କିମ୍ସକୁ ୫ କୋଟି ଜରିମାନା କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: କିମ୍ସକୁ ମହଙ୍ଗା ପଡିଲା ଏମ୍‌ସିଆଇର ବିନା ଅନୁମତିରେ ମେଡିକାଲ ସିଟ ବୃଦ୍ଧି ନିଷ୍ପତ୍ତି। ପିଲାଙ୍କ ଭବିଷ୍ୟତ ସହ ଖେଳିଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ଆଜି କିମ୍ସକୁ ୫ କୋଟି ଟଙ୍କାର ଜରିମାନା ବାବଦ ଅର୍ଥ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶିକ୍ଷାବର୍ଷରେ ୧୦୦ଟି ସିଟ୍‌ ବଦଳରେ କିମ୍ସ କର୍ତ୍ତୃପକ୍ଷ ୧୫୦ ସିଟ୍‌ରେ ନାମ ଲେଖାଇଥିଲେ। ତେବେ ଏମସିଆଇ ୧୦୦ଟି ସିଟ୍‌ ପାଇଁ ଅନୁମତି ଦେଇଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନ ଥାଇ କିମ୍ସ କର୍ତ୍ତୃପକ୍ଷ ୧୫୦ […]

kiims

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 04:18 PM IST

ଭୁବନେଶ୍ୱର: କିମ୍ସକୁ ମହଙ୍ଗା ପଡିଲା ଏମ୍‌ସିଆଇର ବିନା ଅନୁମତିରେ ମେଡିକାଲ ସିଟ ବୃଦ୍ଧି ନିଷ୍ପତ୍ତି। ପିଲାଙ୍କ ଭବିଷ୍ୟତ ସହ ଖେଳିଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ଆଜି କିମ୍ସକୁ ୫ କୋଟି ଟଙ୍କାର ଜରିମାନା ବାବଦ ଅର୍ଥ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ଶିକ୍ଷାବର୍ଷରେ ୧୦୦ଟି ସିଟ୍‌ ବଦଳରେ କିମ୍ସ କର୍ତ୍ତୃପକ୍ଷ ୧୫୦ ସିଟ୍‌ରେ ନାମ ଲେଖାଇଥିଲେ। ତେବେ ଏମସିଆଇ ୧୦୦ଟି ସିଟ୍‌ ପାଇଁ ଅନୁମତି ଦେଇଥିବା ବେଳେ ଆବଶ୍ୟକ ଭିତ୍ତିଭୂମି ନ ଥାଇ କିମ୍ସ କର୍ତ୍ତୃପକ୍ଷ ୧୫୦ ଜଣଙ୍କୁ ଆଡମତଶନ ଦେବାକୁ ବିରୋଧ କରିଥିଲା ଏମ୍‌ସିଆଇ। ତେବେ କିମ୍ସ କର୍ତ୍ତୃପକ୍ଷ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।ହାଇକୋର୍ଟଙ୍କ ରାୟ କିମ୍ସ ସପକ୍ଷରେ ଯାଇଥିଲା, ଯାହାକୁ ଚ୍ୟାଲେଞ୍ଜ କରି ଏମ୍‌ସିଆଇର ସୁପ୍ରିମ୍‌କୋର୍ଟ ଯାଇଥିଲା। ସର୍ବୋଚ୍ଚ ନ୍ୟାୟଳୟ ଆଜି ଏହି ମାମଲାର ବିଚାର କରି ଚୂଡାନ୍ତ ରାୟ ଦେଇଛନ୍ତି। ଏହା ସହ ଚଳିତ ଏବଂ ଆସନ୍ତା ଶିକ୍ଷା ବର୍ଷ ପାଇଁ କିମ୍ସ ସିଟ୍‌ ସଂଖ୍ୟା ୧୦୦ରେ ସୀମିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏମ୍‌ବିବିଏସ୍‌ ସିଟ୍‌ରେ ଆଡମିଶନ ନେଇ ଗତ ବର୍ଷେ ଧରି କିମ୍ସରେ ଆଇନଗତ ବିବାଦ ଲାଗି ରହିଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ନେଇ କିମ୍ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story