କନ୍ଧମାଳରେ ପୋଲିସ୍ ଓ ମାଓବାଦୀ ଗୁଳିବିନିମୟ, ୫ ଗ୍ରାମବାସୀଙ୍କ ମୃତ୍ୟୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ମାଲାପାଙ୍ଗା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ୨୨୪ ନମ୍ବର ଏନଏଚ୍‌ ଗୋପାଳପୁର-ରାଇପୁର ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ସିଆରପିଏଫ୍‌ ଯବାନଙ୍କୁ ସେଠାରୁ ହଟାଇବା ଦେବା […]

death

Rakesh Mallick
  • Published: Saturday, 09 July 2016
  • , Updated: 09 July 2016, 10:29 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ନିକଟ ମାଲାପାଙ୍ଗା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ୨ ଜଣ ମହିଳା,୨ ଜଣ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଗ୍ରାମବାସୀ ୨୨୪ ନମ୍ବର ଏନଏଚ୍‌ ଗୋପାଳପୁର-ରାଇପୁର ରାସ୍ତା ଅବରୋଧ କରିଥିଲେ।

ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ସିଆରପିଏଫ୍‌ ଯବାନଙ୍କୁ ସେଠାରୁ ହଟାଇବା ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଓ ପରିବାରର ଜଣଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ସେ ଘଟଣାକୁ ନିନ୍ଦା କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପରିବାର ଲୋକଙ୍କୁ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କନ୍ଧମାଳ ଏସପି  ପିନାକ ମିଶ୍ର କହିଛନ୍ତି, “ଏହା ଏକ ସମ୍ୱେଦନଶୀଳ ଘଟଣା। ଏହି ଘଟଣାକୁ ଆମେ ଗମ୍ଭୀରତା ସହ ନେଉଛୁ। ପୋଲିସ୍ ପ୍ରଶାସନ ଓ ସଭିଲ ପ୍ରଶାସନ ଲୋକମାନଙ୍କୁ ବୁଝାସୁଝା କରିଛନ୍ତି। ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ। ଗତକାଲି ମାଲାପାଙ୍ଗା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇ ଏସଓଜି ଯବାନମାନେ ଆଗରୁ ପ୍ରସ୍ତୁତ ରହିଥିଲେ। ହଠାତ୍ ମାଓବାଦୀମାନେ ରାତିରେ ଗୁଳିବିନିମୟ କରିଥିଲେ। ବିଳମ୍ବିତ ରାତି ଯାଏଁ ପୋଲିସ୍ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା। ସେହି ସମୟରେ ଗୋଟିଏ ଅଟୋ ରିକ୍ସା କିଛି ଲୋକଙ୍କୁ ଧରି ସେହି ରାସ୍ତା ଦେଇ ଯାଉଥିବା ବେଳେ ଗୁଳି ମାଡ଼ରେ ଏହି ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ଏକ ଦୁର୍ଗମ ଅଞ୍ଚଳ। ଏଠାରେ ଯାତାୟତର ସୁବିଧା ନାହିଁ। ସେଥିପାଇଁ ଅଟୋ ରିକ୍ସାଟି ଫସିଯାଇଥିଲା। ଆମେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବୁ। ଗୁଳିବିନିମୟ ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।”

କେଉଁ ପରିସ୍ଥିତିରେ ସାଧାରଣ ଜନତା ଗୁଳିମାଡ଼ର ଶିକାର ହେଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ପୋଲିସ ରାସ୍ତା ସିଲ୍‌ ନ କରି ଆମ୍ବୁସ କରିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓରର ଉଲ୍ଲଂଘନ ବୋଲି ଅଭିଯୋଗ ହେଉଛି। ଅଟୋଟି ହଠାତ୍‌ ପଶି ଆସିଥିଲା ନା, ଏଥିରେ ମାଓବାଦୀ ଥିବା ସନ୍ଦେହରେ ପୋଲିସ ଗୁଳି କରିଥିଲା, କାହା ଗୁଳିରେ ସେମାନଙ୍କ ମୃତ୍ୟୁ ଘଟିଲା ତାହା ଏବେ ତଦନ୍ତ ସାପେକ୍ଷ।

“ଯେଉଁ ଘଟଣା ଘଟିଗଲା ତାହା ଅତ୍ୟନ୍ତ ଦୁଃଖ ଦାୟକ, ଆମେ ଯେ କୌଣସି ତଦନ୍ତ ପାଇଁ ପ୍ରସ୍ତୁତ ଅଛୁ” ବୋଲି ଏସ୍‌ପି ପିନାକ କହିଛନ୍ତି।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା କେ. ବଳାଙ୍ଗ ଥାନା ସାନବଳିଜୋରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ କିଛି କ୍ଷୟକ୍ଷତି ଘଟିଛି କି ନାହିଁ ଜଣାପଡିନାହିଁ। ମାଓ କ୍ୟାମ୍ପରୁ ପୋଲିସ ବହୁ ପରିମାଣର ସାମଗ୍ରୀ ଜବତ କରିଛି। ଏହି ଘଟଣା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ହାଇଆଲର୍ଟ ଜାରୀ କରାଯାଇ ସର୍ଚ୍ଚ ୍ରପରେସନକୁ ଜୋରଦାର କରାଯାଇଛି।

ପଶ୍ଚିମାଞ୍ଚଳ ଆଇଜି ଆର.କେ. ଶର୍ମା କହିଛନ୍ତି, “ସାନବଳିଜୋର ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ମିଳିଥିଲା। ସୂଚନା ମିଳିବା ପରେ ପୋଲିସ ଓ ସିଆରପିଏଫ ପକ୍ଷରୁ ସେଠାରେ ମିଳିତ ଚଢାଉ କରାଯାଇଥିଲା।”

Related story