ଜୁନ୍ ୧୦, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ

ମେଷ: ଦିନଟି ଭଲରେ କଟିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ତେଣୁ ମନ ଖୁସି ରହିବ। ଧନଲାଭ ଯୋଗ ରହିଛି। ପରିବାର ଲୋକଙ୍କ ସହ ଦିନଟି ବିତାଇବାକୁ ଚେଷ୍ଟା କରିବେ। ବୃଷ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହି ନପାରେ। ପରିବାରରେ କାହା ସହିତ ମତଭେଦ ହୋଇପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। କୌଣସି ପୁରୁଣା ବନ୍ଧୁଙ୍କ […]

Rasiphala

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 07:33 AM IST

ମେଷ: ଦିନଟି ଭଲରେ କଟିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ତେଣୁ ମନ ଖୁସି ରହିବ। ଧନଲାଭ ଯୋଗ ରହିଛି। ପରିବାର ଲୋକଙ୍କ ସହ ଦିନଟି ବିତାଇବାକୁ ଚେଷ୍ଟା କରିବେ।

ବୃଷ: କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହି ନପାରେ। ପରିବାରରେ କାହା ସହିତ ମତଭେଦ ହୋଇପାରେ। ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ।

ମିଥୁନ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ।

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିଛି। ଘର ଅବା ଜମି କିଣିବାକୁ ଯୋଜନା ବନାଇ ପାରନ୍ତି। ଘରେ କାହାର ଅସୁସ୍ଥତା ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ଦିନଟି ମଧ୍ୟମ ଧରଣର ଫଳ ପ୍ରଦାନ କରିବ। କିଛି କାମରେ ସଫଳ ହେବେ ଓ ଆଉ କିଛି କାମରେ ଆଶା ମୁତାବକ ଫଳ ମିଳିନପାରେ। ଅନ୍ୟମାନଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ, ନହେଲେ ସମସ୍ୟାରେ ପଡ଼ିବେ।

କନ୍ୟା: ଆଜି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହି ନପାରେ। ବନ୍ଧୁମାନଙ୍କ ସହିତ ଦିନଟି କାଟିବାକୁ ପସନ୍ଦ କରିବେ। ରାସ୍ତାରେ ଗଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଦିନଟି ଭଲରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥଲାଭ ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହୋଇପାରେ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇପାରନ୍ତି।

ବିଛା: ସ୍ୱାସ୍ଥ୍ୟ ଭଲ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ମନ ପ୍ରଫୁଲ୍ଲ ରହିବ। ଧନ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବିଦେଶରୁ ଶୁଭ ଖବର ମିଳିପାରେ।

ଧନୁ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ପେଟରେ ସମସ୍ୟା ଦେଖାଯାଇପାରେ। ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ମନ ଭଲ ରହିବ ନାହିଁ। ମାନହାନି ହୋଇପାରେ। ବାଦ-ବିବାଦରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ: ମନ ଭଲ ରହିବ। କୌଣସି ସମସ୍ୟା ଦେଇ ଗତି କରୁଥିଲେ ଆଜି ତାହାର ସମାଧାନ ହୋଇଯିବ। ଧନଲାଭ ଯୋଗ ରହିଛି। ତେବେ ଖର୍ଚ୍ଚ ମଧ୍ୟ ଅଧିକ ହେବ।

ମୀନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ କାହା ସହିତ ଅବା କୌଣସି ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

Related story