କଟକ ଶିଶୁ ଭବନରେ ଆଉ ଏକ ଶିଶୁର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

କଟକ: କଟକ ଶିଶୁ ଭବନରେ ଗତକାଲି ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ୧୦ ଦିନ ମଧ୍ୟରେ ଏଠାରେ ୫୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଆଜି ପ୍ରାଣ ହରାଇଥିବା ଶିଶୁଟିର ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ବୋଲି ସୂଚନା ମିଳିଛି। ଗତକାଲି ଗଞ୍ଜାମ, ନୟାଗଡ଼ର ନୟାଗଡ଼, ପୁରୀର କାକଟପୁର, ଢେଙ୍କାନାଳ ଓ ଯାଜପୁରର ଡୁବୁରୀ ଓ ଜାରାକା ଅଞ୍ଚଳରୁ ମିଶି ମୋଟ ୭ ଜଣ […]

sisu

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 02:08 PM IST

କଟକ: କଟକ ଶିଶୁ ଭବନରେ ଗତକାଲି ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଆଉ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହା ସହିତ ୧୦ ଦିନ ମଧ୍ୟରେ ଏଠାରେ ୫୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି। ଆଜି ପ୍ରାଣ ହରାଇଥିବା ଶିଶୁଟିର ଘର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ବୋଲି ସୂଚନା ମିଳିଛି।

ଗତକାଲି ଗଞ୍ଜାମ, ନୟାଗଡ଼ର ନୟାଗଡ଼, ପୁରୀର କାକଟପୁର, ଢେଙ୍କାନାଳ ଓ ଯାଜପୁରର ଡୁବୁରୀ ଓ ଜାରାକା ଅଞ୍ଚଳରୁ ମିଶି ମୋଟ ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଗଞ୍ଜାମର ଗୋବିନ୍ଦପୁର ଅଞ୍ଚଳର ଜଣେ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ଏଠାରେ ପ୍ରାଣ ହରାଇଥିଲା। ତା’ ପୂର୍ବରୁ ସନ୍ଧ୍ୟାରେ ଦୁଇ ଘଣ୍ଟା ବ୍ୟବଧାନ ମଧ୍ୟରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଅପରାହ୍ନ ସୁଦ୍ଧା ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

 ଅନ୍ୟପକ୍ଷରେ ଗତକାଲି  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅରୁଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁ ଭବନ ଆସି ସ୍ଥିତିର ସମୀକ୍ଷା କରିଥିଲେ। ଏହି ଟିମରେ ତିନି ଜଣ ବିଶେଷଜ୍ଞ ଡାକ୍ତର ରହିଥିଲେ। ସେମାନେ ଶିଶୁ ଭବନ ଅଧୀକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ।

Related story