ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପା ମୃତ, ପୁଅ ଗୁରୁତର

ଭବାନୀପାଟଣା: ଜୀବନ ନେଲା ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର। ଏହି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ  ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଗଦ୍ରାମସ୍କା ଗାଁରେ। ମୃତକଙ୍କ ନାଁ କବି ନାଏକ। ଗତକାଲି ସନ୍ଧ୍ୟାରେ କବି ଓ ତାଙ୍କ ପୁଅ ଜମିରୁ ଫେରୁଥିଲେ। ତେବେ ବାଟରେ ଉଭୟେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା […]

Rakesh Mallick
  • Published: Sunday, 27 August 2017
  • , Updated: 27 August 2017, 02:23 PM IST

ଭବାନୀପାଟଣା: ଜୀବନ ନେଲା ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର। ଏହି ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ  ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଗଦ୍ରାମସ୍କା ଗାଁରେ। ମୃତକଙ୍କ ନାଁ କବି ନାଏକ।

ଗତକାଲି ସନ୍ଧ୍ୟାରେ କବି ଓ ତାଙ୍କ ପୁଅ ଜମିରୁ ଫେରୁଥିଲେ। ତେବେ ବାଟରେ ଉଭୟେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କବିଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପୁଅ ଏବେ ଗୁରୁତର ଅଛନ୍ତି। ପୋଲିସ  ଘଟଣାର ତଦନ୍ତ କରୁଛି।

Related story