ଝାରପଡା ଜେଲରେ ରାତି କାଟିଲେ ସୁରବାବାଙ୍କ ସହ ତାଙ୍କ ଦୁଇ ପୁଅ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ସମ୍ରାଟ ସାଜିଥିବା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବା ଏବେ ଜେଲରେ। ଦୁଇ ପୁଅ ସହ ଜେଲର ଚାରିକାନ୍ଥରେ ଏବେ ସୁର ବାବା। ବଦଳି ଯାଇଛି ବାବାଙ୍କ ଠିକଣା। ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟିର ସେହି ବିଳାସମୟ ଆଶ୍ରମରୁ ଏବେ ରାଜଧାନୀର ଝାରପଡ଼ା ଜେଲ୍ ହୋଇଛି ବର୍ତ୍ତମାନର ନୂଆ ଠିକଣା। ଗତ ରାତିରେ ସୁରେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜେଏମ୍ଏଫସିଙ୍କ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲକୁ ପଠାଇ […]

suraandsons

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 02:18 AM IST

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମର ସମ୍ରାଟ ସାଜିଥିବା ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବା ଏବେ ଜେଲରେ। ଦୁଇ ପୁଅ ସହ ଜେଲର ଚାରିକାନ୍ଥରେ ଏବେ ସୁର ବାବା। ବଦଳି ଯାଇଛି ବାବାଙ୍କ ଠିକଣା। ଭୁବନେଶ୍ୱର ଉପକଣ୍ଠ ଝିଇଁଣ୍ଟିର ସେହି ବିଳାସମୟ ଆଶ୍ରମରୁ ଏବେ ରାଜଧାନୀର ଝାରପଡ଼ା ଜେଲ୍ ହୋଇଛି ବର୍ତ୍ତମାନର ନୂଆ ଠିକଣା। ଗତ ରାତିରେ ସୁରେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜେଏମ୍ଏଫସିଙ୍କ କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା। ସୁର ବାବାଙ୍କୁ ଜେଲର ୧ ନମ୍ୱର ବ୍ଲକ ସ୍ଥିତ ୧୧ ନମ୍ୱର କୋଠରୀରେ ଏବଂ ତାଙ୍କ ଦୁଇ ପୁଅଙ୍କୁ ୩ ନମ୍ୱର ବ୍ଲକର ୧୨ ଏବଂ ୧୩ ନମ୍ୱର କୋଠରୀରେ ରଖାଯାଇଛି। ସମସ୍ତଙ୍କୁ ପରସ୍ପରଠାରୁ ଅଲଗା ରଖାଯାଇଛି। ତା'ସହ ସାଧାରଣ କଏଦୀ ଭଳି ତାଙ୍କୁ ମଧ୍ୟ ଜେଲ୍ ତରଫରୁ ସୁବିଧା ଯୋଗାଇ ଦିଆଯାଇଛି। ଶୋଇବା ପାଇଁ ୨ଟି ଲେଖାଏଁ ଦରି, ଖାଇବା ପାଇଁ ଥାଳି ଓ ଗିନା ଦିଆଯାଇଛି ବାପପୁଅଙ୍କୁ। ରାତ୍ରିଭୋଜନରେ ଦିଆଯାଇଥିଲା ରୁଟି ଆଉ ଡାଲମା। ତେବେ ସୁରେନ୍ଦ୍ରଙ୍କ ପକ୍ଷରୁ ଏଯାଏଁ କୌଣସି ଜାମିନ ଆବେଦନ କରାଯାଇନଥିବାବେଳେ ପଚରା ଉଚୁରା ପାଇଁ ପୋଲିସ ରିମାଣ୍ଡ ଆବେଦନ କରିବ ନା ନାହିଁ, ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Related story