ଜୁନ୍ ୭, ଗୁରୁବାର: ଜାଣନ୍ତୁ କେଉଁ ରାଶିର ଲୋକଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ

ମେଷ: ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ। ଜୀବନ ଆନନ୍ଦମୟ ହେବ। ସମାଜରେ ମାନ,ସମ୍ମାନ ବଢ଼ିବ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବୃଷ: ମନ ଶାନ୍ତ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ଜୀବନରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ। ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଏତେ ଭଲ ରହିବ ନାହିଁ। ଖର୍ଚ୍ଚାନ୍ତ ହେବେ। […]

Rasiphala

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 07:21 AM IST

ମେଷ: ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବ। ଜୀବନ ଆନନ୍ଦମୟ ହେବ। ସମାଜରେ ମାନ,ସମ୍ମାନ ବଢ଼ିବ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ: ମନ ଶାନ୍ତ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ଜୀବନରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟ ବଢ଼ାଇବାକୁ ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ।

ମିଥୁନ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ସ୍ୱାସ୍ଥ୍ୟ ଏତେ ଭଲ ରହିବ ନାହିଁ। ଖର୍ଚ୍ଚାନ୍ତ ହେବେ। ସନ୍ତାନସନ୍ତତିଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ପରିଶ୍ରମ ଅନୁଯାୟୀ ଫଳ ମିଳି ନପାରେ।

କର୍କଟ: ମନକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଧନ ଚିନ୍ତା ଘାରିପାରେ।

ସିଂହ: ମନୋରଞ୍ଜନରେ ଦିନଟି ବିତିବ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ଦିନଟି ଶୁଭ ଫଳ ପ୍ରଦାନ କରିବ। ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବ। ମାନପ୍ରତିଷ୍ଠା ବଢ଼ିବ। ଶରୀର ସୁସ୍ଥ ରହିବ। ଅଫିସ୍‌ରେ ସମସ୍ତଙ୍କ ସହଯୋଗ ମିଳିବ।

ତୁଳା: ସୃଜନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ବୌଦ୍ଧିକ ଚର୍ଚ୍ଚାରେ ସମୟ ବିତିବ। ରାସ୍ତାରେ ଯିବାଆସିବା କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଧନଲାଭ ଯୋଗ ରହିଛି। ନୂଆ ପୋଷାକ କିଣି ପାରନ୍ତି। କେହି ଗରିବ ବ୍ୟକ୍ତି ସାହାଯ୍ୟ ମାଗିଲେ ନିଜର କ୍ଷମତା ଅନୁଯାୟୀ ସାହାଯ୍ୟ କରନ୍ତୁ। ଆଜି ଯେକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ଧନୁ: ଖୁସି ଅନୁଭବ କରିବେ। ପରିବାର ଲୋକଙ୍କ ସହ ଦିନଟି ବିତିବ। ଭାଗ୍ୟବୃଦ୍ଧି ସମ୍ଭାବନା ରହିଛି। ବିପରୀତ ଲିଙ୍ଗ ପ୍ରତି ଆକୃଷ୍ଟ ହେବେ। ଜମି ଓ ଗାଡ଼ି ଆଦି କିଣୁଥିଲେ ଅବା ବିକ୍ରି କରୁଥିଲେ ଟିକେ ଯତ୍ନବାନ ହୁଅନ୍ତୁ।

ମକର: ଧାର୍ମିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ପରିବାରରେ ଅଶାନ୍ତି ଦେଖାଯାଇପାରେ। କୌଣସି ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ। ଅପରାହ୍ନରେ ଚିନ୍ତାମୁକ୍ତ ହେବେ।

କୁମ୍ଭ: ମନ ଭଲ ରହିବ ନାହିଁ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। ନକାରାତ୍ମକ ଚିନ୍ତା ମନକୁ କବଳିତ କରିପାରେ। କାହା ସହିତ ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ।

ମୀନ: କାହା ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ। ବିବାଦରୁ ଦୂରେଇ ରୁହନ୍ତୁ। ମନକୁ ଶାନ୍ତ ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାଠାରୁ ଉପହାର ମିଳିପାରେ।

Related story