‘ପିଲା ଦିନର ଦୁଃଖ ଓ ଯନ୍ତ୍ରଣା “ଶୋଷ”ରେ ସ୍ଥାନୀତ କରିଛି’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲା ବେଳର ଦୁଃଖ ଓ ଯନ୍ତ୍ରଣା ଏବେବି ମନେ ପଡ଼ୁଛି। ବାପା ରିକ୍ସା ଟାଣି ଯାହା ଉପାର୍ଜନ କରନ୍ତି ସେଥିରେ ଚଳୁଥାଏ ଆମ ପୂରା ପରିବାର। ଯେଉଁଦିନ ଭଲ ଉପାର୍ଜନ ସେଦିନ ଭଲ ଖିଆପିଆ ଆଉ ଯେଉଁଦିନ ନାଇଁ ସେଦିନ ପେଟରେ ଓଦାକନା ପକାଇ ଶୋଇବା ସାର ହୁଏ। ବାପା କହନ୍ତି, ‘ଆଜି ରାତିଟା ପାଣି ପିଇ ଶୋଇଯିବା। ଆଉ ଆମେ ବି ତାଙ୍କ କଥା ମାନି ସେଇଆ କରୁ। ପେଟେ ପାଣି ପିଇ […]
Kendriya Sahitya Akademi award
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିଲା ବେଳର ଦୁଃଖ ଓ ଯନ୍ତ୍ରଣା ଏବେବି ମନେ ପଡ଼ୁଛି। ବାପା ରିକ୍ସା ଟାଣି ଯାହା ଉପାର୍ଜନ କରନ୍ତି ସେଥିରେ ଚଳୁଥାଏ ଆମ ପୂରା ପରିବାର। ଯେଉଁଦିନ ଭଲ ଉପାର୍ଜନ ସେଦିନ ଭଲ ଖିଆପିଆ ଆଉ ଯେଉଁଦିନ ନାଇଁ ସେଦିନ ପେଟରେ ଓଦାକନା ପକାଇ ଶୋଇବା ସାର ହୁଏ। ବାପା କହନ୍ତି, ‘ଆଜି ରାତିଟା ପାଣି ପିଇ ଶୋଇଯିବା। ଆଉ ଆମେ ବି ତାଙ୍କ କଥା ମାନି ସେଇଆ କରୁ। ପେଟେ ପାଣି ପିଇ କଟିଯାଏ ସାରା ରାତି‘।
ପିଲା ଥିଲି, ବଡ଼ ହେଲି। ସମୟ ବଦଳିବା ସହ ଆମର ସ୍ଥିତି ବି ବଦଳିଲା । ଅଙ୍ଗେ ନିଭାଇଥିବା ଦୁଃଖ ଆଉ ଯନ୍ତ୍ରଣାକୁ କଲମ ମୂନରେ ଆଙ୍କଦେବାକୁ ଇଚ୍ଛା ହେଲା। ଆଉ ଏଇ ଇଚ୍ଛାରୁ ଜନ୍ମ ନେଲା ‘ଶୋଷ’। ମୋ ପ୍ରଥମ କବିତା ସଙ୍କଳନ। ଯେଉଁଥିରେ ରହିଛି ୩୨ଟି କବିତା ବୋଲି କହିଛନ୍ତି ଯୁବ ସାହିତ୍ୟକ ଜୟଦ୍ରଥ ସୁନା। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ସଙ୍କଳନ ‘ଶୋଷ’ ପାଇଁ ତାଙ୍କୁ ମିଳିବାକୁ ଯାଉଛି ଯୁବ ପୁରସ୍କାର।
ଯୁବ ସାହିତ୍ୟିକ ଜୟଦ୍ରଥ ସୁନାଙ୍କ ଜନ୍ମ ଚର୍ଚ୍ଚାରେ ରହୁଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଏକ ଛୋଟିଆ ଗାଁ ବାଙ୍ଗୀପଦରରେ। ବାପା ଜନ୍ମ ଓ ମାତା ବାସସୀ ସୁନାଙ୍କର ଚତୁର୍ଥ ସନ୍ତାନ ହେଉଛନ୍ତି ଜୟଦ୍ରଥ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲେ ମଧ୍ୟ ଜୟଦ୍ରଥଙ୍କର ଥିଲା ପିଲା ବେଳୁ ଥିଲା ପାଠ ପ୍ରତି ଦୁର୍ବଳ। ପାଠ ପଢ଼ିବା ସହିତ ଲେଖୁଥିଲେ କବିତା। ରାଉରକେଲା ଷ୍ଟିଲ୍ ସିଟିରେ ୫ମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ପୂରା ପରିବାର ଗାଁକୁ ଚାଲି ଆସିଥିଲା। କିନ୍ତୁ ଜୟଦ୍ରଥ ପାଠ ପଢ଼ା ଛାଡ଼ି ନଥିଲେ। ନିଜର ଅକ୍ଳାନ୍ତ ପରିଶ୍ରମ ବଳରେ ସେ ରାଜନୀତି ବିଜ୍ଞାନ ଓ ଓଡ଼ିଆରେ ଏମ୍ଏ ପାସ କରିଛନ୍ତି। ଏବେ ଏକ ବେସରକାର ସ୍କୁଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି।
ସେ କହିଛନ୍ତି-“ପିଲା ଦିନ ଦୁଃଖ ଓ ଯନ୍ତ୍ରଣାରେ ବିତିଛି। ଯାହା ଏବେବି ମନେ ଅଛି। ଯାହାକୁ ମୁଁ ମୋ କବିତା ସଙ୍କଳନରେ ଉପସ୍ଥାପନ କରିଛି। ଏହାଛଡ଼ା ସମାଜରେ ଲାଞ୍ଛିତ, ଶୋଷିତ, ଅବହେଳିତ ଓ ଆଦିବାସୀଙ୍କ ଜୀବନ ଶୈଳୀକୁ ମୋ କବିତାରେ ସ୍ଥାନୀତ ଦିଏ। ସମାଜକୁ ବହୁ ପାଖରୁ ଦେଖିଛି। ପିଲା ଦିନେ ମୁଁ ବେଳେ ବେଳେ ଉପବାସରେ ରହୁଥିଲି।”
କଳାହାଣ୍ଡିର ଦୁଃଖକୁ କେମିତି କବିତାରେ ସ୍ଥାନୀତ କରିଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି-“କିଛି ଦିନ ତଳେ ଦାନ ମାଝି ଘଟଣାକୁ ନେଇ ସମଗ୍ର ବିଶ୍ୱରେ ଆଲୋଚନା ହେଲା। ବିଭିନ୍ନ ଗଣମାଧ୍ୟମରେ ଏହାକୁ ଯେଉଁ ଢ଼ଙ୍ଗରେ ପ୍ରସାରଣ କରିଥିଲେ, ତାହା ସ୍ୱାଗତ ଯୋଗ୍ୟ। କିନ୍ତୁ କେବଳ ଦାନ ମାଝିଙ୍କ ପାଖରେ କଳାହାଣ୍ଡିର ଦୁଃଖ ସରିଯାଇନାହିଁ। ଆଜି ଅନେକ ଦାନ ମାଝି ସମାଜରେ ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ସେମାନଙ୍କ ଉପରେ ମୁଁ କବିତା ଲେଖିଛି। ମାତ୍ର ଦାନ ମାଝିଙ୍କ ଉପରେ କୌଣସି କବିତା ଲେଖିନି।”