୨୪ ଜୁନ୍‌, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଅର୍ଥ ମିଳିବ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଅର୍ଥ ମିଳିବାର ଯୋଗ ରହିଛି। ଘରେ ପିଲାଙ୍କ ସ୍ୱାସ୍ଥ୍ୟା ଭଲ ରହିବ। ଚାକିରିରେ ଉନ୍ନତି ମିଳିବ। ବୃଷ: ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସମ୍ପତ୍ତି ମଳିବାର ଯୋଗ ରହିଛି। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ। ମିଥୁନ୍‌: ଚାକିରିରେ ନୂଆ ସୁଯୋଗ ମିଳିବ। ମଧ୍ୟାହ୍ନରେ ଶୁଭ ଖବର ପାଇବେ। ଦୂର ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ […]

Rasiphala-image-840x440-1-2-2-1-840x440-1-2-2-840x440

Rakesh Mallick
  • Published: Sunday, 24 June 2018
  • , Updated: 24 June 2018, 04:11 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଅର୍ଥ ମିଳିବାର ଯୋଗ ରହିଛି। ଘରେ ପିଲାଙ୍କ ସ୍ୱାସ୍ଥ୍ୟା ଭଲ ରହିବ। ଚାକିରିରେ ଉନ୍ନତି ମିଳିବ।

ବୃଷ: ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସମ୍ପତ୍ତି ମଳିବାର ଯୋଗ ରହିଛି। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ନାହିଁ।

ମିଥୁନ୍‌: ଚାକିରିରେ ନୂଆ ସୁଯୋଗ ମିଳିବ। ମଧ୍ୟାହ୍ନରେ ଶୁଭ ଖବର ପାଇବେ। ଦୂର ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଆଜିର ଦିନ ଆପଣଙ୍କ ପାଇଁ ଭଲ ନାହିଁ। ବ୍ୟସ୍ତତା ଭିତରେ ଦିନଟି କଟିବ। ବାପା-ମାଆଙ୍କୁ ନେଇ ଚିନ୍ତିତ ରହିବେ। କୌଣସି ଶୁଭ କାମରେ ଯିବାକୁ ଚାହୁଁଥିଲେ ଘରୁ ଗୁଡ଼ ଖାଇ ବାହାରନ୍ତୁ।

ସିଂହ: କାର୍ଯ୍ୟରେ ବ୍ୟସ୍ତ ରହିବେ। ଦୂର ଯାତ୍ରା କରିବାର ଯୋଗ ରହିଛି। କ୍ରୋଧକୁ ଆୟତ୍ତରେ କରନ୍ତୁ। ନହେଲେ ଅଜଥାରେ ସମସ୍ୟାରେ ପଡ଼ିପାରନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।

କନ୍ୟା: ଅଚାନକ ଅର୍ଥ ମିଳିବ। ପରିବାରରେ ଖୁସି ଖବର ମିଳିବ। ପିଲା ଚିନ୍ତା ଦୂର ହେବ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ। ସେମାନେ ଚାହିଁଲେ ସେମାନଙ୍କ ସମ୍ପର୍କକୁ ଆଗକୁ ନେଇପାରିବେ।

ତୁଳା: ଚାକିରିରେ ପଦୋନ୍ନତି ମିଳିବ। କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଦୀର୍ଘ ଦିନରୁ ଅଟକିଥିବା କାମ ସମ୍ପାଦିତ ହେବ। ଦୂର ଯାତ୍ରାର ଯୋଗ ରହିଛି।

ବିଚ୍ଛା: ଦିନଟି ଆପଣଙ୍କ ପାଇଁ ବେଶୀ ଭଲ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଅଫିସ୍‌ରେ କାର୍ଯ୍ୟ ଠିକ୍‌ ଭାବେ ସମ୍ପାଦନ କରନ୍ତୁ। ନହେଲେ ସମସ୍ୟାରେ ପଡ଼ିପାରନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଲାଲ୍‌ ଚନ୍ଦନ ମାରି ଘରୁ ବାହାରନ୍ତୁ।

ଧନୁ: ଅର୍ଥ ମିଳିବ। ନୂଆ ଗାଡ଼ି କିଣିବାର ଯୋଗ ରହିଛି। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂର ଯାତ୍ରା କରିବାର ରହିଛି।

ମକର: ଚାକିରିରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ପଦନ୍ନୋତି ମିଳିବାର ଯୋଗ ରହିଛି। ଅଚାନକ ଅର୍ଥ ମିଳିବ। ହସ ଖୁସିରେ ଦିନଟି ଅତିବାହିତ ହେବ।

କୁମ୍ଭ: ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଦୂର  ହେବ। ପରିବାରରେ ଥିବା ମନୋମାଳିନ୍ୟ ଦୂର ହେବ। ଅର୍ଥ ଓ ଉପହାର ମିଳିବ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଦିନଟି ଭଲ ରହିଛି।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ବଶୀ ଭଲ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଚିନ୍ତାକରି କୌଣସି ନିଷ୍ପତ୍ତି ନିଅନ୍ତୁ। ନହେଲେ ଅଜଥାରେ ସମସ୍ୟାରେ ପଡ଼ିପାରନ୍ତି। ଆର୍ଥ ମିଳିବାର ଯୋଗ ରହିଛି।

Related story