କିରାସିନି କୋଟା କାଟିବାକୁ ନେଇ କେନ୍ଦ୍ର ଓ ରାଜ୍ୟ ତୁତୁ ମେଁମେଁ

ଭୁବନେଶ୍ୱର: କିରାସିନି କୋଟା କାଟିଦେବାକୁ ନେଇ ଜୋର ଧରିଛି ରାଜନୀତି। ଓଡିଶାର କୋଟାରୁ ୩୬%ରୁ କମ୍‌ କିରାସିନି ଦେଉଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ସେପଟେ ପରିବାର ପିଛା ୨୪ ଲିଟର କିରାସିନି ଯୋଗାଇ ଦିଆଯାଉଥିବା ଦାବି କରି ବାଟ ମାରଣା ବନ୍ଦ ପାଇଁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। “କେନ୍ଦ୍ର ସରକାର ଓଡ଼ିଶାକୁ ୬୨,୧୧୨ ଲିଟର କିରାସିନି ଦେଇଛନ୍ତି। ଯାହାକି ଆବଶ୍ୟକତାଠାରୁ ୩୬,୩୩୬ ଲିଟର କମ୍। ଯାହାଫଳରେ ଗରିବ ଲୋକେ କିରାସିନି […]

kerosin

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 11:03 PM IST

ଭୁବନେଶ୍ୱର: କିରାସିନି କୋଟା କାଟିଦେବାକୁ ନେଇ ଜୋର ଧରିଛି ରାଜନୀତି। ଓଡିଶାର କୋଟାରୁ ୩୬%ରୁ କମ୍‌ କିରାସିନି ଦେଉଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ସେପଟେ ପରିବାର ପିଛା ୨୪ ଲିଟର କିରାସିନି ଯୋଗାଇ ଦିଆଯାଉଥିବା ଦାବି କରି ବାଟ ମାରଣା ବନ୍ଦ ପାଇଁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।

“କେନ୍ଦ୍ର ସରକାର ଓଡ଼ିଶାକୁ ୬୨,୧୧୨ ଲିଟର କିରାସିନି ଦେଇଛନ୍ତି। ଯାହାକି ଆବଶ୍ୟକତାଠାରୁ ୩୬,୩୩୬ ଲିଟର କମ୍। ଯାହାଫଳରେ ଗରିବ ଲୋକେ କିରାସିନି ପାଇବାରୁ ବଞ୍ଚିତ ହେଉଛନ୍ତି। ତେଣୁ ଯଥାଶୀଘ୍ର କାଟା ଯାଇଥିବା କିରାସିନି କୋଟା ଯୋଗାଇ ଦିଆଯାଉ” ବୋଲି ମନ୍ତ୍ରୀ ସଞ୍ଜୟ ଦାସବର୍ମା ଦାବି କରିଛନ୍ତି।

ରାଜ୍ୟ ସରକାରଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“କିରାସିନି କୋଟାରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନାଁରେ ରହିଛି। ଓଡ଼ିଶାକୁ ପରିବାର ପିଛା ୨୪ ଲିଟର କିରାସିନି ଯୋଗାଇ ଦିଆଯାଉଛି। ଏମିତି ଦେଖିବାକୁ ଗଲେ ରାଜ୍ୟର ୪୦% ଲୋକଙ୍କ ପାଖରେ ବିଜୁଳି ଓ ଗ୍ୟାସ ସଂଯୋଗ ରହିଛି। ତେଣୁ ରାଜ୍ୟର ୬୦% ଲୋକଙ୍କୁ କିରାସିନି କୋଟା ଦିଆଯାଉଛି।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସହଜରେ ହଜମ କରିପାରୁନାହାନ୍ତି ରାଜ୍ୟ ସରକାର। ରାଜ୍ୟର ଅଭିଯୋଗ ହେଉଛି ଏବର୍ଷ ରାଜ୍ୟ କୋଟାରୁ ୩୬% କମ୍ କିରାସିନି ଦେଇଛି କେନ୍ଦ୍ର। ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ରହୁ ନଥିବାରୁ କୋଟା ଅନୁସାରେ କିରାସିନି ଦେବାକୁ କେନ୍ଦ୍ର ପାଖରେ ଦାବି କରିଛି ରାଜ୍ୟ ସରକାର।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି,“କେନ୍ଦ୍ର ଯେଉଁ ୬୦% କିରାସିନି ଦେଉଛନ୍ତି ତାହାର ହିସାବ ରାଜ୍ୟ ସରକାର ଦିଅନ୍ତୁ। କେବଳ କଳା ବଜାର ଧରା ପଡ଼ିଯିବା ଭୟରେ ରାଜ୍ୟ ସରକାର ଏପରି ନାଟକ କରୁଛନ୍ତି।”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“କିରାସିନି କୋଟା କାଟିବା ପାଇଁ କେନ୍ଦ୍ର ଉଜ୍ୱଳା ଯୋଜନାର ବାହାନା କରୁଛି। ଯୋଗ୍ୟ ହିତାଧିକାରୀଙ୍କୁ ନଦେଇ ଦଳୀୟ ଭିତ୍ତିରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଉଛି।”

Related story