୪ ଜୁଲାଇ, ବୁଧବାର: ଏହି ରାଶିର ଲୋକେ ଅଧିକ ଲାଭ ଲୋଭରେ କ୍ଷତିରେ ପଡ଼ିପାରନ୍ତି

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କଫ ଜନିତ ସମସ୍ୟାରେ ପଡ଼ିପାରନ୍ତି। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ। ଅଧିକ ଲାଭ ଲୋଭରେ କ୍ଷତିରେ ପଡ଼ିପାରନ୍ତି। ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ କରିଥିବା ନିବେଶରେ ଭଲ ଲାଭ ମିଳିବ। କୌଣସି ବନ୍ଧୁଙ୍କଠାରୁ ଶୁଭ ଖବର ପାଇବେ। ମିଥୁନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଫିସ୍‌ରେ ସହକର୍ମୀ […]

rashi

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 07:10 AM IST

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। କଫ ଜନିତ ସମସ୍ୟାରେ ପଡ଼ିପାରନ୍ତି। କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। କୌଣସି ପ୍ରସଙ୍ଗରେ ନିଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ। ଅଧିକ ଲାଭ ଲୋଭରେ କ୍ଷତିରେ ପଡ଼ିପାରନ୍ତି।

ବୃଷ: ଦିନଟି ଶୁଭ ଫଳ ପ୍ରଦାନ କରିବ। ଧନପ୍ରାପ୍ତି ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ କରିଥିବା ନିବେଶରେ ଭଲ ଲାଭ ମିଳିବ। କୌଣସି ବନ୍ଧୁଙ୍କଠାରୁ ଶୁଭ ଖବର ପାଇବେ।

ମିଥୁନ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ଅଫିସ୍‌ରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହ ସଂପର୍କ ଭଲ ରହିବ। ସମାଜରେ ମାନସମ୍ମାନ ବଢ଼ିବ।

କର୍କଟ: ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ଚିନ୍ତିତ ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଆଜି ଭାଗ୍ୟ ପରିବର୍ତ୍ତନର ଯୋଗ ରହିଛି।

ସିଂହ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ ବିଗିଡ଼ିବା ହେତୁ ଖର୍ଚ୍ଚାନ୍ତ ହୋଇପାରନ୍ତି। ଘରର ସଦସ୍ୟ ତଥା ବନ୍ଧୁବାନ୍ଧବଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

କନ୍ୟା: ସମସ୍ତଙ୍କ ସହିତ ଭଲ ସଂପର୍କ ରଖିବାକୁ ପ୍ରୟାସ କରନ୍ତୁ। ଜୀବନସାଥୀଙ୍କ ସହ ମତଭେଦ ଦୂର ହେବ ଓ ଭଲ ପାଇବା ବଢ଼ିବ। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଘରେ ଶାନ୍ତିର ବାତାବରଣ ରହିବ। ତେଣୁ ଆପଣଙ୍କ ମନ ପ୍ରସନ୍ନ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ। ଆୟର ନୂଆ ବାଟ ଖୋଜିବାକୁ ପ୍ରୟାସ କରିପାରନ୍ତି।

ବିଛା: ମନୋରଞ୍ଜନରେ ଦିନଟି ଅତିବାହିତ ହେବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ବେଶ୍ ଭଲ ଅଛି। ବାହାରେ ଯିବାଆସିବା କଲା ବେଳେ ସାବଧାନ ରୁହନ୍ତୁ।

ଧନୁ: ଫୂର୍ତ୍ତି ଅନୁଭବ କରିବେ ନାହିଁ। ଉଦାସ ରହିବେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତେଭଦ ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଧନହାନି ଯୋଗ ରହିଛି।

ମକର: ଯେକୌଣସି ପ୍ରକାର ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ରହିଛି। ଚାକିରି, ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟରେ ଅନୁକୂଳ ବାତାବରଣ ରହିବ ଯାହା ଆପଣଙ୍କୁ ଦିନ ସାରା ପ୍ରସନ୍ନ ରଖିବ। ଭାଇବନ୍ଧୁଙ୍କ ସହଯୋଗ ପାଇବେ। ଧନପ୍ରାପ୍ତି ଯୋଗ ରହିଛି।

କୁମ୍ବ: ବାଦବିବାଦରେ ପଡ଼ନ୍ତୁ ନାହିଁ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିପାରନ୍ତି। ପରିବାରରେ ଅଶାନ୍ତିର ବାତାବରଣ ରହିପାରେ। ଚାହୁଁଥିବା କାର୍ଯ୍ୟ ସଂପନ୍ନ ହୋଇ ନ ପାରେ।

ମୀନ: ଦିନଟି ଶୁଭ ଫଳ ପ୍ରଦାନ କରିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଛି। ଧନଲାଭ ହୋଇପାରେ। ପରିବାରକୁ ସମୟ ଦେଇପାରିବେ। ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳ ହେବେ।

 

Related story