କେନ୍ଦ୍ର ଦେଇଥିବା ୬୦ ଲକ୍ଷ ମଶାରୀ କେଉଁ ଜାଗାରେ ବଣ୍ଟା ଯାଇଛି: ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର: କେନ୍ଦ୍ର ଦେଇଥିବା ୬୦ ଲକ୍ଷ ମଶାରୀ କେଉଁ କେଉଁ ଜାଗାରେ ବଣ୍ଟା ଯାଇଛି ଆମେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବେ ପଚାରିବାକୁ ଚାହୁଁଛୁ। ସେଥିମଧ୍ୟରୁ ମାଲକାନଗିରିକୁ କେତେ ମଶାରୀ ଯାଇଥିଲା ତାର ହିସାବ ଦେବାର ଆବଶ୍ୟକତା ରହିଛି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। ସେ କହିଛନ୍ତି,“ରାଜ୍ୟ ସରକାରଙ୍କ ପାଖରେ ୩୦ ଲକ୍ଷ ମଶାରୀ କିଣିବା ପାଇଁ ମେଡିସିନ୍‌ କର୍ପୋରେସନ୍ ପାଖରେ ଟଙ୍କା ରହିଛି।  ରାଜ୍ୟ ସରକାର […]

bjp

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 03:16 PM IST

ଭୁବନେଶ୍ୱର: କେନ୍ଦ୍ର ଦେଇଥିବା ୬୦ ଲକ୍ଷ ମଶାରୀ କେଉଁ କେଉଁ ଜାଗାରେ ବଣ୍ଟା ଯାଇଛି ଆମେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବେ ପଚାରିବାକୁ ଚାହୁଁଛୁ। ସେଥିମଧ୍ୟରୁ ମାଲକାନଗିରିକୁ କେତେ ମଶାରୀ ଯାଇଥିଲା ତାର ହିସାବ ଦେବାର ଆବଶ୍ୟକତା ରହିଛି ବୋଲି ଆଜି ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି।

ସେ କହିଛନ୍ତି,“ରାଜ୍ୟ ସରକାରଙ୍କ ପାଖରେ ୩୦ ଲକ୍ଷ ମଶାରୀ କିଣିବା ପାଇଁ ମେଡିସିନ୍‌ କର୍ପୋରେସନ୍ ପାଖରେ ଟଙ୍କା ରହିଛି।  ରାଜ୍ୟ ସରକାର ଟେଣ୍ଡର ନ କରିବା କାରଣରୁ ବିଗତ ୨ ବର୍ଷ ମଶାରୀ କିଣାଯାଇ ପାରିନାହିଁ। ଖୋଦ୍‌ ମନ୍ତ୍ରୀ ବିଧାନସଭାରେ ଏକଥା କହିଛନ୍ତି। ରାଜ୍ୟ ସରକାର ୩୦ ଲକ୍ଷ ମଶାରୀ ନ କଣିବା ଏବଂ କେନ୍ଦ୍ର ଦେଇଥିବା ୬୦ ଲକ୍ଷ ମଶାରୀ ନ ବାଣ୍ଟିବା କାରଣରୁ ଆଜି ମାଲକାନଗିରିରେ ଏନ୍‌ସେଫାଲାଇଟିସ୍‌ ରୋଗ ବ୍ୟାପିବାରେ ଲାଗିଛି। ରାଜ୍ୟ ସରକାର ଚାହିଁଥିଲେ ୯୦ ଲକ୍ଷ ମଶାରୀ ବିଗତ ବର୍ଷେ ଭିତରେ ସାରା ଓଡ଼ିଶାରେ ତଥା ବିଶେଷକରି ମାଲକାନଗିରିରେ ବଣ୍ଟା ଯାଇପାରିଥାନ୍ତା ଓ ଏନ୍‌ସେଫାଲାଇଟିସ୍‌ ଜନିତ ମୃତ୍ୟୁକୁ ରୋକା ଯାଇ ପାରିଥାନ୍ତା।”

ସେ କହିଛନ୍ତି,“ ଘୁଷୁରି ମାରିବା ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ବୋଲି ଉଭୟ ବିଭାଗୀୟ ସଚିବ ଓ ମନ୍ତ୍ରୀ କହିଛନ୍ତି। ତା’ ସତ୍ତ୍ୱେ ବି ମାଲକାନଗିରି ଜିଲ୍ଲାର ବିଡିଓମାନେ ଗାଁର ଲୋକଙ୍କୁ ଲଗେଇ ପାଖାପାଖି ୫୦୦୦ ଘୁଷୁରିକୁ ମାରି କୌଣସି ବୈଜ୍ଞାନିକ ବ୍ୟବସ୍ଥା ନ ଥାଇ ମାଟି ତଳେ ପୋତି ସାରିଲେଣି। ମାଲକାନଗିରି ଜିଲ୍ଲାପାଳଙ୍କ ସହ ସମସ୍ତ ଅଫିସରଙ୍କ ଜାଣତରେ ଏକଥା ଚାଲିଛି। ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର ଭୂତଳ ଜମି ଓ ପାଣି ନିଶ୍ଚିତ ଭାବରେ ପ୍ରଦୂଷିତ ହେବାକୁ ଯାଉଛି। ଏହି ରୋଗରୁ ଆହୁରି ବ୍ୟାପିବାର ଆଶଙ୍କା କରାଯାଉଛି।”

ସେ ଆହୁରି କହିଛନ୍ତି,“ ଏନ୍‌ସେଫାଲାଇଟିସ୍‌ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଶିଶୁଙ୍କ ପରିବାରକୁ ଓ ଯେଉଁମାନଙ୍କ ଘୁଷୁରିକୁ ମରାଯାଉଛି ସେମାନଙ୍କୁ ସରକାର କୌଣସି ଆର୍ଥିକ ସହାୟତା ମଧ୍ୟ ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି। ୧୫୦ରୁ ଅଧିକ ଶିଶୁ ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ଘଟିଥିବା ବେଳେ ୫୦୦୦ ଘୁଷୁରିଙ୍କୁ ମାରି ଦିଆଗଲାଣି।”

ବିଜେପିର ଏହି ଅଭିଯୋଗର ଜବାବ୍‌ ରଖିଛି ବିଜେଡି। ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ଏନ୍‌ସେଫାଲାଟିସରେ ଶିଶୁ ମୃତ୍ୟୁ ଘଟଣାକୁ ସରକାର ଗୁରୁତର ସହ ନେଇଛନ୍ତି। ବିରୋଧୀ ଦଳ ଏ ପ୍ରସଙ୍ଗରେ ବିଭ୍ରାନ୍ତ ସୃଷ୍ଟି କରି ରାଜନୈତିକ ଫାଇଦା ନେବାକୁ ଚାହୁଁଛନ୍ତି। ବିରୋଧୀ ଦୋଷ ତ୍ରୁଟି ଦର୍ଶାଇବା ସହ ପରାମର୍ଶ ମଧ୍ୟ ଦେବା ଉଚିତ। ଏହାସହିତ ବିଶୋଧିତ ମଶାରୀ ନେଇ ହୋଇଥିବା ଅଭିଯୋଗକୁ ତର୍ଜମା କରାଯିବା ସହ ପ୍ରଶାସନିକ ତ୍ରୁଟି ଥିଲେ ବରଦାସ୍ତ କରାଯିବ ନାହିଁ।”

Related story