ହୃଦୟହୀନ ନର୍ସିଂହୋମ୍‌: ଡେଲିଭରି ଖର୍ଚ୍ଚ ଦେଇନପାରିବାରୁ ବିକିଦେଲେ ନବଜାତ ଶିଶୁ !

କେନ୍ଦ୍ରାପଡ଼ା: ଗର୍ଭବତୀଙ୍କୁ ଆଶାର ଆଲୋକ ଦେଖାନ୍ତି ଆଶାକର୍ମୀ। ବିପଦ ସମୟରେ ସେ ଦେବଦୂତ ସାଜନ୍ତି। କିଛି ଦିନ ତଳେ ଜଣେ ଆଶା କର୍ମୀ ବନ୍ୟା ପ୍ଳାବିତ ଅଞ୍ଚଳରେ ନିଜ ହାତରେ ଡଙ୍ଗା ଚଳାଇ ଅସହାୟଙ୍କୁ ଔଷଧ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ଏହାଛଡ଼ା କଲ୍ୟାଣସିଂହପୁରରେ ଜଣେ ପ୍ରସୂତୀଙ୍କୁ ମେଡ଼ିକାଲରେ ରକ୍ତ ଦେଇ ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଥିଲେ ଜଣେ ଆଶାକର୍ମୀ। କିନ୍ତୁ ଏପରି କିଛି ଆଶାକର୍ମୀ ଅଛନ୍ତି ଯେଉଁମାନେ, ନିଜ ଲାଭ ପାଇଁ ପ୍ରସୂତୀଙ୍କୁ ନର୍ସିଂହୋମ୍‌କୁ ନେବା ପାଇଁ […]

kendrapara

Rakesh Mallick
  • Published: Friday, 04 August 2017
  • , Updated: 04 August 2017, 05:33 PM IST

କେନ୍ଦ୍ରାପଡ଼ା: ଗର୍ଭବତୀଙ୍କୁ ଆଶାର ଆଲୋକ ଦେଖାନ୍ତି ଆଶାକର୍ମୀ। ବିପଦ ସମୟରେ ସେ ଦେବଦୂତ ସାଜନ୍ତି। କିଛି ଦିନ ତଳେ ଜଣେ ଆଶା କର୍ମୀ ବନ୍ୟା ପ୍ଳାବିତ ଅଞ୍ଚଳରେ ନିଜ ହାତରେ ଡଙ୍ଗା ଚଳାଇ ଅସହାୟଙ୍କୁ ଔଷଧ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ଏହାଛଡ଼ା କଲ୍ୟାଣସିଂହପୁରରେ ଜଣେ ପ୍ରସୂତୀଙ୍କୁ ମେଡ଼ିକାଲରେ ରକ୍ତ ଦେଇ ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଥିଲେ ଜଣେ ଆଶାକର୍ମୀ। କିନ୍ତୁ ଏପରି କିଛି ଆଶାକର୍ମୀ ଅଛନ୍ତି ଯେଉଁମାନେ, ନିଜ ଲାଭ ପାଇଁ ପ୍ରସୂତୀଙ୍କୁ ନର୍ସିଂହୋମ୍‌କୁ ନେବା ପାଇଁ ଚକ୍ରାନ୍ତ କରନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ରିଘାଗଡ଼ ଗାଁର ନିରାକାର ମହାରଣାଙ୍କ ପତ୍ନୀ ଗୀତାଞ୍ଜଳି ପ୍ରସବ ଯନ୍ତ୍ରଣା ପାଇଥିଲେ। ଏ ସମ୍ପର୍କରେ ଖବର ପାଇ ଆଶାକର୍ମୀ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଠିକ୍‌ରେ ଚିକିତ୍ସା ହେବ ନାହିଁ ବୋଲି ବାହାନା କରି ଆଶାକର୍ମୀ ନିକଟସ୍ଥ ସୂର୍ଯ୍ୟ ନର୍ସିଂହୋମ୍‌ରେ ଗୀତାଞ୍ଜଳିଙ୍କୁ ଭର୍ତ୍ତି କରିଥିଲେ। ଗତ ୧ ତାରିଖରେ ନର୍ସିଂହୋମରେ ଗୀତାଞ୍ଜଳି ନର୍ମାଲ ଡେଲିଭରି ମାଧ୍ୟମରେ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ପ୍ରସବ ପରେ ନର୍ସିଂହୋମ ପକ୍ଷରୁ ପ୍ରସୂତି ଖର୍ଚ୍ଚ ବାବଦରେ ୭,୫୦୦ ଟଙ୍କା ଦେବାକୁ ବାଧ୍ୟ କରାଯାଇଥିଲା। କିନ୍ତୁ ଗରିବ ନିରାକାର ଏହି ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ମକର୍ତ୍ତା ଓ ଆଶାକର୍ମୀ ଜଣକ ନବଜାତ ଶିଶୁକନ୍ୟାଟିକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଜଣେ ପୁରୁଷ, ମହିଳା ଓ ବୁଢ଼ୀ ଶିଶୁଟିକୁ ନେଇଥିବା ଅଭିଯୋଗ ହୋଇଛି। ଏନେଇ ନିରାକାର କେନ୍ଦ୍ରାପଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଓ ସିଡବ୍ଲ୍ୟୁସି ପକ୍ଷରୁ ସମ୍ପୃକ୍ତ ନର୍ସିଂହୋମରେ ଚଢ଼ାଉ କରାଯିବା ସହ ଆଶା କର୍ମୀ ଓ ନର୍ସିଂ ହୋମର ଜଣେ କର୍ମଚରୀଙ୍କୁ ଥାନାରେ ଅଟକ ରଖିଛି।

Related story