ଝିଇଁଟି ତ୍ରାହି ଅଚ୍ୟୁତ ଆଶ୍ରମରେ ସାନି ଉତ୍ତେଜନା, ପୁଣି ଏକ ଗାଡ଼ି ଜାଳିଦେଲେ ଲୋକେ

ଭୁବନେଶ୍ୱର: ରବିବାର ରାତିରେ ବ୍ୟାପକ ଜଳାପୋଡ଼ା ପରେ ଆଜି ପୁଣି ଥରେ ଭୁବନେଶ୍ୱର ନିକଟସ୍ଥ ଝିଇଁଟିରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଦେଖାଯାଇଛି ସାନି ଉତ୍ତେଜନା। ୪ ପ୍ଲାଟୁନ୍ ପୋଲିସ୍ ମୁତୟନ ହୋଇଥିବା ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ଆଶ୍ରମ ପରିସରରେ ଥିବା ଏକ ଚାରି ଚକିଆ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆଶ୍ରମ ପରିସରରେ ଥିବା ଶିବ ମନ୍ଦିର ପଛ ପାଖରେ ଏହି ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି। ଅନ୍ୟପକ୍ଷରେ ତ୍ରାହି […]

trahi5

Rakesh Mallick
  • Published: Monday, 31 August 2015
  • , Updated: 31 August 2015, 07:52 AM IST

ଭୁବନେଶ୍ୱର: ରବିବାର ରାତିରେ ବ୍ୟାପକ ଜଳାପୋଡ଼ା ପରେ ଆଜି ପୁଣି ଥରେ ଭୁବନେଶ୍ୱର ନିକଟସ୍ଥ ଝିଇଁଟିରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ଦେଖାଯାଇଛି ସାନି ଉତ୍ତେଜନା। ୪ ପ୍ଲାଟୁନ୍ ପୋଲିସ୍ ମୁତୟନ ହୋଇଥିବା ସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ଆଶ୍ରମ ପରିସରରେ ଥିବା ଏକ ଚାରି ଚକିଆ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଆଶ୍ରମ ପରିସରରେ ଥିବା ଶିବ ମନ୍ଦିର ପଛ ପାଖରେ ଏହି ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ଗାଡ଼ିଟି ସଂପୂର୍ଣ୍ଣ ଜଳି ଯାଇଛି।

ଅନ୍ୟପକ୍ଷରେ ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଏଥିପାଇଁ ଚାରୋଟି ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ସୁରବାବା ଓ ତାଙ୍କର ଦୁଇ ପୁଅକୁ କମିଶନରେଟ୍ ମୁଖ୍ୟକାର୍ଯ୍ୟାଳୟରେ ଜେରା କରୁଥିବା ବେଳେ ଆଉ ଏକ ଟିମ୍ ଆଶ୍ରମ ପରିସରେ ଯାଞ୍ଚ କରୁଛି।

Related story