ଫେସ୍‌ବୁକ୍‌ରେ ଭାଇରାଲ୍ ହେଲା ଯୁବତୀଙ୍କ ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ପୂର୍ବରୁ ବାହାଘର ପ୍ରସ୍ତାବ ପାଇଁ ମଧ୍ୟସ୍ଥିମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଧୀରେ ଧୀରେ ସହରୀ ଲୋକମାନେ ଘଟସୂତ୍ର ସଂସ୍ଥା ଉପରେ ନିର୍ଭର କଲେ। ତା ପରେ ପରେ ଗୁଡ଼ାଏ ମାଟ୍ରିମୋନିଆଲ୍ ୱେବ୍‌ସାଇଟ୍ ମଧ୍ୟ ଆସିଲା। ଯାହା ମାଧ୍ୟମରେ ବାପା ମାଆମାନେ ନିଜ ପୁଅଝିଅଙ୍କର ବାହାଘର ପ୍ରସ୍ତାବ ଖୋଜୁଥିଲେ। କିନ୍ତୁ ଏବେ ଜଣେ ଝିଅ ନିଜ ବାହାଘର ପ୍ରସ୍ତାବ ଏକ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି। କେରଳର ମଳପ୍ପୁରମରେ ରହୁଥିବା ଜ୍ୟୋତି […]

Kerala-Woman’s-Matrimonial-Post-on-FB-Goes-Viral-696x391

Kerala-Woman’s-Matrimonial-Post-on-FB-Goes-Viral-696x391

Rakesh Mallick
  • Published: Friday, 04 May 2018
  • Updated: 04 May 2018, 02:48 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବରୁ ବାହାଘର ପ୍ରସ୍ତାବ ପାଇଁ ମଧ୍ୟସ୍ଥିମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଧୀରେ ଧୀରେ ସହରୀ ଲୋକମାନେ ଘଟସୂତ୍ର ସଂସ୍ଥା ଉପରେ ନିର୍ଭର କଲେ। ତା ପରେ ପରେ ଗୁଡ଼ାଏ ମାଟ୍ରିମୋନିଆଲ୍ ୱେବ୍‌ସାଇଟ୍ ମଧ୍ୟ ଆସିଲା। ଯାହା ମାଧ୍ୟମରେ ବାପା ମାଆମାନେ ନିଜ ପୁଅଝିଅଙ୍କର ବାହାଘର ପ୍ରସ୍ତାବ ଖୋଜୁଥିଲେ। କିନ୍ତୁ ଏବେ ଜଣେ ଝିଅ ନିଜ ବାହାଘର ପ୍ରସ୍ତାବ ଏକ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି।

କେରଳର ମଳପ୍ପୁରମରେ ରହୁଥିବା ଜ୍ୟୋତି କେଜି ନାମ୍ନୀ ଯୁବତୀ ନିଜ ଫେସ୍‌ବୁକ୍‌ ପେଜ୍‌ରେ ନିଜର ବାହାଘର ପ୍ରସ୍ତାବ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଫେସ୍‌ବୁକ୍‌ ଜରିଆରେ ମନପସନ୍ଦର ଜୀବନସାଥୀ ଖୋଜିବା ଦିଗରେ ସାହାଯ୍ୟ କରିବାକୁ ସେ ତାଙ୍କ ଫେସ୍‌ବୁକ୍‌ ଫ୍ରେଣ୍ଡ ମାନଙ୍କୁ ଅନୁରୋଧ କରିଛନ୍ତି। ତେବେ ଜ୍ୟୋତି ତାଙ୍କର ପସନ୍ଦର ବର କେମିତି ହେବା ଉଚିତ, ତାଙ୍କ ଯୋଗ୍ୟତା କ’ଣ ହେବା ଉଚିତ ସେ ନେଇ କିଛି ସର୍ତ୍ତ ରଖିନାହାନ୍ତି। ଲେଖିଛନ୍ତି ତାଙ୍କ ଜୀବନସାଥୀ ଯେ କୌଣସି ରାଶି ବା ଯେ କୌଣସି ଜାତିର ହେଲେ ଚଳିବ। ସେ #FacebookMatrimony ଓ #FBMatrimony ହ୍ୟାସ୍‌ଟ୍ୟାଗ୍‌ ଲେଖି ଏହାକୁ ପୋଷ୍ଟ କରିଛନ୍ତି।

ନିଜ ଫେସ୍‌ବୁକ୍‌ ପେଜ୍‌ରେ ଜ୍ୟୋତି ଲେଖିଛନ୍ତି, ସେ ଫ୍ୟାସନ ଡିଜାଇନିଂରେ ବିଏସ୍‌ସି କରିଛନ୍ତି। ତାଙ୍କ ବୟସ ୨୮। ତାଙ୍କ ଭାଇ ମୁମ୍ୱାଇରେ ସିନିଅର ଆର୍ଟ ଡାରେକ୍ଟର ଅଛନ୍ତି। ଭଉଣୀ ସିଭିଲ୍‌ ଇଞ୍ଜିନିୟରିଂ କରୁଛନ୍ତି। ଜ୍ୟୋତି ଏହି ପୋଷ୍ଟଟି ମଲାୟଲମ ଭାଷାରେ ଲେଖିଛନ୍ତି। ମ୍ୟାଟ୍ରିମୋନିଆଲ ଆଡ୍‌ ପରି ସେ ନିଜର ଫଟୋ ମଧ୍ୟ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି।

ଜ୍ୟୋତି  ଅନ୍ୟଏକ ପୋଷ୍ଟରେ #RequestToMarkZuckerberg ହାସ୍‌ ଟ୍ୟାଗ୍‌ କରି ଲେଖିଛନ୍ତି। #FBMatrimonyକୁ ଫେସ୍‌ବୁକ୍‌ର ଅଂଶ କରାଯାଉ ବୋଲି ସେ ଫେସ୍‌ବୁକ୍ ପ୍ରତିଷ୍ଠାତା ଜୁକରବର୍ଗଙ୍କୁ ଅନୁରୋଧ କରିଛନ୍ତି। କହିଛନ୍ତି, ଯଦି ଫେସ୍‌ବୁକ୍‌ରେ ଏପରି ଫିଚର ଆସିବ, ତେବେ ଜାତି, ଯୌତୁକ ଓ ଷ୍ଟାଟସ୍‌ରୁ ବାହାରି ପୁଅଝିଅ ବିବାହ କରିପାରିବେ। ସୂଚନାଯୋଗ୍ୟ ଯେ, ଗତବର୍ଷ କେରଳର ରଜନୀଶ ନାମକ ଜଣେ ଫଟୋଗ୍ରାଫର ମଧ୍ୟ ଏପରି ଏକ ପୋଷ୍ଟ କରିଥିଲେ। ଏହାପରେ ତାଙ୍କୁ ତାଙ୍କ ପସନ୍ଦର ଜୀବନସାଥୀ ମିଳିଥିଲେ। ଗତମାସରେ ତାଙ୍କର ବିବାହ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos