କେନ୍ଦ୍ର ଢାଞ୍ଚାରେ ହେବ ଡିବିଟି ବ୍ୟବସ୍ଥା: ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ ସବ୍‌ସିଡି ଅର୍ଥ

ଭୁବନେଶ୍ୱର: କେନ୍ଦ୍ର ଢାଞ୍ଚାରେ ଓଡ଼ିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି)। ବିହନ ବାବଦକୁ ସରକାର ପ୍ରଦାନ କରୁଥିବା ସବ୍‌ସିଡି ଅର୍ଥ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ। ଆସନ୍ତା ଖରିଫ ଋତୁରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ତେବେ ସରକାରଙ୍କ ଏହି ଡିବିଟି ବ୍ୟବସ୍ଥାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପ୍ରଶ୍ନ ଉଠାଇଛି। ରାଜ୍ୟର ଅଧିକାଂଶ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନ ଥିବା ବେଳେ କିପରି ଏହା କାର୍ଯ୍ୟକାରୀ ହେବ […]

dbt

Rakesh Mallick
  • Published: Wednesday, 23 March 2016
  • , Updated: 24 March 2016, 02:34 AM IST

ଭୁବନେଶ୍ୱର: କେନ୍ଦ୍ର ଢାଞ୍ଚାରେ ଓଡ଼ିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି)। ବିହନ ବାବଦକୁ ସରକାର ପ୍ରଦାନ କରୁଥିବା ସବ୍‌ସିଡି ଅର୍ଥ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ। ଆସନ୍ତା ଖରିଫ ଋତୁରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ତେବେ ସରକାରଙ୍କ ଏହି ଡିବିଟି ବ୍ୟବସ୍ଥାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପ୍ରଶ୍ନ ଉଠାଇଛି। ରାଜ୍ୟର ଅଧିକାଂଶ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନ ଥିବା ବେଳେ କିପରି ଏହା କାର୍ଯ୍ୟକାରୀ ହେବ ବୋଲି ସଂଗଠନ ପ୍ରଶ୍ନ କରିଛି।

ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କୃଷି ଓ ସଶକ୍ତିକରଣ ବିଭାଗ ଲାଗୁ କରିବାକୁ ଯାଉଛନ୍ତି। ଖରିଫ ଋତୁରେ ବିହନ ବିକ୍ରି ସମୟରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଜମା କରାଯିବ। ଏ ନେଇ କୃଷି ବିଭାଗ ପକ୍ଷରୁ ବିଜ୍ଞାପନ ବି ପ୍ରକାଶ କରାଯାଇଛି। ଏଥିରେ ସବ୍‌ସିଡି ପାଇଁ ଚାଷୀମାନେ ପ୍ୟାକ୍ସ ବା ଲ୍ୟାମ୍ପ୍ସ ସହାୟତାରେ ସେମାନଙ୍କ ନାମ ଅନ୍‌ଲାଇନରେ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୫ ତାରିଖ ରଖାଯାଇଛି। ଚାଷୀଙ୍କୁ କୁଇଣ୍ଟାଲ ପିଛା ୧୦୦୦ ଟଙ୍କା ସବ୍‌ସିଡି ପ୍ରଦାନ କରାଯିବ।

କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, “ବେପାରୀ ଓ ଦଲାଲଙ୍କ ପ୍ରଭାବରୁ ଚାଷୀଙ୍କୁ ରକ୍ଷା କରିବା ପାଇଁ ଆଗାମୀ ଖରିଫ ଋତୁରେ ଏହି ବ୍ୟବସ୍ଥା କରାଯାଇଛି।”

ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି, ଏହା ଲାଗୁ ହେଲେ ଚାଷୀ ଲାଭ ପାଇବେ ସତ, ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଭାଗଚାଷୀ ଚିହ୍ନଟ କରିନାହାନ୍ତି। ରାଜ୍ୟରେ ୬,୨୩୮ ପଞ୍ଚାୟତରୁ ୪,୬୦୪ ପଞ୍ଚାୟତରେ ବ୍ୟାଙ୍କ ସେବା ନାହିଁ। ଚାଷୀଙ୍କ ଆକାଉଣ୍ଟକୁ ସବ୍‌ସିଡି ଅର୍ଥ କିଭଳି ଜମା ହେବ ବୋଲି ସେ କହିଛନ୍ତି।

Related story