କଟକ: ଯୁବ କଂଗ୍ରେସ କର୍ମୀଙ୍କ ପଥର ମାଡ, ଏଡିସିପି ସୁଦର୍ଶନ ସେଠୀ ଆହତ

କଟକ: ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସ କର୍ମୀ ଆଜି ରାଲି କରୁଥିବା ସମୟରେ ପଥର ମାଡ କରିଛନ୍ତି। ପଥର ମାଡରେ କଟକ ଏଡିସିପି ସୁଦର୍ଶନ ସେଠୀଙ୍କ ସହ ଅନ୍ୟ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି। ଆରଡିସି ଅଫିସ ସମ୍ମୁଖରେ ପୋଲିସ ବ୍ୟାରିକେଟ୍ ଯୁବ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। […]

ctc

Rakesh Mallick
  • Published: Tuesday, 13 October 2015
  • , Updated: 13 October 2015, 08:49 AM IST

କଟକ: ବେକାରୀ ସମସ୍ୟାକୁ ନେଇ ଯୁବ କଂଗ୍ରେସ କର୍ମୀ ଆଜି ରାଲି କରୁଥିବା ସମୟରେ ପଥର ମାଡ କରିଛନ୍ତି। ପଥର ମାଡରେ କଟକ ଏଡିସିପି ସୁଦର୍ଶନ ସେଠୀଙ୍କ ସହ ଅନ୍ୟ କିଛି ପୋଲିସ କର୍ମୀ ଆହତ ହୋଇଛନ୍ତି। ଆରଡିସି ଅଫିସ ସମ୍ମୁଖରେ ପୋଲିସ ବ୍ୟାରିକେଟ୍ ଯୁବ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଘଟଣାର ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ପକ୍ଷରୁ ବେକାର ଯୁବକଯୁବତୀଙ୍କ ନିଯୁକ୍ତି ଦାବିରେ ଆରଡିସି ଅଫିସ ଘେରାଉ କରାଯାଇଥିଲା।

Related story