ଫଟୋରେ ଫଟୋରେ ଡଙ୍ଗା ଭସା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ। ଆଜି ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉତ୍ସବ। ଏହି ଗୌରବମୟ ଉତ୍ସବର ସ୍ମୃତିଚାରଣ କରୁଛନ୍ତି ରାଜ୍ୟବାସୀ। ପ୍ରତୀକ ସ୍ୱରୂପ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇ ପାଳିତ ହେଉଛି ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ। ପୁରୀରୁ ପାରାଦୀପ ଓ କଟକର ଗଡଗଡିଆ ଘାଟରୁ ଗୋପାଳପୁର ବୋଇତ ବନ୍ଦାଣ […]

kartik boat1

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 01:37 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଛି ସାରା ରାଜ୍ୟ। ଆଜି ଅନୁଷ୍ଠିତ ହେଉଛି ବୋଇତ ବନ୍ଦାଣ ବା ଡଙ୍ଗା ଭସା ଉତ୍ସବ। ଏହି ଗୌରବମୟ ଉତ୍ସବର ସ୍ମୃତିଚାରଣ କରୁଛନ୍ତି ରାଜ୍ୟବାସୀ। ପ୍ରତୀକ ସ୍ୱରୂପ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇ ପାଳିତ ହେଉଛି ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ମହାନ ପର୍ବ।

ପୁରୀରୁ ପାରାଦୀପ ଓ କଟକର ଗଡଗଡିଆ ଘାଟରୁ ଗୋପାଳପୁର ବୋଇତ ବନ୍ଦାଣ ଉତ୍ସବରେ ମୁଖରିତ ରାଜ୍ୟ।
ଜଳାଶୟରେ ବୁଡ ପକାଇବା ପରେ ଡଙ୍ଗାରେ ପାନ, ଗୁଆ ରଖି ଦୀପ ଜାଳି ଶ୍ରଦ୍ଧାଳୁ ଡଙ୍ଗା ଭସାଉଛନ୍ତି।

ଭସାଣପାଇଁ ରାଜ୍ୟର ପ୍ରମୁଖ ଜଳାଶୟ ଗୁଡ଼ିକରେ ଲୋକମାନଙ୍କର ଭିଡ ଦେଖାଯାଇଥିଲା।
ନଜର ପକାନ୍ତୁ କଟକ ଗଡଗଡିଆ ଘାଟରେ ଭସା ଯାଇଥିବା କିଛି ଡଙ୍ଗା ବା ବୋଇତ ଉପର। ସୋଠାରେ ଡଙ୍ଗା ଭସାଇ, ବାଣ ଫୁଟାଇ ଲୋକେ କାର୍ତ୍ତିକ ପୂର୍ଣ୍ଣିମାକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି।


ଏହା ପରେ ଟିକେ ନଜର ପକାନ୍ତୁ ଡଙ୍ଗା ଭସାସରିବା ପରର ଦୃଶ୍ୟ ଉପରେ।

ଆହୁରି ମଧ୍ୟ ପଢନ୍ତୁ: କାର୍ତ୍ତିକ ପୂର୍ଣ୍ଣିମାରେ ଶୁଭଯୋଗ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହିଁ ଶୁଭ

Related story