କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ମନ୍ତବ୍ୟ: କେନ୍ଦ୍ର ଯଥେଷ୍ଟ ଅର୍ଥ ଦେଉଛି

ଭୁବନେଶ୍ୱର: କେନ୍ଦ୍ର ଅବହେଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ନେତା ବିଜୟ ମହାପାତ୍ର ସମାଲୋଚନା କରିଛନ୍ତି । ଆଜି ଏକ ସମ୍ୱାଦିକ ସମ୍ମିଳନୀରେ ବିଜୟ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଏହାକୁ ନେଇ ଅଯଥା ରାଜନୀତି କରୁଛନ୍ତି। ୨୦୧୪-୧୫ ଓ ୧୫-୧୬  ମସିହାରେ ଆମେ ୭ ହଜାର ୭ ଶହ ୭୨ କୋଟି ଟଙ୍କା ପାଇଛୁ। ଏହି ହିସାବ ରାଜ୍ୟ ସରକାରଙ୍କ ପାଖରେ ଅଛି।  ଗତବର୍ଷ ତୁଳନାରେ ଏହା ୪୩ ଭାଗ ଅଧିକ ରହିଛି। ତାକୁ ଯଦି […]

bjp

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 07:48 AM IST

ଭୁବନେଶ୍ୱର: କେନ୍ଦ୍ର ଅବହେଳା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପି ନେତା ବିଜୟ ମହାପାତ୍ର ସମାଲୋଚନା କରିଛନ୍ତି । ଆଜି ଏକ ସମ୍ୱାଦିକ ସମ୍ମିଳନୀରେ ବିଜୟ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଏହାକୁ ନେଇ ଅଯଥା ରାଜନୀତି କରୁଛନ୍ତି। ୨୦୧୪-୧୫ ଓ ୧୫-୧୬  ମସିହାରେ ଆମେ ୭ ହଜାର ୭ ଶହ ୭୨ କୋଟି ଟଙ୍କା ପାଇଛୁ। ଏହି ହିସାବ ରାଜ୍ୟ ସରକାରଙ୍କ ପାଖରେ ଅଛି।  ଗତବର୍ଷ ତୁଳନାରେ ଏହା ୪୩ ଭାଗ ଅଧିକ ରହିଛି। ତାକୁ ଯଦି କେନ୍ଦ୍ରୀୟ ଅବହେଳା କୁହାଯିବ ଆମର କୌଣସି ଉତ୍ତର ରଖିବାର ଆବଶ୍ୟକ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି। ଏଥିସହ ପ୍ରକାଶ ମିଶ୍ର ପ୍ରସଙ୍ଗରେ ବିଜୟ କହିଛନ୍ତି, ଜଣେ ସଚ୍ଚୋଟ ଓଡ଼ିଆ ଅଫିସରଙ୍କୁ ହଇରାଣ କରାଯାଉଛି। ଗଜଭିୟେ ଜମି ବିବାଦ ପ୍ରସଙ୍ଗରେ ଆସନ୍ତା ୨୪ ତାରିଖ ଦିନ ବିଜେପି ପକ୍ଷରୁ ଗୋପ ତହସିଲ୍ ଅଫିସ ଘେରାଉ କରାଯିବ  ବୋଲି ସେ ସୂଚନା ଦେଇଛନ୍ତି।

ସେପଟେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ  ବିଜୟ ମହାପାତ୍ରଙ୍କ ଜବାବ ରଖି ବିଜେଡି ବିଧାୟକ ଶଶିଭୂଷଣ ବେହେରା  କହିଛନ୍ତି,  ପ୍ରକାଶ ମିଶ୍ର ପ୍ରସଙ୍ଗ ଏହା ଆଇନ ଗତ କଥା। ରାଜ୍ୟ ସରକାର ଏ ସମସ୍ତ  ଘଟଣା ସମ୍ପର୍କରେ ନିଜର ସ୍ପଷ୍ଟ ମତ ରଖିଛନ୍ତି। କୌଣସି ପରିସ୍ଥିତିରେ ଛନ୍ଦି ହେବାର ପ୍ରଶ୍ନ ଉଠୁ ନାହିଁ। ରାଜ୍ୟ ସରକାର ଯାହା ଯାହା ସମସ୍ୟା ବିଧାନସଭାରେ ଆସିବ ତାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟବାସୀଙ୍କ ସମସ୍ୟା ସମାଧାନ କରିବା ଦିଗରେ ଚେଷ୍ଟିତ ଅଛନ୍ତି। କିନ୍ତୁ ଗୋଳିଆ ପାଣିରୁ ଫାଇଦା ନେବା ପାଇଁ ଶ୍ରୀ ମହାପାତ୍ର ଯାହା  ଚାହୁଁଛନ୍ତି  ତାହା ହୁଏତ ନିକଟ ଭବିଷ୍ୟତରେ ଫଳପ୍ରଦ ହେବାର ସମ୍ଭାବନା ନାହଁ ବୋଲି ସେ କହିଛନ୍ତି।

Related story