ନ୍ୟାୟ ମାଗୁଛି ଧର୍ଷିତାର ସ୍ୱାମୀ: ସ୍ତ୍ରୀର ଅସହାୟ ଅତୀତକୁ ଭୁଲି ବଳାତ୍କାରୀଙ୍କୁ ଦେଉଛି ଚ୍ୟାଲେଞ୍ଜ

ଖୋର୍ଦ୍ଧା: ଆପଣ କେବେ ଜଣେ ଧର୍ଷିତାକୁ ବିବାହ କରି ପାରିବେ। କେତେ ଜଣ ଜଣେ ଯୁବତୀର କଳଙ୍କିତ ଅତୀତକୁ ଜାଣି ଗ୍ରହଣ କରି ପାରିବେ। ହୁଏତ ଏ ପ୍ରଶ୍ନ ପଚାରିଲେ ୯୯ ପ୍ରତିଶତ ପୁରୁଷଙ୍କ ମୁହଁରୁ ଉତ୍ତର ଆସିବ ନା। ଆମ ସମାଜରେ ଏମିତି ଜଣେ ଯୁବକ ଅଛନ୍ତି, ଯିଏ ନିଜ ସ୍ତ୍ରୀର ଅତୀତକୁ ଜାଣି ମଧ୍ୟ ତାଙ୍କୁ ବିବାହ କରିଛନ୍ତି। କେବଳ ସେତିକି ନୁହେଁ ବିବାହ ପରେ ମଧ୍ୟ ନିଜ ସ୍ତ୍ରୀକୁ ନ୍ୟାୟ ଦେବାକୁ ଏବେ ଅଣ୍ଟା […]

khurda police arrest

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 10:31 PM IST

ଖୋର୍ଦ୍ଧା: ଆପଣ କେବେ ଜଣେ ଧର୍ଷିତାକୁ ବିବାହ କରି ପାରିବେ। କେତେ ଜଣ ଜଣେ ଯୁବତୀର କଳଙ୍କିତ ଅତୀତକୁ ଜାଣି ଗ୍ରହଣ କରି ପାରିବେ। ହୁଏତ ଏ ପ୍ରଶ୍ନ ପଚାରିଲେ ୯୯ ପ୍ରତିଶତ ପୁରୁଷଙ୍କ ମୁହଁରୁ ଉତ୍ତର ଆସିବ ନା।

ଆମ ସମାଜରେ ଏମିତି ଜଣେ ଯୁବକ ଅଛନ୍ତି, ଯିଏ ନିଜ ସ୍ତ୍ରୀର ଅତୀତକୁ ଜାଣି ମଧ୍ୟ ତାଙ୍କୁ ବିବାହ କରିଛନ୍ତି। କେବଳ ସେତିକି ନୁହେଁ ବିବାହ ପରେ ମଧ୍ୟ ନିଜ ସ୍ତ୍ରୀକୁ ନ୍ୟାୟ ଦେବାକୁ ଏବେ ଅଣ୍ଟା ଭିଡିଛନ୍ତି। ଖୋର୍ଦ୍ଧାର ଜଣେ ଯୁବକ ନିଜ ସ୍ତ୍ରୀକୁ ନେଇ ଏବେ ଥାନାରେ ପହଞ୍ଚିଛନ୍ତି।

ଅଭିଯୋଗ ଅନୁଯାୟୀ ବିବାହ ପୂର୍ବରୁ ଯୁବତୀ ଜଣକ ଏକ ଭଡ଼ା ଘରେ ରହୁଥିଲେ। ଦିନେ ଘର ମାଲିକଙ୍କ ପୁଅ ନିଜ ସାଥୀଙ୍କ ସହାୟତାରେ ତାଙ୍କୁ ଟେକି ନେଇ ନଗ୍ନ ଫଟୋ ଉତ୍ତୋଳନ କରିଥିଲା। ପରେ ଏହି ଫଟୋକୁ ଦେଖାଇ ବ୍ଲାକ୍‌ମେଲିଂ କରିବା ସହ ଦୀର୍ଘ ତିନି ବର୍ଷ ଧରି ବଳାତ୍କାର କରି ଆସୁଥିଲା। ଏତିକିରେ କଥା ସରିନଥିଲା। ପୀଡିତାଙ୍କ ସାଙ୍ଗର ଦାଦା ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ମଧ୍ୟ ଏହି ଫଟୋକୁ ଦେଖାଇ ତାଙ୍କ ଅସହାୟତାର ସୁଯୋଗ ନେଇ ବାରମ୍ବାର ବଳାତ୍କାର କରିଥିଲେ।

ଗତ ବର୍ଷ ପରିବାର ଲୋକ ବାହାଘର ଠିକ୍ କରିଦେବା ପରେ ଯୁବତୀ ଜଣକ ଚିନ୍ତାରେ ପଡ଼ି ଯାଇଥିଲେ। ଏତେବଡ଼ ଘଟଣାକୁ ପରିବାର ଓ  ଭାବି ସ୍ୱାମୀଙ୍କୁ କେମିତି କହିବେ ସେହି ଚିନ୍ତାରେ ଥିଲେ। କିନ୍ତୁ ସେ ହାର ମାନି ନଥିଲେ। ଦିନେ ସାହସ ଯୁଟାଇ ଭାବି ସ୍ୱାମୀଙ୍କୁ ସବୁ କଥା କହିଥିଲେ। ଆଶ୍ଚର୍ଯ୍ୟର କଥା, ଯୁବତୀଙ୍କ ମୁହଁରୁ ସବୁ ଶୁଣିବା ପରେ ବି ଯୁବକଜଣକ ବାହା ହେବାକୁ ରାଜି ହୋଇ ଯାଇଥିଲେ।

ବାଜିଲା ସାହାନାଇ। ବୈଦିକ ରୀତିରେ ହେଲା ବାହାଘର। ବାହାଘର ପରେ ଯୁବତୀ ଜଣକ ଶାଶୂ ଘରକୁ ଗଲେ। ତଥାପି ଯୁବତୀଙ୍କ ପିଛା ଛାଡ଼ି ନଥିଲା ଯୌନ ପିପାସୁଙ୍କ ନାଲି ଆଖି। ବାହାଘର ପରେ ବାପ ଘରକୁ ବୁଲିବା ପାଇଁ ଆସିଥିବା ବେଳେ ଯୌନ ପିପାସୁମାନେ ତାଙ୍କୁ ପୁଣିଥରେ ଫଟୋ ଦେଖାଇ ବ୍ଳାକ୍‌ମେଲ୍‌ କରିବାକୁ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ଯୁବତୀଙ୍କ ସ୍ୱାମୀ ଜାଣିପାରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଜଣେ ଅଭିଯୁ଼କ୍ତକୁ ଗିରଫ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

Related story