କିଡନୀ ରୋଗର କାରଣ ଓ ଏହାର ଉପଚାର

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା। ହେଲେ ଆଧୁନିକ ଜୀବନଧାରଣ ଯୋଗୁଁ ବହୁ ଲୋକେ କିଡନୀ ଷ୍ଟୋନ ପରି ବେମାରୀରେ ପଡୁଛନ୍ତି। କିଡନୀ ଷ୍ଟୋନ୍‌ର କାରଣ ଓ ଏହାର ଉପଚାରକୁ ନେଇ ଆଜିର ଉପସ୍ଥାପନା। କିଡନୀ ଯେତେବେଳେ ରକ୍ତ ସଫା କରେ ସେଥିରୁ ସୋଡିୟମ, କ୍ୟାଲସିୟମ ଓ ଅନ୍ୟ ମିନେରାଲ ଅବଶେଷ ଆକାରରେ ବାହାରି ୟୁରେଟର ମାଧ୍ୟମରେ ବ୍ଲେଡର ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। ଯାହା ପରିସ୍ରା ମାଧ୍ୟମରେ […]

kidney

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 01:02 PM IST

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା। ହେଲେ ଆଧୁନିକ ଜୀବନଧାରଣ ଯୋଗୁଁ ବହୁ ଲୋକେ କିଡନୀ ଷ୍ଟୋନ ପରି ବେମାରୀରେ ପଡୁଛନ୍ତି। କିଡନୀ ଷ୍ଟୋନ୍‌ର କାରଣ ଓ ଏହାର ଉପଚାରକୁ ନେଇ ଆଜିର ଉପସ୍ଥାପନା।

କିଡନୀ ଯେତେବେଳେ ରକ୍ତ ସଫା କରେ ସେଥିରୁ ସୋଡିୟମ, କ୍ୟାଲସିୟମ ଓ ଅନ୍ୟ ମିନେରାଲ ଅବଶେଷ ଆକାରରେ ବାହାରି ୟୁରେଟର ମାଧ୍ୟମରେ ବ୍ଲେଡର ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ। ଯାହା ପରିସ୍ରା ମାଧ୍ୟମରେ ଶରୀରରୁ ବାହାରି ଯାଇଥାଏ। ହେଲେ ଯେତେବେଳେ ରକ୍ତରେ ଏହି ମିନେରାଲର ମାତ୍ରା ବଢ଼ିଯାଇଥାଏ, ଏହା କିଡନୀରେ ଜମି ରହି ପଥର ପରି ହୋଇଯାଇଥାଏ। ଏପରି ହେଲେ ବ୍ଲେଡର ପର୍ଯ୍ୟନ୍ତ ୟୁରିନ ପହଞ୍ଚିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ।

ଲକ୍ଷଣ: କିଡନୀ ଖରାପ ହେଲେ ଏହାର ଲକ୍ଷଣ ଶରୀରରେ ଦେଖିବାକୁ ମିଳିଥାଏ। ହେଲେ ବହୁ ଲୋକ ଏହାକୁ ଅଜାଣତରେ ଅଥବା ଅବହେଳାରୁ ଅଣଦେଖା କରିଦେଇଥାନ୍ତି। ପେଟରେ ଦରଜ ହେବା, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରା କରିବା ବେଳେ ଦରଜ ହେବା, ପରିସ୍ରାରେ ରକ୍ତ ଆସିବା, ଜ୍ୱର ସହ କମ୍ପ ଆସିବା ଓ ଭୋକ ନ ଲାଗିବା ହେଉଛି କିଡନୀ ଖରାପ ହେବାର ଲକ୍ଷଣ।

ଉପଚାର: ବହୁ ସମୟରେ କିଡନୀ ଷ୍ଟୋନ ଔଷଧ ଖାଇଲେ ମଧ୍ୟ ଭଲ ହୋଇ ନଥାଏ। କିଡନୀରେ କ୍ୟାଲସିୟମର ମାତ୍ରା ଅଧିକ ରହିଲେ ଷ୍ଟୋନ ଶକ୍ତ ହୋଇଯାଇଥାଏ। ଏପରି ହେଲେ ଏହାକୁ ବାହାର କରିବାକୁ ଅପରେସନ କରିବାକୁ ପଡିଥାଏ। ଆଜିକାଲି ଅପରେସନ ବଦଳରେ ଲେପ୍ରୋସ୍କୋପି, ୟୁରେଟ୍ରୋସ୍କୋପିରେ ମଧ୍ୟ କିଡନୀ ରୋଗର ଚିକିତ୍ସା କରାଯାଉଛି। ଏହା ଜରିଆରେ ଷ୍ଟୋନକୁ ଆରାମରେ ବାହାରକୁ କଢ଼ାଯାଇ ପାରୁଛି।

Related story