ଖୋର୍ଦ୍ଧା: ୪ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଟିକାତାଳ-ମାଣିବନ୍ଧ ରାସ୍ତାରେ ଆଜି ସକାଳେ  ୪ଜଣ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରି ତାଙ୍କୁ ପାଖରୁ ଏହି ଟଙ୍କା ଲୁଟି ନେଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଆଜି ସକାଳ ପ୍ରାୟ ୫ଟା ବେଳେ ଏହି ୪ ଜଣ ବ୍ୟବସାୟୀ  ବ୍ୟବସାୟ କରିବାକୁ ଏକ ସ୍କୋର୍ପିଓ ଗାଡିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ଏକ […]

khurdha-loot

Rakesh Mallick
  • Published: Sunday, 13 March 2016
  • , Updated: 13 March 2016, 04:17 AM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଟିକାତାଳ-ମାଣିବନ୍ଧ ରାସ୍ତାରେ ଆଜି ସକାଳେ  ୪ଜଣ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରି ତାଙ୍କୁ ପାଖରୁ ଏହି ଟଙ୍କା ଲୁଟି ନେଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ଆଜି ସକାଳ ପ୍ରାୟ ୫ଟା ବେଳେ ଏହି ୪ ଜଣ ବ୍ୟବସାୟୀ  ବ୍ୟବସାୟ କରିବାକୁ ଏକ ସ୍କୋର୍ପିଓ ଗାଡିରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ଏକ ବଲେରୋ ଗାଡ଼ିରେ ଆସିଥିଲେ। ସେମାନେ ବ୍ୟବସାୟୀମାନଙ୍କ ଉପରକୁ ଫାଙ୍କା ଗୁଳି ଚାଳନା କରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ। ଏହାପରେ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଆହତ ବ୍ୟବସାୟୀମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ଏହି  ଘଟଣାର ତଦନ୍ତ କରୁଛି।

ଜଣେ ଆହତ ବ୍ୟବସାୟୀ କହିଛନ୍ତି,“ଯେଉଁ ଦୁର୍ବୃତ୍ତମାନେ ମୋତେ ଆକ୍ରମଣ କରି ଟଙ୍କା ଲୁଟି ନେଇଛନ୍ତି ମୁଁ ସେମାନଙ୍କୁ ଜାଣିଛି। ଆମକୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଛି।”

Related story