ଯୁବତୀଙ୍କ ସହ ଅଶ୍ଳୀଳ ଚାଟିଂ ଅଭିଯୋଗ, ସମସ୍ୟାରେ ତାଳଚେର ବିଧାୟକ ବ୍ରଜ

ତାଳଚେର: “ତୁମର ବୟସ କେତେ ? ମୁଁ ତୁମ ବାପାଙ୍କ ଚାକିରି କରାଇ ଦେବି। ଏହା ବଦଳରେ ତୁମକୁ ମୋ ସହ ଗୋଟେ ରାତି ବିତାଇବାକୁ ପଡିବ।” ହ୍ୱାଟ୍ସଆପ୍‌ରେ ଜଣେ ୧୯ ବର୍ଷର ଯୁବତୀଙ୍କ ସହ ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଏପରି ଚାଟ୍‌ କରିଥିବା  ଅଭିଯୋଗ ଆସିବା ପରେ ସେ ଏବେ ଅଡୁଆଡ଼େ ପଡିଛନ୍ତି। ବାପୁ ଭାଇ ନାଁରେ ଜଣାଶୁଣା ବ୍ରଜଙ୍କ ପାଇଁ ହ୍ୱାଟ୍ସଆପ୍‌ ଚାଟିଂ ଚିନ୍ତା ବଢାଇ ଦେଇଛି। ଜଣେ ଯୁବତୀଙ୍କ […]

talcher

Rakesh Mallick
  • Published: Friday, 22 July 2016
  • , Updated: 23 July 2016, 08:16 AM IST

ତାଳଚେର: “ତୁମର ବୟସ କେତେ ? ମୁଁ ତୁମ ବାପାଙ୍କ ଚାକିରି କରାଇ ଦେବି। ଏହା ବଦଳରେ ତୁମକୁ ମୋ ସହ ଗୋଟେ ରାତି ବିତାଇବାକୁ ପଡିବ।” ହ୍ୱାଟ୍ସଆପ୍‌ରେ ଜଣେ ୧୯ ବର୍ଷର ଯୁବତୀଙ୍କ ସହ ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଏପରି ଚାଟ୍‌ କରିଥିବା  ଅଭିଯୋଗ ଆସିବା ପରେ ସେ ଏବେ ଅଡୁଆଡ଼େ ପଡିଛନ୍ତି।

ବାପୁ ଭାଇ ନାଁରେ ଜଣାଶୁଣା ବ୍ରଜଙ୍କ ପାଇଁ ହ୍ୱାଟ୍ସଆପ୍‌ ଚାଟିଂ ଚିନ୍ତା ବଢାଇ ଦେଇଛି। ଜଣେ ଯୁବତୀଙ୍କ ସହ ଅଶ୍ଳୀଳ ଚାଟିଂ କରିଥିବାର ପୋଷ୍ଟର ସାରା ସହରରେ ଛାଇ ହୋଇଯାଇଛି। ଯୁବତୀଙ୍କ ବାପାଙ୍କୁ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ସହ ରାତ୍ରିଯାପନ କରିବାକୁ ସେ ବାଧ୍ୟ କରିଥିବା ପୋଷ୍ଟରରେ ଦର୍ଶା ଯାଇଛି।

ତେବେ ଏପରି ଅଭିଯୋଗକୁ ବିଧାୟକ ପ୍ରଧାନ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏହା ସମ୍ପୂର୍ଣ୍ଣ ମିଥ୍ୟା। ସେ ଝିଅ କିଏ ମୁଁ ଜାଣି ନାହିଁ କି ତା’ ସହ ଚାଟିଂ କରିନାହିଁ। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ରାଜନୀତିରେ କିଛି ମନ୍ଦ ଲୋକ ଅଛନ୍ତି, ଯେଉଁମାନେ ମୋ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି।”

ଅଭିଯୋଗ ଆସିବା ପରେ ତାଳଚେର ରାଜନୀତି ସରଗରମ ହୋଇଯାଇଛି। ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଆଜି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି।

ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧିର କହିଛନ୍ତି, “ଯଦି ଘଟଣା ସତ ହୋଇଥିବ ତେବେ ଏହା ଅତ୍ୟନ୍ତ ନିନ୍ଦନୀୟ। ଘଟଣାର ସତ୍ୟତା ପଦାକୁ ଆସିବା ଦରକାର। ଏଥିପାଇଁ ଆମେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛୁ।“

ବିଜେପି ଏପରି ଘଟଣାକୁ ନିନ୍ଦା କରିଛି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା କହିଛନ୍ତି, “ଘଟଣାରେ ତାଳଚେର ବିଧାୟକ ସ୍ପଷ୍ଟୀକରଣ ଦିଅନ୍ତୁ। ଏପରି ଘଟଣା ଦୁଃଖଦାୟକ। ଯିଏ ଦୋଷୀ ତାଙ୍କୁ ଦଣ୍ଡିତ କରାଯାଉ।”

ଘଟଣାକୁ ନେଇ ବିରୋଧୀ ବିଧାୟକଙ୍କୁ ଟାର୍ଗେଟ କରିଥିବା ବେଳେ ଜିଲ୍ଲା ବିଜେଡି ତାଙ୍କ ସମର୍ଥନରେ ଛିଡା ହୋଇଛି। ଏ ନେଇ ଦଳ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ସହ ବିଧାୟକଙ୍କୁ ବଦ୍‌ନାମ୍‌ କରିବାକୁ ଏପରି ଉଦ୍ୟମ କରାଯାଇଥିବା ଅଭିଯୋଗ କରାଯାଇଛି।

ତାଳଚେର ବ୍ଲକ ବିଜେଡି ସମ୍ପାଦକ ବିଜୟ ବିଶ୍ୱାଳ କହିଛନ୍ତି, “ବିଧାୟକଙ୍କ ଲୋକପ୍ରିୟତାକୁ ସହି ନ ପାରି ବିରୋଧୀ ଏପରି କରିଛନ୍ତି। ଏହାକୁ ଆମେ ନିନ୍ଦା କରୁଛୁ। ଏ ନେଇ ଥାନାରେ ଅଭିଯୋଗ କରିଛୁ। ଏପରି ହୀନ ଚକ୍ରାନ୍ତ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ଏତଲାରେ ଦାବି କରିଛୁ।”

Related story