ଚେଙ୍କ ନେଲା ୮ ମାସର ଶିଶୁକନ୍ୟାର ଜୀବନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାରଖମା ପଞ୍ଚାୟତର ତୋଟାସାହିରେ ଝାଡ଼ା ଭଲ କରିବା ପାଇଁ ୮ ମାସର ଯାଆଁଳା ଶିଶୁଙ୍କୁ ଚେଙ୍କ ଦିଆଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତ ଶିଶୁଟି ଝିଅ ହୋଇଥିବା ବେଳେ ଗୁରୁତର ହୋଇପଡ଼ିଥିବା ଶିଶୁଟି ହେଉଛି ପୁଅ। ତୋଟାସାହିର ବାସିନ୍ଦା ନବୀନ ଦିଗାଲଙ୍କ ଏହି ଯାଆଁଳା ଶିଶୁଙ୍କୁ ଚାରି ପାଞ୍ଚ ଦିନ ହେଲାଣି ଝାଡ଼ା ହେଉଥିଲା। ସେ ଛୁଆ ଦୁଇଟିକୁ […]

chenka

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 09:14 PM IST

[caption id="attachment_114458" align="alignleft" width="300"] ଗୁରୁତର ଶିଶୁପୁତ୍ର[/caption]

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାରଖମା ପଞ୍ଚାୟତର ତୋଟାସାହିରେ ଝାଡ଼ା ଭଲ କରିବା ପାଇଁ ୮ ମାସର ଯାଆଁଳା ଶିଶୁଙ୍କୁ ଚେଙ୍କ ଦିଆଯିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତ ଶିଶୁଟି ଝିଅ ହୋଇଥିବା ବେଳେ ଗୁରୁତର ହୋଇପଡ଼ିଥିବା ଶିଶୁଟି ହେଉଛି ପୁଅ।

ତୋଟାସାହିର ବାସିନ୍ଦା ନବୀନ ଦିଗାଲଙ୍କ ଏହି ଯାଆଁଳା ଶିଶୁଙ୍କୁ ଚାରି ପାଞ୍ଚ ଦିନ ହେଲାଣି ଝାଡ଼ା ହେଉଥିଲା। ସେ ଛୁଆ ଦୁଇଟିକୁ ବାରଖମା ଡାକ୍ତରଖାନାରେ ଦେଖାଇ ଥିଲେ। ତେବେ ଝାଡ଼ ବନ୍ଦ ହୋଇ ନ ଥିଲା। ଛୁଆ ଦୁଇଟିକୁ ପିଢ଼ି ଜ୍ୱର ହୋଇଛି ବୋଲି ତାଙ୍କ ସାହିର ଜଣେ ମହିଳା ନବୀନଙ୍କୁ କହିଥିଲେ। ତା’ ସହିତ ପେଟରେ ଚେଙ୍କ ଦେବାକୁ ପରାମର୍ଶ ଦେଇଥିଲେ। ଶନିବାର ଅପରାହ୍ନରେ ନବୀନ ଏକ ଦାଆ ଗରମ କରି ଦୁଇ ଶିଶୁଙ୍କ ପେଟରେ ଚେଙ୍କ ଦେଇଥିଲେ। ଏହା ପରେ ଶିଶୁ ଦୁଇଟି ରାତିରେ ଶୋଇ ପଡ଼ିଥିଲେ। ରବିବାର ସକାଳେ କନ୍ୟାଶିଶୁଟିର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ଏ ନେଇ ଖବର ପାଇବା ପରେ ସ୍ଥାନୀୟ ଆଶା କର୍ମୀ ଗୁରୁତର ଶିଶୁପୁତ୍ରଟିକୁ ବାରଖମା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଛୁଆଟିକୁ ସେଠାରୁ ବାଲିଗୁଡ଼ା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Related story