କଟକ ଶିଶୁ ଭବନରେ ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

କଟକ: କଟକ ଶିଶୁ ଭବନରେ ଶିଶୁମାନଙ୍କ ମୃତ୍ୟୁ ଧାରା ଅବ୍ୟାହତ ରହିଛି। ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ଏହି ଶିଶୁଟିର ଘର ଗଞ୍ଜାମର ଗୋବିନ୍ଦପୁର ଅଞ୍ଚଳର। ଚିକିତ୍ସାରେ ଅବହେଳା ଲାଗି ତା’ର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଶିଶୁଟିର ମୃତ୍ୟୁ ସହିତ ଶନିବାର ମୋଟ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତା’ ସହିତ ଏଠାରେ ଶିଶୁ ମୃତ୍ୟୁ ସଂଖ୍ୟା ୯ […]

katakshishbhabana

Rakesh Mallick
  • Published: Saturday, 29 August 2015
  • , Updated: 30 August 2015, 01:31 AM IST

କଟକ: କଟକ ଶିଶୁ ଭବନରେ ଶିଶୁମାନଙ୍କ ମୃତ୍ୟୁ ଧାରା ଅବ୍ୟାହତ ରହିଛି। ଆଜି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ଏହି ଶିଶୁଟିର ଘର ଗଞ୍ଜାମର ଗୋବିନ୍ଦପୁର ଅଞ୍ଚଳର। ଚିକିତ୍ସାରେ ଅବହେଳା ଲାଗି ତା’ର ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଶିଶୁଟିର ମୃତ୍ୟୁ ସହିତ ଶନିବାର ମୋଟ ୬ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ତା’ ସହିତ ଏଠାରେ ଶିଶୁ ମୃତ୍ୟୁ ସଂଖ୍ୟା ୯ ଦିନରେ ୪୮ରେ ପହଞ୍ଚି ଯାଇଛି।

ଏହି ଶିଶୁଟି ପ୍ରାଣ ହରାଇବା ପୂର୍ବରୁ ଆଜି ସନ୍ଧ୍ୟାରେ  ଆଉ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁଇ ମୃତ ଶିଶୁଙ୍କ ମଧ୍ୟରୁ ଜଣଙ୍କ ଘର ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ପୁରୀର କାକଟପୁର ଅଞ୍ଚଳରେ। ଓଡ଼ଗାଁ ଅଞ୍ଚଳରୁ ଚିକିତ୍ସା ପାଇଁ ଆସିଥିବା ଶିଶୁ କନ୍ୟାଟିର ପ୍ରଥମେ ମୃତ୍ୟୁ ହୋଇଥିଲା। ସେ ପ୍ରାଣ ହରାଇବାର ପ୍ରାୟ ଦୁଇ ଘଣ୍ଟା ବ୍ୟବଧାନରେ କାକଟପୁର ଅଞ୍ଚଳରୁ ଆସିଥିବା ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଏହି ଦୁଇ ଛୁଆଙ୍କ ମୃତ୍ୟୁ ଘଟିଲା ବୋଲି ତା’ର ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତା’ପୂର୍ବରୁ ଆଜି ଆଉ ତିନି ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ଏହି ଶିଶୁମାନେ ପୁରୀ, ଢେଙ୍କାନାଳ ଓ ଯାଜପୁରର ଡୁବୁରୀ ଅଞ୍ଚଳର ଥିଲେ।

ଅନ୍ୟପକ୍ଷରେ ଆଜି  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅରୁଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁ ଭବନ ଆସି ସ୍ଥିତିର ସମୀକ୍ଷା କରିଥିଲେ। ଏହି ଟିମରେ ତିନି ଜଣ ବିଶେଷଜ୍ଞ ଡାକ୍ତର ରହିଥିଲେ। ସେମାନେ ଶିଶୁ ଭବନ ଅଧୀକ୍ଷକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା ମଧ୍ୟ ଶିଶୁ ଭବନ ଗସ୍ତରେ ଆସିଥିଲେ।

Related story