ଜୁନ୍ ୨୫, ସୋମବାର: ତୁଳା ରାଶିର ଲୋକେ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ବାଦ-ବିବାଦରୁ ଦୂରେଇ ରହିଲେ ଭଲ।  ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ବଢ଼ିବ। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଧାର୍ମିକ କାର୍ଯ୍ୟରେ  ମନ ଦେବେ। ମାନସମ୍ମାନ ମିଳିବ। ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହି ନ ପାରେ। ଅପରାହ୍ନ ପରେ  ଅସୁସ୍ଥ ଅନୁଭବ କରିପାରନ୍ତି। ରାସ୍ତାରେ ଯିବାଆସିବା ବେଳେ ସର୍ତକତା […]

rashi

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 07:03 AM IST

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ବାଦ-ବିବାଦରୁ ଦୂରେଇ ରହିଲେ ଭଲ।  ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ବଢ଼ିବ।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଧାର୍ମିକ କାର୍ଯ୍ୟରେ  ମନ ଦେବେ। ମାନସମ୍ମାନ ମିଳିବ।

ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହି ନ ପାରେ। ଅପରାହ୍ନ ପରେ  ଅସୁସ୍ଥ ଅନୁଭବ କରିପାରନ୍ତି। ରାସ୍ତାରେ ଯିବାଆସିବା ବେଳେ ସର୍ତକତା ଅବଲମ୍ବନ କରନ୍ତୁ।

କର୍କଟ: ଦିନଟି ଭଲରେ କଟିବ।  ଉଭୟ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ତେବେ ଦେଖିଚାହିଁ ଖର୍ଚ୍ଚ କଲେ ଭଲ।

ସିଂହ: ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ନୂଆ ଗାଡ଼ି କିଣିବାକୁ ଯୋଜନା କରିପାରନ୍ତି।

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ।  ବିଦେଶରେ ରହୁଥିବା ପରିଜନଙ୍କଠାରୁ କୌଣସି ଭଲ ଖବର ପାଇ ଖୁସି ହେବେ। ଧାର୍ମିକ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିପାରନ୍ତି। ପଢ଼ାପଢ଼ିରେ ମନ ଦେବେ।

ତୁଳା: କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଅନ୍ୟଥା ଭୁଲ୍‌ ବୁଝାମଣାର ଶିକାର ହୋଇ ହଇରାଣରେ ପଡ଼ିବେ।

ବିଚ୍ଛା: ପରିବାର ଲୋକଙ୍କ ସହ ହସଖୁସିରେ ଦିନଟି କଟିବ। ବ୍ୟବସାୟ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବାକୁ ମିଳିବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବା ମାନ-ସମ୍ମାନ ମିଳିବ। ପରିବାର ସହିତ ଖୁସିରେ ସମୟ ବିତାଇବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।

ମକର: ମାନସିକ ଚାପ ବଢ଼ିପାରେ। ଏଥିପାଇଁ ନିଷ୍ପତ୍ତି  ନେବା ବେଳେ ଦ୍ୱନ୍ଦ୍ୱରେ ପଡ଼ିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅସୁସ୍ଥ ଅନୁଭବ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ।

ମୀନ: ବ୍ୟସ୍ତ ଭିତରେ ଦିନଟି କଟିବ। କାର୍ଯ୍ୟରେ ସଫଳତା ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧନପ୍ରାପ୍ତର ଯୋଗ ରହିଛି।

Related story