ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା କରିନାହିଁ : ବିଜେଡି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ  କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା ନେଇ ହୋଇଥିବା ଚର୍ଚ୍ଚାକୁ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ଖଣ୍ଡନ କରିଛନ୍ତି। ପ୍ରତାପ ଦେବ କହିଛନ୍ତି,”ଦଳର ଆଭିମୁଖ୍ୟ ଅତୀତରେ ଯାହା ଥିଲା ଏବେ ବି ତାହା ସ୍ପଷ୍ଟ ରିହିଛି। ନିରପେକ୍ଷ ତଦନ୍ତ ହେଉ, ଦୋଷୀ ଦଣ୍ଡ ପାଉ। ଯେତେ  ବଡ଼ ନେତା ହେଉ ନା କାହିଁକି ଦୋଷୀ ଦଣ୍ଡ ପାଇବା ଦରକାର। ଜୟରାମ ପାଙ୍ଗି […]

pratap

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 09:16 AM IST

ଭୁବନେଶ୍ୱର: ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ  କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ସିବିଆଇ ଜେରା ନେଇ ହୋଇଥିବା ଚର୍ଚ୍ଚାକୁ ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ଖଣ୍ଡନ କରିଛନ୍ତି।

ପ୍ରତାପ ଦେବ କହିଛନ୍ତି,”ଦଳର ଆଭିମୁଖ୍ୟ ଅତୀତରେ ଯାହା ଥିଲା ଏବେ ବି ତାହା ସ୍ପଷ୍ଟ ରିହିଛି। ନିରପେକ୍ଷ ତଦନ୍ତ ହେଉ, ଦୋଷୀ ଦଣ୍ଡ ପାଉ। ଯେତେ  ବଡ଼ ନେତା ହେଉ ନା କାହିଁକି ଦୋଷୀ ଦଣ୍ଡ ପାଇବା ଦରକାର। ଜୟରାମ ପାଙ୍ଗି ଓ ଭାସ୍କର ରାଓଙ୍କୁ ସିବିଆଇ କୌଣସି ନୋଟିସ୍ କରି ନାହିଁ।

ଜୟରାମ ପାଙ୍ଗୀ ପୂର୍ବରୁ ସିବିଆଇକୁ ଚିଠି ଲେଖିଥିଲେ। ଏ ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ସିବିଆଇ ତାଙ୍କୁ ଡାକିଥିବା ନେଇ ମୋ ପାଖରେ ଖବର ରହିଛି। ଜୟରାମ ପାଙ୍ଗୀଙ୍କୁ ଏ ନେଇ କୌଣସି ଜେରା ବା ସିବିଆଇ ନୋଟିସ୍‌ ହୋଇ ନାହିଁ।”

 ଗତକାଲି ଜୟରାମ ପାଙ୍ଗୀ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍ ଭାସ୍କର ରାଓଙ୍କୁ ସିବିଆଇ ଜେରା କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।  ତେବେ ଭାସ୍କର ରାଓ ଏହାକୁ ଖଣ୍ଡନ କରିଛନ୍ତି। ଇତିଶ୍ରୀ ପ୍ରସଙ୍ଗରେ ସିବିଆଇ ତାଙ୍କୁ ନୋଟିସ୍‌ ଦେଇନାହିଁ କି ସେ ସମ୍ପର୍କରେ କୌଣସି ଆଲୋଚନା କରିନାହିଁ ବୋଲି ସେ କହିଛନ୍ତି। ସର୍କିଟ୍‌ ହାଉସ୍‌ରେ ସିବିଆଇ ଅଧିକାରୀ ରୁହନ୍ତି। ଯିବାଆସିବା ବେଳେ ତାଙ୍କ ସହ ଦେଖା ହୋଇଥାଏ ବୋଲି ସେ ସଫେଇ ଦେଇଛନ୍ତି।

ଗତକାଲି ଏ ପ୍ରସଙ୍ଗରେ ଜୟ ରାମପାଙ୍ଗୀ କହିଥିଲେ, ”ମୋତେ ସିବିଆଇ ପଚରାଉଚରା କରିନି। ମୁଁ ବିଶ୍ରାମ ନେବା ପାଇଁ ସର୍କିଟ୍ ହାଉସ୍‌କୁ ଆସିଥିଲି। ମୋ ଦଳର କିଛି ଲୋକ ମୋତେ ବଦନାମ କରିବାକୁ ଚାହୁଁଛନ୍ତି। ସିବିଆଇ ମୋତେ ପଚରାଉଚରା କରିବା ପାଇଁ ଡାକିଲେ ମୁଁ ଏହାକୁ ସ୍ୱାଗତ କରିବି।”

Related story