କନ୍ଧମାଳ ଗୁଳିକାଣ୍ଡ ଏନ୍‌କାଉଣ୍ଟର ନୁହେଁ ହତ୍ୟା: କିଶୋର ଦେଓ

କନ୍ଧମାଳ: କନ୍ଧମାଳ ଗୁଳିକାଣ୍ଡ ସମ୍ପୂର୍ଣ୍ଣ ଏକପାଖିଆ ଥିଲା। ଏହା ଏନ୍‌କାଉଣ୍ଟର ନୁହେଁ ବରଂ ହତ୍ୟା। ଏପରି ଅଭିଯୋଗ କରିଛନ୍ତି କନ୍ଧମାଳ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିବାକୁ ଘଟଣା ସ୍ଥଳକୁ ଯାଇଥିବା କଂଗ୍ରେସ କେନ୍ଦ୍ରୀୟ ଟିମ୍‌ ଅଧ୍ୟକ୍ଷ ଭି. କିଶୋର ଚନ୍ଦ୍ର ଦେଓ। ଏହାସହ ଏସ୍‌ଆଇଟି ତଦନ୍ତ ଆଳରେ ସରକାର ସତ ଢାଙ୍କିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଏଆଇସିସିର ଏହି ୫ ଜଣିଆ କେନ୍ଦ୍ରୀୟ ଟିମ୍‌ ଅଭିଯୋଗ କରିଛି। ଦେଓଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବତନ କେନ୍ଦମନ୍ତ୍ରୀ ଜୟରାମ ରମେଶ, […]

kandhamala-congress

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 09:16 PM IST

କନ୍ଧମାଳ: କନ୍ଧମାଳ ଗୁଳିକାଣ୍ଡ ସମ୍ପୂର୍ଣ୍ଣ ଏକପାଖିଆ ଥିଲା। ଏହା ଏନ୍‌କାଉଣ୍ଟର ନୁହେଁ ବରଂ ହତ୍ୟା। ଏପରି ଅଭିଯୋଗ କରିଛନ୍ତି କନ୍ଧମାଳ ଗୁଳିକାଣ୍ଡ ଘଟଣାର ଅନୁଧ୍ୟାନ କରିବାକୁ ଘଟଣା ସ୍ଥଳକୁ ଯାଇଥିବା କଂଗ୍ରେସ କେନ୍ଦ୍ରୀୟ ଟିମ୍‌ ଅଧ୍ୟକ୍ଷ ଭି. କିଶୋର ଚନ୍ଦ୍ର ଦେଓ। ଏହାସହ ଏସ୍‌ଆଇଟି ତଦନ୍ତ ଆଳରେ ସରକାର ସତ ଢାଙ୍କିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଏଆଇସିସିର ଏହି ୫ ଜଣିଆ କେନ୍ଦ୍ରୀୟ ଟିମ୍‌ ଅଭିଯୋଗ କରିଛି।

ଦେଓଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବତନ କେନ୍ଦମନ୍ତ୍ରୀ ଜୟରାମ ରମେଶ, କେ.ଏଚ୍‌. ମୁନିୟାପା, ଭିନସେଣ୍ଟ ପାଲା ଏବଂ ଅରୁଣ ଓରାଓଁ ଗୁମୁଡୁମାହା ଗାଁକୁ ଯାଇଥିଲେ। ସେମାନେ ଗୁଳିକାଣ୍ଡରେ ମୃତକଙ୍କ ପରିବାର ଓ ଆହତଙ୍କୁ ଭେଟି ସେଦିନ ରାତିର ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ଅନୁଧ୍ୟାନର ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରାଯିବ ବୋଲି ଦେଓ କହିଛନ୍ତି।

କେନ୍ଦ୍ରୀୟ ଟିମ୍‌ ସହ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏବଂ ରାଜ୍ୟ ସହ ପ୍ରଭାରୀ ଶୁଭଙ୍କର ସରକାର ମଧ୍ୟ ଗୁମୁଡୁମାହା ଯାଇଥିଲେ।

ପ୍ରସାଦ କହିଛନ୍ତି, “ଏସ୍‌ଆଇଟି ପକ୍ଷରୁ କୁହାଯାଉଛି ‘ଥ୍ରୀ ନଟ୍‌ ଥ୍ରୀ’ର ଖୋକା ମିଳିଛି। ଏଥିରୁ ବୁଝାପଡୁଛି ତଦନ୍ତର ଗତି କୁଆଡେ। ଘଟଣାକୁ ଚପାଇ ଦେବାକୁ ତଦନ୍ତକୁ ଭିନ୍ନ ବାଟରେ ନିଆଯାଉଛି। କନ୍ଧମାଳ ଗୁଳିକାଣ୍ଡ ଆଦିବାସୀଙ୍କୁ ଦବାଇ ଦେବାକୁ ଉଦ୍ୟମ୍‌। ଆସନ୍ତା ମାସ କଂଗ୍ରେସ ଏହି ଘଟଣା ପ୍ରତିବାଦରେ କଳସ ଶୋଭାଯାତ୍ରା କରିବ।”

Related story