କନ୍ଧମାଳରେ ମାଓବାଦୀ-ସୁରକ୍ଷା କର୍ମୀ ଗୁଳି ବିନିମୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ ନିକଟରେ ଥିବା ଜଙ୍ଗଲରେ ଆଜି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ  ନିକଟସ୍ଥ ଜଙ୍ଗଲରେ  ସୁରକ୍ଷା କର୍ମୀମାନେ କମ୍ବିଂ ଅପରେସନ୍  କରୁଥିବା ସମୟରେ ଗୁଳି ବିନିମୟ ହୋଇଛି।  କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ମାଓ କ୍ୟାମ୍ପରୁ କିଛି ମାଓ ସାମଗ୍ରୀ ଜବତ କରାଯାଇଛି। କନ୍ଧମାଳ ଏସପି କନୱର ବିଶାଳ ସିଂ କହିଛନ୍ତି, “ଆଜି ସକାଳେ ଗୋଛାପଡ଼ା […]

sp

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 10:41 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ ନିକଟରେ ଥିବା ଜଙ୍ଗଲରେ ଆଜି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ  ନିକଟସ୍ଥ ଜଙ୍ଗଲରେ  ସୁରକ୍ଷା କର୍ମୀମାନେ କମ୍ବିଂ ଅପରେସନ୍  କରୁଥିବା ସମୟରେ ଗୁଳି ବିନିମୟ ହୋଇଛି।  କମ୍ବିଂ ବେଳେ ମାଓ କ୍ୟାମ୍ପ ଠାବ କରାଯାଇଛି। ମାଓ କ୍ୟାମ୍ପରୁ କିଛି ମାଓ ସାମଗ୍ରୀ ଜବତ କରାଯାଇଛି।

କନ୍ଧମାଳ ଏସପି କନୱର ବିଶାଳ ସିଂ କହିଛନ୍ତି, “ଆଜି ସକାଳେ ଗୋଛାପଡ଼ା ଅଞ୍ଚଳର ଲଡ଼ାପଦର ଗାଁ ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା।  ସେଠାରେ ମାଓ କ୍ୟାମ୍ପ ଠାବ କରାଯାଇଛି।  ସୁରକ୍ଷା କର୍ମୀମାନେ ମାଓ କ୍ୟାମ୍ପରୁ କିଛି ମାଓ ସାମଗ୍ରୀ ଜବତ  କରିଛନ୍ତି। ଟିମ୍ ଫେରିଲେ ଅଧିକ କିଛି ଜଣାପଡ଼ିବ। ଏବେ ଏରିଆ ସର୍ଚ୍ଚ ଚାଲିଛି । ମିଳିଥିବା ମାଓ ସାମଗ୍ରୀଗୁଡ଼ିକର ଯାଞ୍ଚ ତଦନ୍ତ କରାଯାଉଛି।”

Related story