କମିଲାନି କୃଷି କ୍ଷେତ୍ରରେ ବିଦ୍ୟୁତ୍‌ ଶୁଳ୍କ: ଓଇଆର୍‌ସି ସରକାରଙ୍କ ଆବେଦନ ଖାରଜ କଲା

ଭୁବନେଶ୍ୱର: କୃଷି କ୍ଷେତ୍ରରେ ବିଦ୍ୟୁତ୍‌ ଶୁଳ୍କ କମାଇବା ପାଇଁ ସରକାର ଆଇନ ଅନୁସାରେ ଓଇଆରସି ନିକଟରେ ଆବେଦନ କରି ନ ଥିଲେ। ତେଣୁ ସରକାରଙ୍କ ଆବେଦନ ଖାରଜ ହୋଇଗଲା। ଫଳରେ କୃଷି କ୍ଷେତ୍ର ପାଇଁ ଗତବର୍ଷର ବର୍ଦ୍ଧିତ ଶୁଳ୍କ ବଳବତ୍ତର ରହିଛି। ଓଇଆର୍‌ସିଙ୍କ ପାଖରେ କ’ଣ ଆବେଦନ କରିଥିଲେ ସରକାର ଓ ଏହାକୁ କାହିଁକି ଖାରଜ କରାଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସାଧାରଣ ଉପଭୋକ୍ତାଙ୍କ ପାଇଁ ଦେୟ ବଢି ନ ଥିଲେ ବି ଚାଷୀଙ୍କ […]

oerc

Rakesh Mallick
  • Published: Wednesday, 23 March 2016
  • , Updated: 24 March 2016, 02:51 AM IST

ଭୁବନେଶ୍ୱର: କୃଷି କ୍ଷେତ୍ରରେ ବିଦ୍ୟୁତ୍‌ ଶୁଳ୍କ କମାଇବା ପାଇଁ ସରକାର ଆଇନ ଅନୁସାରେ ଓଇଆରସି ନିକଟରେ ଆବେଦନ କରି ନ ଥିଲେ। ତେଣୁ ସରକାରଙ୍କ ଆବେଦନ ଖାରଜ ହୋଇଗଲା। ଫଳରେ କୃଷି କ୍ଷେତ୍ର ପାଇଁ ଗତବର୍ଷର ବର୍ଦ୍ଧିତ ଶୁଳ୍କ ବଳବତ୍ତର ରହିଛି। ଓଇଆର୍‌ସିଙ୍କ ପାଖରେ କ’ଣ ଆବେଦନ କରିଥିଲେ ସରକାର ଓ ଏହାକୁ କାହିଁକି ଖାରଜ କରାଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସାଧାରଣ ଉପଭୋକ୍ତାଙ୍କ ପାଇଁ ଦେୟ ବଢି ନ ଥିଲେ ବି ଚାଷୀଙ୍କ ପାଇଁ ସରକାରଙ୍କ ଆନ୍ତରିକତା କେତେ ତାହା ପଦାରେ ପଡିଯାଇଛି ବୋଲି ଚର୍ଚ୍ଚା ହେଉଛି।

କୃଷି କ୍ଷେତ୍ରରୁ ବର୍ଦ୍ଧିତ ଶୁଳ୍କ ହ୍ରାସ ପାଇଁ ଶକ୍ତି ବିଭାଗ ବିଦ୍ୟୁତ୍‌ ନିୟାମକ ଆୟୋଗ ନିକଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲା। ଏହାର ବର୍ଷକ ପରେ ଓଇଆର୍‌ସି ରାୟ ଶୁଣାଇଛନ୍ତି। ଆଉ କହିଛନ୍ତି, ରାଜ୍ୟ ସରକାରଙ୍କ ଆବେଦନ ଆଇନ ଅନୁସାରେ ହୋଇ ନ ଥିଲା।

ଓଇଆର୍‌ସି ରେଗୁଲେଟାରୀ ଆଫେୟାର୍ସ ଡାଇରେକ୍ଟର ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି, “ବିଦ୍ୟୁତ୍‌ ଦେୟ କମ ନେବାକୁ ସରକାରଙ୍କ ପକ୍ଷରୁ କେବଳ ଅନୁରୋଧ କରାଯାଇଥିଲା। ଆଇନ ଅନୁସାରେ ଦାବି କରାଯାଇ ନ ଥିବାରୁ କମିଶନ ଏହାକୁ ଗ୍ରହଣ କରିନାହାନ୍ତି।”

