ଯୁବକଙ୍କୁ ହତ୍ୟା ଘଟଣାରେ ବାଲେଶ୍ୱର ସହରରେ ଉତ୍ତେଜନା, ୧୪୪ ଧାରା ବଳବତ୍ତର

ବାଲେଶ୍ୱର:ବାଲେଶ୍ୱର ସହରରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଯୁବକଙ୍କ ସଂଘବନ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ଟାଉନ୍‌ ଥାନା ଅନ୍ତର୍ଗତ ପାତ୍ରପଡ଼ା, ସୁନହଟ ଓ ଗବଗାଁ ସମେତ ଚାନ୍ଦିପୁର ରାସ୍ତାର ଭୁଜାଖିଆ ପୀରଠାରୁ ଆଇଓସିଲ୍‌ ପର୍ଯ୍ୟନ୍ତ ରାସ୍ତାରେ ଗତକାଲି ରାତିରୁ ୧୪୪ ଧାରା ବଳବତ୍ତର ରହିଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ପୁରୁଣା ବାଲେଶ୍ୱର ମହମ୍ମଦପୁର ଛକରେ ରାସ୍ତାରୋକ କରିଛନ୍ତି […]

balasore

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 03:22 PM IST

ବାଲେଶ୍ୱର:ବାଲେଶ୍ୱର ସହରରେ ପୁଣି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଯୁବକଙ୍କ ସଂଘବନ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ଟାଉନ୍‌ ଥାନା ଅନ୍ତର୍ଗତ ପାତ୍ରପଡ଼ା, ସୁନହଟ ଓ ଗବଗାଁ ସମେତ ଚାନ୍ଦିପୁର ରାସ୍ତାର ଭୁଜାଖିଆ ପୀରଠାରୁ ଆଇଓସିଲ୍‌ ପର୍ଯ୍ୟନ୍ତ ରାସ୍ତାରେ ଗତକାଲି ରାତିରୁ ୧୪୪ ଧାରା ବଳବତ୍ତର ରହିଛି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ପୁରୁଣା ବାଲେଶ୍ୱର ମହମ୍ମଦପୁର ଛକରେ ରାସ୍ତାରୋକ କରିଛନ୍ତି । କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ  ଗବଗାଁ ଛକ ନିକଟରେ ପୋଲିସ୍‌ କ୍ୟାମ୍ପ କରି ୨୪ ଘଣ୍ଟିଆ ପହରା ଦେଉଛି। ଗବଗାଁ ଓ ପାତ୍ରପଡ଼ାରେ ଚପା ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଳାଟୁନ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଗତକାଲି ପୁରୁଣା ବାଲେଶ୍ୱର ଗାଁର ସତ୍ୟରଞ୍ଜନ ଦାସ ଓ ରଞ୍ଜିତ ଦାସଙ୍କୁ ପାତ୍ରପଡ଼ାର ୪ରୁ ୫ଜଣ ଯୁବକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା।  ଜଣଙ୍କର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗତ ଦୁର୍ଗାପୂଜାରେ ମେଢ ଭସାଣକୁ ନେଇ ଗବଗାଁ ଓ ପାତ୍ରପଡ଼ା ଯୁବକଙ୍କ ମଧ୍ୟରେ ମାରପିଟ ଓ ଆକ୍ରମଣ ହୋଇଥିଲ। ଏହି ଘଟଣାରେ  ଗିରଫ ଜେଲରେ ଥିବା  ସତ୍ୟରଞ୍ଜନ ୨ ଦିନ ପୂର୍ବରୁ ଜାମିନରେ ଫେରିଥିଲେ।

 

Related story