ଜୁଲାଇ ୧, ରବିବାର: ଜାଣନ୍ତୁ ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି କେମିତି ରହିବ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଏତେ ଭଲ ନାହିଁ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂର ଯାତ୍ରାରେ ଯାଇପାରନ୍ତି। କ୍ଲାନ୍ତି ଅନୁଭବନ କରିବେ। ଅର୍ଥ ମିଳିବାର ଯୋଗ ରହିଛି। ବୃଷ: ବନ୍ଧୁଙ୍କ ସହିତ ବିବାଦ ଦେଖାଦେଇପାରେ। ଅର୍ଥ ମିଳିବାର ଯୋଗ ରହିଛି। ମଧ୍ୟାହ୍ନରେ ସ୍ୱାସ୍ଥ୍ୟ ବିଗିଡ଼ି ପାରେ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ। ମିଥୁନ୍‌: ପାରିବାରିକ ଗଣ୍ଡଗୋଳ ଦେଖାଦେବ। ସେଥିପାଇଁ ସତର୍କତା ଅବଲମ୍ୱନ କରନ୍ତୁ। କାର୍ଯ୍ୟସ୍ଥଳରେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଚାପ […]

1-3-2-1-768x402-1-840x440

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 07:14 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଏତେ ଭଲ ନାହିଁ। ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଦୂର ଯାତ୍ରାରେ ଯାଇପାରନ୍ତି। କ୍ଲାନ୍ତି ଅନୁଭବନ କରିବେ। ଅର୍ଥ ମିଳିବାର ଯୋଗ ରହିଛି।

ବୃଷ: ବନ୍ଧୁଙ୍କ ସହିତ ବିବାଦ ଦେଖାଦେଇପାରେ। ଅର୍ଥ ମିଳିବାର ଯୋଗ ରହିଛି। ମଧ୍ୟାହ୍ନରେ ସ୍ୱାସ୍ଥ୍ୟ ବିଗିଡ଼ି ପାରେ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ।

ମିଥୁନ୍‌: ପାରିବାରିକ ଗଣ୍ଡଗୋଳ ଦେଖାଦେବ। ସେଥିପାଇଁ ସତର୍କତା ଅବଲମ୍ୱନ କରନ୍ତୁ। କାର୍ଯ୍ୟସ୍ଥଳରେ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଚାପ ପଡ଼ିବ। ନିଷ୍ପତ୍ତି ନେବା ବେଳେ ଭାବି ଚିନ୍ତି ନିଅନ୍ତୁ। ନହେଲେ ଅଜଥାରେ ଅଡୁଆରେ ପଡ଼ିବେ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ରହିଛି। ବେପାର ବଣିଜରେ ଲାଭ ମିଳିବ। ଦୀର୍ଘ ଦିନରୁ ଅଟକିଥିବା କାମ ହୋଇଯିବ। ମାନ, ସମ୍ମାନ ଓ ଉପହାର ପାଇବେ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି। ଚାହିଁଲେ ସେମାନଙ୍କ ପ୍ରେମ ସମ୍ପର୍କକୁ ଆଗକୁ ନେଇ ପାରିବେ।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ସ୍ୱାସ୍ଥ୍ୟ ଠିକ୍‌ ରହିବ ନାହିଁ। ଦୂର ଯାତ୍ରା କରିବାର ଯୋଗ ରହିଛି। ପାରିବାରରେ ଗଣ୍ଡଗୋଳ ଘଟିପାରେ।
କନ୍ୟା: ଆଜିର ଦିନଟି ଆପଣଙ୍କର ବ୍ୟସ୍ତତା ଭିତରେ ବିତିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଅର୍ଥ ଖର୍ଚ୍ଚର ଯୋଗ ରହିଛି।

ତୁଳା: ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଜମାରୁ ଭଲ ନାହିଁ। ସେମାନଙ୍କ ଭିତରେ କଳହ ଦେଖାଦେଇପାରେ। ତେଣୁ ଦେଖିଚାହିଁ ସମ୍ପର୍କକୁ ଆଗକୁ ବଢ଼ାନ୍ତୁ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ଦୀର୍ଘ ଦିନରୁ ଅଟକିଥିବା କାମ ହୋଇଯିବ।

ବିଚ୍ଛା: ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କ ସହିତ ଦେଖାହେବ। ବ୍ୟସ୍ତତା ଭିତରେ ସମୟ ଅତିବାହିତ ହେବ। ସ୍ୱାସ୍ଥ୍ୟା ଭଲ ରହିବ। ଚାକିରିରେ ଦରମାର ବଢ଼ିବାର ଯୋଗ ରହିଛି।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଦୁର୍ଘଟଣାର ଯୋଗ ରହିଛି। ତେଣୁ ରାସ୍ତାରେ ଗଲାବେଳେ ସତର୍କତା ଅବଲମ୍ୱନ କରନ୍ତୁ। ସନ୍ଧ୍ୟାବେଳେ ଅଚାନକ ମିଳିବ।

ମକର: ଆଜି ଆପଣଙ୍କୁ ସଫଳତା ମିଳିବ। ଶିକ୍ଷା ଓ ପ୍ରତିଯୋଗିତାରେ ସୁଫଳ ପାଇବେ। ସନ୍ତାନ ସୁଖ ମିଳିବ। ଦୂରଯାତ୍ରା କରିବାର ଯୋଗ ରହିଛି।

କୁମ୍ଭ: ଦୀର୍ଘ ଦିନରୁ ଭେଟିବାକୁ ଚାହୁଁଥିବା ପ୍ରିୟଜନଙ୍କୁ ଆଜି ଭେଟିବେ। କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ଏଥିରେ ମହିଳାଙ୍କ ସହଯୋଗ ମିଳିବ। ଦୂର ଯାତ୍ରା କରିବାର ଯୋଗ ରହିଛି।

ମୀନ: ପରିବାରରେ ଅଶାନ୍ତି ଦେଖାଦେଇପାରେ। କୌଣସି କଥାକୁ ନେଇ ପାଟିତୁଣ୍ଡ ହେବ। ଦୂରଯାତ୍ରା ଯିବାକୁ ଚାହୁଁଥିଲେ ଯାଆନ୍ତୁ ନାହିଁ। ଗଲେ ଅସୁବିଧାରେ ପଡ଼ିବେ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ।

Related story