ଝାରପଡା ଜେଲ ଗଲେ ସୁର ବାବା ଓ ଦୁଇ ପୁଅ

ଭୁବନେଶ୍ୱର: ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କୁ ଗିରଫ ପରେ ଝାରପଡ଼ା ଜେଲ ପଠାଯାଇଛି। ଆଜି ସନ୍ଧ୍ୟାରେ ସୁରେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ସୁରେନ୍ଦ୍ରଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇ ନ ଥିଲା କି ପୋଲିସ ରିମାଣ୍ଡ ଆବେଦନ କରି ନ ଥିଲା। ପୂର୍ବରୁ ସୁରଙ୍କ ସହ ତାଙ୍କ ଦୁଇ ପୁଅଙ୍କୁ ମଧ୍ୟ କମିଶନରେଟ ପୋଲିସ ଗିରଫ କରିଥିଲା। ଗତକାଲିଠାରୁ […]

sura

sura

Rakesh Mallick
  • Published: Monday, 31 August 2015
  • Updated: 01 September 2015, 02:19 AM IST

Sports

Latest News

ଭୁବନେଶ୍ୱର: ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କୁ ଗିରଫ ପରେ ଝାରପଡ଼ା ଜେଲ ପଠାଯାଇଛି। ଆଜି ସନ୍ଧ୍ୟାରେ ସୁରେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ସୁରେନ୍ଦ୍ରଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇ ନ ଥିଲା କି ପୋଲିସ ରିମାଣ୍ଡ ଆବେଦନ କରି ନ ଥିଲା। ପୂର୍ବରୁ ସୁରଙ୍କ ସହ ତାଙ୍କ ଦୁଇ ପୁଅଙ୍କୁ ମଧ୍ୟ କମିଶନରେଟ ପୋଲିସ ଗିରଫ କରିଥିଲା।

ଗତକାଲିଠାରୁ ପୋଲିସ୍ ହେପାଜତରେ ଥିବା ସୁରେନ୍ଦ୍ର ମିଶ୍ର ଓରଫ ସୁରବାବାଙ୍କୁ ଆଜି ଗିରଫ କରାଯାଇଥିଲା । ସୁରବାବାଙ୍କ ସହିତ ତାଙ୍କର ଦୁଇ ପୁଅ ବିରଞ୍ଚି ଓ ତ୍ରିଲୋଚନଙ୍କୁ ଗିରଫ କରାଯାଇଥଲା । ଗିରଫ କରାଯିବା ପୂର୍ବରୁ ବାପପୁଅ ତିନି ଜଣଙ୍କୁ ଭୁବନେଶ୍ୱର ସ୍ଥିତ ପୋଲିସ୍ କମିଶନରେଟର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା। ଡିସିପି ସତ୍ୟବ୍ରତ ଭୋଇ ନିଜେ ସେମାନଙ୍କୁ ପଚରାଉଚରା କରିଥିଲେ।

ସୁର ବାବା ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୪୧ (ବେଆଇନ ଭାବେ ଅଟକ ରଖିବା), ୩୪୨, ୩୨୩ (ସାମାନ୍ୟ ଶାରୀରିକ ଆଘାତ ଦେବା), ୨୯୪ (ଅସଭ୍ୟ ଭାଷାରେ ଗାଳିଗୁଲଜ ଦେବା) ଓ ୫୦୬ (ଧମକ ଚମକ ଦେବା) ଦଫା ଲଗାଯାଇଛି। ତା’ସହିତ ୩୪ ଆଇପିସି ଓ ୩ଏସସି/ଏସଟି ଆକ୍ଟ (ଜାତିଆଣ ଆକ୍ଷେପ କରିବା) ଅନୁସାରେ ସେମାନଙ୍କ ବିରୋଧର ମାମଲା ରୁଜୁ କରାଯାଇଛି। କେସ୍ ନମ୍ବର ୧୮୭/୨୦୧୫ରେ ସେମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଜଣେ ଯୁବକ ଗତକାଲି ବାଲିପାଟଣାର ଥାନାରେ ଦେଇଥିବା ଏତଲା ମୁତାବକ ସେମାନଙ୍କ ନାଁରେ ଏସବୁ ଦଫା ଲଗାଯାଇଛି ମାମଲା ରୁଜୁ କରାଯାଇଛି।

ସେହିପରି ବାଲିପାଟଣା ଥାନାରେ ଆଜି ଜଣେ ମହିଳା ସୁରବାବାଙ୍କ ନାଁରେ ଯୌନ ନିର୍ଯାତନା, ମାନସିକ ଓ ଶରୀରିକ ନିର୍ଯାତନା ଆଦି ଅଭିଯୋଗ ଆଣି ଏଫଆଇଆର୍ ଦେଇଛନ୍ତି। ଏହି ଅଭିଯୋଗ ପାଇବା ପରେ ପୋଲିସ ତାଙ୍କ ନାଁରେ କେସ୍ ନମ୍ବର ୧୯୧/୨୦୧୫ରେ ମାମଲା ରୁଜୁ କରାଯାଇଛି। ତାଙ୍କ ବିରୋଧରେ ୩୫୪(ମହିଳାଙ୍କୁ ଅସଦାଚରଣ), ୧୦୯ (ଉସକାଇବା) ଓ ୫୦୯ (ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା) ଆଦି ଦଫା ଲାଗିଛି। ଏହି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ବାବାଙ୍କ ପ୍ରରୋଚନାରେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos