ଲିଟର କିରୋସିନ ମିଳୁଛି। ନୂଆ ବଣ୍ଟନ ବ୍ୟବସ୍ଥା ଅନୁସାର ହିତାଧିକାରୀଙ୍କୁ ମୁଣ୍ଡପିଛା ପ୍ରାୟ ୧ ଲିଟର କିରୋସିନ ମିଳିବ। ୨ କୋଟି ୯୬ ଲକ୍ଷ ହିତାଧିକାରୀ ଏଇ ସୁବିଧା ପାଇପାରିବେ। ଏ ନେଇ ଯୋଗାଣ ବିଭାଗ ଶୀଘ୍ର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବ ବୋଲି ଖାଦ୍ୟ ଯୋଗାଣ ସଚିବ ମଧୂସୂଦନ ପାଢୀ କହିଛନ୍ତି। ଏହାକୁ ନେଇ ହୀତାଧିକାରୀଙ୍କଠାରୁ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ଯେଉଁ ହିତାଧିକାରୀଙ୍କ ଘରର ସଦସ୍ୟ ସଂଖ୍ୟା ୪ରୁ କମ ସେମାନେ ପୂର୍ବଠାରୁ କମ କିରୋସିନ ପାଇବେ। ଏହାଦ୍ୱାରା ସେମାନଙ୍କୁ ମାସେକାଳ ଚଳିବା କଷ୍ଟକର ହୋଇଯିବ ବୋଲି କହିଛନ୍ତି। ସେହିପରି ଅଧିକ ସଦସ୍ୟ ଥିମା ହିତାଧିକାରୀମାନେ ଏପରି ଯୋଜନାକୁ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ସେମାନଙ୍କୁ ଆଉ କିରୋସିନ ନିଅଣ୍ଟ ପଡିବ ନାହିଁ ବୋଲି କହିଛନ୍ତି।

Related story