ପ୍ରଶ୍ନ ଉଠୁଛି ଯଦି ପ୍ରକୃତରେ ଶୁଳ୍କ କମାଇବା ନେଇ ସରକାର ଚାହୁଁଥିଲେ, ତେବେ ଆଇନ ଅନୁସାରେ ଆବେଦନ କଲେ ନାହିଁ କାହିଁକି? କୃଷି କ୍ଷେତ୍ର ପାଇଁ ଦେୟ ୧.୧୦ ଟଙ୍କାରୁ ୧.୫୦ ଟଙ୍କାକୁ ବୃଦ୍ଧି ଗରିବ ଚାଷୀଙ୍କ ପାଇଁ ବୋଝ ବୋଲି ରାଜ୍ୟ ସରକାର କହିଥିଲେ। ସେହିପରି ଏଭଳି ଉପଭୋକ୍ତଙ୍କ ସଂଖ୍ୟା ଅତି ନଗଣ୍ୟ ଓ କୃଷି ଦେୟ ବୃଦ୍ଧି ବାବଦକୁ ମାତ୍ର ୧୦ କୋଟି ୬ ଲକ୍ଷ ଟଙ୍କା ଅଧିକ ମିଳିବ। ଅନ୍ୟ ବର୍ଗର ଉପଭୋକ୍ତାଙ୍କଠାରୁ କ୍ରସ ସବ୍‌ସିଡି ମାଧ୍ୟମରେ ଏହାକୁ ଭରଣା କରାଯାଇ ପାରିବ ବୋଲି ସରକାର ମତ ରଖିଥିଲେ, ଯାହାକୁ ଓଇଆର୍‌ସି ପ୍ରତ୍ୟାଖାନ କରିଦେଇଛନ୍ତି। ତେବେ ନିୟମ ଅନୁସାରେ ଯୁକ୍ତି ଉପସ୍ଥାପନ କରାଯାଇ ନ ଥିବାରୁ କୃଷି କ୍ଷେତ୍ରରୁ ବର୍ଦ୍ଧିତ ଶୁଳ୍କ ହ୍ରାସ ଲାଗି ସରକାର ପ୍ରକୃତରେ ଚାହୁଁଥିଲେ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

ଉପଭୋକ୍ତା ସଂଘ ସଭାପତି ରମେଶ ଶତପଥୀ କହିଛନ୍ତି, “କୃଷି କ୍ଷେତ୍ରରେ ମାତ୍ର ୧ ପ୍ରତିଶତ ଉପଭୋକ୍ତା ଅଛନ୍ତି। ହେଲେ ରାଜ୍ୟ ସରକାରଙ୍କର ତାଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ। ବର୍ତ୍ତମାନ ବିଦ୍ୟୁତ୍‌ ଦେୟ ୧ଟଙ୍କା ୫୦ ପଇସା ରହିବ। ରାଜ୍ୟ ସରକାର ତୁରନ୍ତ ସବ୍‌ସିଡି ପ୍ରଦାନ କରନ୍ତୁ।”

ବିଦ୍ୟୁତ୍‌ ଉପଭୋକ୍ତା ସଂଘ ସମ୍ପାଦକ ରବି ଦାସ କହିଛନ୍ତି, “ଚାଷୀ କମ୍‌ ମୂଲ୍ୟରେ ବିଦ୍ୟୁତ୍‌ ପାଇବେ ବୋଲି ରାଜ୍ୟ ସରକାର ଗତବର୍ଷ କହିଥିଲେ। କୃଷି ବଜେଟ୍‌ରେ ମଧ୍ୟ ଦେଲେ ନାହିଁ। ଏହା ବିରୋଧରେ ଆମ ଆନ୍ଦୋଳନ ଚାଲୁ ରହିବ।”

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, “ରାଜ୍ୟ ସରକାର ଏବେ ବି ଚେଷ୍ଟା କରୁଛନ୍ତି। ଓଇଆର୍‌ସି ଏକ ସ୍ୱାଧୀନ ସଂସ୍ଥା। ଆମେ ତାଙ୍କ ଉପରେ ଚାପ ପକାଇ ପାରିବୁ ନାହିଁ, କେବଳ ଅନୁରୋଧ କରିପାରିବୁ। ସରକାରଙ୍କ ଆଜି ବି ଉଚ୍ଛା ଅଛି ଚାଷୀ ଭାଇଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ।”

Related story