କାନ୍ଧରେ ଶବ ବୁହା ଘଟଣା: ଭବାନୀପାଟଣାରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣା ସମ୍ପର୍କରେ ଜାଣିବା ପାଇଁ ଆଜି କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସେଠାକୁ ଯାଇଛି। ଏହି ଟିମ୍‌ ଆଜି ଦାନ ମାଝିଙ୍କ ଗାଁକୁ ଯାଇ ତାଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରୁଛି। ଆଜି ସକାଳେ ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଘୋଡ଼ାଘାଟ ଛକରେ କରାଯାଇଥିବା ରାସ୍ତାରୋକରେ ଫ୍ୟାକ୍ଟ ଫାଇଣ୍ଡିଂର ୬ ଜଣିଆ ଟିମ୍‌  ସାମିଲ ହୋଇଥିଲା। ପୋଲିସ୍ ୧୫ ଜଣ କଂଗ୍ରେସ କର୍ମୀଙ୍କୁ  ଅଟକ ରଖିବା […]

kalahandi

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 01:48 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିଜ କାନ୍ଧରେ ସ୍ତ୍ରୀର ମୃତଦେହ ବୋହିବା ଘଟଣା ସମ୍ପର୍କରେ ଜାଣିବା ପାଇଁ ଆଜି କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସେଠାକୁ ଯାଇଛି। ଏହି ଟିମ୍‌ ଆଜି ଦାନ ମାଝିଙ୍କ ଗାଁକୁ ଯାଇ ତାଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରୁଛି। ଆଜି ସକାଳେ ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଘୋଡ଼ାଘାଟ ଛକରେ କରାଯାଇଥିବା ରାସ୍ତାରୋକରେ ଫ୍ୟାକ୍ଟ ଫାଇଣ୍ଡିଂର ୬ ଜଣିଆ ଟିମ୍‌  ସାମିଲ ହୋଇଥିଲା। ପୋଲିସ୍ ୧୫ ଜଣ କଂଗ୍ରେସ କର୍ମୀଙ୍କୁ  ଅଟକ ରଖିବା ପରେ  ରାସ୍ତାରୋକ ହଟିଥିଲା।

ଆଜି ବିଜେପି ପକ୍ଷରୁ ମଧ୍ୟ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ବିଜେପି କର୍ମୀମାନେ ମୁହିଁରେ କଳାବ୍ୟାଜ୍‌ ବାନ୍ଧି ଧାରଣାରେ ବସିଛନ୍ତି।

Related story